ଆପଣ ଓଜନ ହ୍ରାସ କରିବାକୁ ସଂଘର୍ଷ କରୁଛନ୍ତି କି? ଏହି କାରଣରୁ ଓଜନ ହ୍ରାସ କରିବାକୁ ରାତ୍ରୀ ଭୋଜନ ଛାଡିବା ଉଚିତ ନୁହେଁ। ଯଦି ଆପଣ ରାତ୍ରୀ ଭୋଜନ ନ କରନ୍ତି, ତେବେ ଏହା ଆପଣଙ୍କ ଏକ ଭୁଲ ବୋଲି ପ୍ରମାଣ କରିପାରେ।
ରାତ୍ରୀ ଭୋଜନ ଛାଡିବା ଶରୀର ଉପରେ କେଉଁ ପ୍ରଭାବ ପକାଇଥାଏ?
ଶରୀର ଦୁର୍ବଳ ହୋଇଯାଏ :
ଯଦି ଆପଣ ଓଜନ ହ୍ରାସ କରିବା ପାଇଁ ରାତ୍ରି ଭୋଜନ କରନ୍ତି ନାହିଁ, ତେବେ ଏପରି କରିବା ଦ୍ୱାରା ଆପଣଙ୍କ ଶରୀର ଆବଶ୍ୟକ କ୍ୟାଲୋରୀ ପାଇବ ନାହିଁ। ଏହା ଆପଣଙ୍କ ଶରୀରକୁ ଦୁର୍ବଳ କରିଥାଏ। ଏହି କାରଣରୁ, ଆପଣ ଶୀଘ୍ର କ୍ଳାନ୍ତ ଅନୁଭବ କରିବା ଆରମ୍ଭ କରିବେ।
ରାତ୍ରୀ ଭୋଜନ ଛାଡିବାର ସମସ୍ୟା :
ରାତ୍ରୀ ଭୋଜନ ଛାଡି ଭୁଲ୍ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ର କୋଷ୍ଠକାଠିନ୍ୟ ଏବଂ ଅନିଦ୍ରା ସମସ୍ୟା ହୋଇପାରେ। ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିବ।
ଅନିଦ୍ରା ର ଶିକାର ହେବେ :
ରାତ୍ରୀ ଭୋଜନ ଛାଡିବା ଆପଣଙ୍କ ଶୋଇବା ଚକ୍ର ଉପରେ ମଧ୍ୟ ପ୍ରଭାବ ପକାଇବ। ଆପଣ ରାତିରେ ଶୋଇ ପାରିବେ ନାହିଁ ଏବଂ ଯଦି ଶୋଇବା ସଂପୂର୍ଣ୍ଣ ନହୁଏ ତେବେ ଏହା ରୋଗ ପ୍ରତିରୋଧକ ଶକ୍ତି ଏବଂ ମେଟାବୋଲିଜିମ୍ ଉପରେ ଖରାପ ପ୍ରଭାବ ପକାଇବ। ଆପଣ ମଧ୍ୟ କ୍ରୋଧର ଶିକାର ହୋଇପାରନ୍ତି।
ରକ୍ତରେ ଶର୍କରା ସ୍ତର ପ୍ରଭାବିତ ହେବ :
ଯଦି ଆପଣ ବହୁତ ଭୋକିଲା ପରେ ମଧ୍ୟ ରାତ୍ରି ଭୋଜନ କରୁନାହଁ, ଏହା ଆପଣଙ୍କ ଭୋକର ସଙ୍କେତ ହରମୋନ୍ ଏବଂ ରକ୍ତରେ ଶର୍କରା ସ୍ତରକୁ ପ୍ରଭାବିତ କରେ। ସେଥିପାଇଁ ରାତ୍ରୀ ଭୋଜନ ଛାଡନ୍ତୁ ନାହିଁ।