ଜାଣିଛନ୍ତି କି ବାଇଗଣ ରେ କେଉଁ ଭିଟାମିନ୍ ମିଳିଥାଏ?

ଓଡ଼ିଶା ରେ ଘରେ ଘରେ ପ୍ରତିଦିନ ହେଉଥିବା ତରକାରୀ ରେ ବାଇଗଣ ବ୍ୟବହାର ହୋଇଥାଏ।

ଜାଣିଛନ୍ତି କି ବାଇଗଣ ରେ କେଉଁ ଭିଟାମିନ୍ ମିଳିଥାଏ?

ବାଇଗଣ ରେ ଭିଟାମିନ୍ ସି, ଭିଟାମିନ୍-ଇ ଏବଂ ଭିଟାମିନ୍-ଏ ସହିତ ଫ୍ୟାଟି ଏସିଡ୍ ମଧ୍ୟ ମିଳିଥାଏ।

ବାଇଗଣରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ଥାଏ।

ବାଇଗଣରେ ଏପରି ଅନେକ ପୋଷକ ତତ୍ତ୍ୱ ଅଛି ଯାହା ଅନ୍ୟ କୌଣସି ପନିପରିବାରେ ମିଳୁନାହିଁ।

ବାଇଗଣ ଖାଇବାର ଲାଭ କଣ?

ବାଇଗଣର ବ୍ୟବହାର ଦ୍ବାରା କୋଲେଷ୍ଟ୍ରଲ୍ର ସ୍ତର ବଢେନାହିଁ।

ବାଇଗଣରେ ଭିଟାମିନ୍ ସି ମିଳିଥାଏ, ଯାହା ସଂକ୍ରମଣରୁ ଦୂରେଇ ରହିବାରେ ପ୍ରଭାବଶାଳୀ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ଏହା ଅତ୍ୟନ୍ତ ଲାଭଦାୟକ ଅଟେ।

ବାଇଗଣର ରସର ବ୍ୟବହାର ଦାନ୍ତର ଯନ୍ତ୍ରଣାକୁଦୂର କରିଥାଏ।

ବାଇଗଣର ବ୍ୟବହାର ଦ୍ବାରା ଓଜନ ହ୍ରାସ କରିବାରେ ସାହାର୍ଯ୍ୟ ମିଳେ।

ବାଇଗଣର ବ୍ୟବହାର ଦ୍ବାରା କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥାଏ।

କିଛି ଲୋକଙ୍କ ବାଇଗଣର ବ୍ୟବହାର ଦ୍ବାରା ଆଲର୍ଜି ହୋଇଯାଏ।

ପେଟ ଜନିତ ସମସ୍ୟା ସୃଷ୍ଟି କରେ।

ମାସିକ ରୃତୁସ୍ରାବ ଶୀଘ୍ର ହୋଇପାରେ ।

ଗ୍ୟାସ ସମସ୍ୟା ମଧ୍ୟ ଦେଖାଦିଏ।

କେତେବେଳେ ବାଇଗଣ ଖାଇବା ଉଚିତ୍ ନୁହେଁ?

ଜ୍ୱର ହେଲେ ବାଇଗଣ ପନିପରିବା ଖାଇବା ଉଚିତ୍ ନୁହେଁ।
ବାଇଗଣ ଗୋଟିଏ ଗରମ ପ୍ରଦାଇ ପରିବା ହୋଇଥିବା ଯୋଗୁଁ ଏହା ଶରୀରର ଉତ୍ତାପକୁ ବଢ଼ାଇଥାଏ। ଏଥିପାଇଁ, ଆପଣଙ୍କ ଖାଦ୍ୟରେ ବାଇଗଣକୁ ଅନ୍ତର୍ଭୁକ୍ତ କରନ୍ତୁ ନାହିଁ।

ଆପଣଙ୍କୁ ଆଲର୍ଜି ହୋଇଥିଲେ ମଧ୍ୟ ବାଇଗଣ ଖାଆନ୍ତୁ ନାହିଁ।

Leave a Comment