ବସନ୍ତ ୠତୁ କୁ ୠତୁ ମାନଙ୍କର ରାଜା କୁହାଯାଏ। କିନ୍ତୁ ବସନ୍ତ ୠତୁରେ ବହୁତ ଗୁଡାଏ ରୋଗ ମଧ୍ୟ ହୋଇଥାଏ। ଆୟୁର୍ବେଦ ଅନୁଯାୟୀ, ଏହି ସମୟରେ ସୂର୍ଯ୍ୟଙ୍କର ପ୍ରବଳ କିରଣ ଯୋଗୁଁ ଶରୀରରେ ଜମା ହୋଇଥିବା କଫ ଦୋସ ବୃଦ୍ଧି ପାଇଥାଏ, ଯେଉଁଥିପାଇଁ ଶରୀରର ଅଗ୍ନି ମନ୍ଦ ହୋଇଯାଏ, ଭୋକ କମ ଲାଗିବା, ଥଣ୍ଡା, କାଶ, ହଜମ ଶକ୍ତି ହ୍ରାସ, ଆଲର୍ଜି, ହାଡ଼ଫୁଟି ବା ବସନ୍ତ ରୋଗ ଭଳି ଅନେକ ରୋଗ ହୁଏ।
ହାଡ଼ଫୁଟି ବା ବସନ୍ତ ରୋଗ ହେଉଛି ଏକ ସଂକ୍ରାମକ ରୋଗ ଯାହା ସ୍ୱଚ୍ଛତା ଅଭାବରୁ ବ୍ୟାପିଥାଏ। ଏହା ଭାରିସେଲା ଜୋଷ୍ଟର ଜୀବାଣୁ ଦ୍ୱାରା ହୋଇଥାଏ। ଏଥିରେ ଶରୀରରେ ଲାଲ୍ ଦାନା ଦେଖାଯାଏ, ଏବଂ ଶରୀର କୁଣ୍ଡେଇ ହେବା ଆରମ୍ଭ କରେ ଏବଂ ସେହି ଦାନା ରୁ ଜଳ ମଧ୍ୟ ବାହାରିବା ଆରମ୍ଭ କରେ।
ଏହି କାରଣରୁ, ପଣ୍ଡିତମାନେ ଏହି ରୋଗକୁ ଭଗବାନଙ୍କ ସହ ଜଡିତ କରି ଘରୋଇ ଉପଚାର ବିଷୟରେ କହିଥିଲେ, ଯାହା ବାସ୍ତବରେ, ଏହି ରୋଗର ଚିକିତ୍ସା ପାଇଁ କୌଣସି ପ୍ରକାରର ଔଷଧ ନାହିଁ, ତେଣୁ ଏଥିରେ ଆରାମ ପାଇଁ କେବଳ କିଛି ଆଣ୍ଟି-ଭାଇରାଲ୍ ଔଷଧ ଦିଆଯାଏ। ଏହା ବ୍ୟତୀତ ନିମ୍ ପତ୍ରଗୁଡିକ ଘର ବାହାରେ ରଖାଯାଏ, ଯାହାଫଳରେ କୀଟପତଙ୍ଗ ଘର ଭିତରକୁ ପ୍ରବେଶ ନ କରନ୍ତି।
ଲାଲ୍ ଦାନା ଗୁଡିକ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ରହିଥାଏ, ତାପରେ ଶୁଖୀବାକୁ ଲାଗେ। ସାଧାରଣତଃ ଦୁଇରୁ ଚାରି ସପ୍ତାହ ମଧ୍ୟରେ ଏହା ଭଲ ହୋଇଯାଏ। ବର୍ତ୍ତମାନ ସମୟରେ ହାଡ଼ଫୁଟି ବା ବସନ୍ତ ରୋଗ ନ ହେବା ପାଇଁ ଟୀକାକରଣ କରାଯାଇଥାଏ।
ହାଡ଼ଫୁଟି ବା ବସନ୍ତ ରୋଗ ହେଲେ କଣ ଖାଇବା ଆବଶ୍ୟକ ?
ହାଡ଼ଫୁଟି ବା ବସନ୍ତ ରୋଗ ର ରୋଗୀମାନେ ଖାଦ୍ୟରେ ଭରପୂର ଜଳୀୟ ଅଂଶ ଆବଶ୍ୟକ ହୋଇଥାଏ। ଯେପରି ତାଜା ଗାଜର ରସ, ତରଭୁଜ, କିୱି, ଇତ୍ୟାଦି ଅନ୍ତର୍ଭୁକ୍ତ କରିବା ଉଚିତ୍। ଦହି କିମ୍ବା କଦଳୀ, ଅଧିକ ପାଣି ଗ୍ରହଣ କଲେ ଆରାମ ମିଳିବ। ହାଡ଼ଫୁଟି ବା ବସନ୍ତ ରୋଗରେ ପ୍ରଥମ ତିନି ଦିନ ପାଇଁ କେବଳ ଦହି ଏବଂ ଭାତକୁ ଖାଇବାକୁ ଦିଆଯିବା ଉଚିତ।