କେଉଁ ଲୋକମାନଙ୍କୁ ମଶା ଅଧିକ କାମୁଡିଥାଆନ୍ତି ଜାଣିଛନ୍ତି କି? ଜାଣି ହେବେ ଆଶ୍ଚର୍ଯ୍ୟ…

ଆପଣକୁ କେବେ କେବେ ମଶା ତ କାମୁଡିଥିବେ ନିଶ୍ଚୟ । ବେଳେ ବେଳେ ଏମିତି ବି ହୋଇଥାଏ ମଶାମାନେ ଆପଣଙ୍କୁ କାମୁଡୁଥିବେ କିନ୍ତୁ ଆପଣଙ୍କ ପାଖରେ ଥିବା ଲୋକକୁ କାମୁଡୁନଥିବେ । ସେତେବେଳେ ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ । ଏକ ଗବେଷଣାରୁ ଜଣାପଡିଛି ଯେ, ମଶାମାନେ ଲୋକମାନଙ୍କୁ କାମୁଡିବାରେ ମଧ୍ୟ ସେମାନଙ୍କ ଚଏସ୍ ରଖିଥାନ୍ତି । କେଉଁମାଙ୍କୁ କାମୁଡିବେ ଆଉ କେଉଁମାନଙ୍କୁ ନୁହେଁ । ତେବେ ଆସନ୍ତୁ ଜାଣିବା କାହାକୁ ବେଶୀ ମଶା କାମୁଡିଥାଆନ୍ତି ।

ପୁରୁଷ ମଶାମାନେ ରକ୍ତ ପିଅନ୍ତି ନାହିଁ, ସେମାନେ ଶାକାହାରି ଅଟନ୍ତି। ମାଈ ମଶା ଲୋକମାନଙ୍କୁ କାମୁଡିଥାନ୍ତି କାରଣ ସେମାନେ ମନୁଷ୍ୟ ରକ୍ତରୁ ପ୍ରୋଟିନ୍ ସଂଗ୍ରହ କରି ଅଣ୍ଡା ସୃଷ୍ଟି କରି ସେଥିରୁ ଅଧିକ ମଶା ଛୁଆ କରିଥାନ୍ତି । ୮୫ପ୍ରତିଶତ ଲୋକଙ୍କୁ ବଂଶାନୁକ୍ରମିକ କାରଣରୁ ମଶା କାମୁଡିଥାଏ ।

କିଛି ବ୍ଲଡ୍ ଗ୍ରୁପର ଲୋକଙ୍କ ରକ୍ତ ଅନ୍ୟ ମାନଙ୍କ ତୁଳନାରେ ମିଠା ହୋଇଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ ‘O’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା କାମୁଡିବାର ସମ୍ଭାବନା ୮୩ ପ୍ରତିଶତରୁ ଅଧିକ ଅଛି । ସେହିଭଳି ‘A’ ବ୍ଲଡ ଗ୍ରୁପର ଲୋକଙ୍କୁ ମଶା କମ୍ କାମୁଡିବାର ସମ୍ଭାବନା ରହିଥିବାବେଳେ ‘B’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା ମଧ୍ୟମ ଭାବେ କାମୁଡିଥାନ୍ତି ।

ଆପଣଙ୍କ ଶରୀର ଯଦି ମୋଟା ହୋଇଥାଏ ତେବେ ଆପଣଙ୍କୁ ମଶାମାନେ ଅଧିକ କାମୁଡିଥାନ୍ତି । ମୋଟା ଲୋକ ନିଶ୍ବାସରେ ଅଧିକ କାର୍ବନ ଡାଇଅକ୍ସାଇଡ ଛାଡିଥାନ୍ତି । କାର୍ବନ ଡାଇଅକ୍ସାଇଡକୁ ମଶାମାନେ ସହଜରେ ଜାଣିପାରିଥାନ୍ତି । ୫୦ ମିଟର ଦୂରରୁ ସେମାନେ କାର୍ବନ ଡାଇଅକ୍ସାଇଡକୁ ଜାଣିପାରିଥାନ୍ତି । ବୟସ୍କ ଲୋକ ଅଧିକ କାର୍ବନ ଡାଇଅକ୍ସାଇଡ୍ ଛାଡିଥାନ୍ତି ଫଳରେ ଛୁଆଙ୍କ ଅପେକ୍ଷା ବୟସ୍କ ଲୋକଙ୍କ ପାଖକୁ ମଶା ଅଧିକ ଯାଇଥାନ୍ତି । ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ମଶା କାମୁଡିଥାନ୍ତି ।

ଗର୍ଭବତୀ ମହିଳାଙ୍କୁ ମଶା ଅଧିକ କାମୁଡିଥାନ୍ତି । କାରଣ ସେମାନଙ୍କ ନିଶ୍ବାସରେ ଅଧିକ କାର୍ବନ ଡାଇଅକ୍ସାଇଡ୍ ଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଜଣେ ସାଧାରଣ ମହିଳା ତୁଳନାରେ ଗର୍ଭବତୀ ମହିଳା ୨୧ ପ୍ରତିଶତ ଅଧିକ କାର୍ବନ ଡାଇଅକ୍ସାଇଡ୍ ଛାଡିଥାନ୍ତି।

ଯେଉଁମାନେ ମଦ ପିଇଥାନ୍ତି, ସେମାନଙ୍କୁ ଅଧିକ ମଶାମାନେ କାମୁଡିଥାନ୍ତି। କାରଣ ମଦ ପିଇବା ଦ୍ବାରା ଶରୀରର ପାଚନକ୍ରିୟା ଏବଂ ଶରୀରର ଉସ୍ମତା ବୃଦ୍ଧି ପାଇଥାଏ।

ମଶାମାନେ ନିଜର ଶୀକାର ଖୋଜିବା ପାଇଁ ଦୃଷ୍ଟିଶକ୍ତିର ମଧ୍ୟ ଉପଯୋଗ କରିଥାନ୍ତି । ଲାଲ୍ ରଙ୍ଗ ପ୍ରତି ସେମାନେ ଅଧିକ ଆକର୍ଷଣ ହୋଇଥାନ୍ତି। କଳା ଏବଂ ନୀଳ ଭଳି ଗାଢ ରଙ୍ଗ ମଧ୍ୟ ଅଧିକ ଆକୃଷ୍ଟ କରିଥାଏ । ତେଣୁ ଯଦି ଆପଣ ଗାଢ ରଙ୍ଗର ପୋଷାକ ପିନ୍ଧୁଛନ୍ତି ତେବେ ମଶାମାନେ ଆପଣଙ୍କୁ ଅଧିକ କାମୁଡିବେ ।

ଯେଉଁମାନଙ୍କ ଶରୀରରେ ଅଧିକ ଲାକଟିକ୍ ଏସିଡ୍, ୟୁରିକ୍ ଏସିଡ୍ ଉତ୍ପାଦିତ ହୋଇଥାଏ, ସେମାନଙ୍କୁ ମଶାମାନେ ଅଧିକ କାମୁଡିଥାନ୍ତି । ଷ୍ଟେରୋଏଡ୍ ଏବଂ କୋଲେଷ୍ଟେରଲ ଅଧିକ ରହିଥିଲେ ମଧ୍ୟ ଅଧିକ ମଶା କାମୁଡିଥାନ୍ତି।

Leave a Comment