ଶରୀରରେ ଭିଟାମିନ୍ ‘ଏ’ ଅଭାବ ଅଧିକାଂଶ କ୍ଷେତ୍ରରେ ଆଖି ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥାଏ। ଭିଟାମିନ୍ ‘ଏ’ ର ଅଭାବ ଦ୍ବାରା ଆମ ଶରୀରର ଅନେକ ଅଙ୍ଗ ଯଥା ଚର୍ମ, କେଶ, ଦାନ୍ତରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଶରୀରରେ ଭିଟାମିନ୍ ଏ ଅଭାବରୁ ଆଖି ଡୋଳାରେ ଧଳା ଦାଗ କିମ୍ବା ମାଛକାତି ପରି ଦାଗ ହୋଇପାରେ। ଏହା ବ୍ୟତୀତ ଏହା ଆମ ରକ୍ତରେ କ୍ୟାଲସିୟମର ସ୍ତର ବଜାୟ ରଖିବା ପାଇଁ ଭିଟାମିନ ‘ଏ’ ଆବଶ୍ୟକ ଅଟେ, ଯାହା ଆମ ହାଡକୁ ଶକ୍ତିଶାଳୀ କରିଥାଏ। ଶରୀରରେ ଭିଟାମିନ୍ ଏ ଅଭାବ ହେତୁ ଚର୍ମ ରୋଗ ହେବାର ସମ୍ଭାବନା ମଧ୍ୟ ଥାଏ। ତେଣୁ, ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍ ‘ଏ’ ଏକାନ୍ତ ଆବଶ୍ୟକ।
କେଉଁଥିରେ ଭିଟାମିନ୍ ‘ଏ’ ର ପରିମାଣ ଅଧିକା ଥାଏ?
ଶରୀରରେ ଭିଟାମିନ୍ ‘ଏ’ ର କମି ଭରିବା ପାଇଁ ଅଣ୍ଡା, କ୍ଷୀର, ଗାଜର, ହଳଦିଆ ପନିପରିବା, ପାଳଙ୍ଗ, କନ୍ଧମୁଳ, ସୋୟାବିନ୍ ଏବଂ ଅନ୍ୟାନ୍ୟ ପତ୍ରଯୁକ୍ତ ସବୁଜ ପନିପରିବା ଖାଇବା ଜରୁରୀ।
ଏକ ମଧ୍ୟମ ଆକାରର ଗାଜର ଭିଟାମିନ୍ ‘ଏ’ ର ଆବଶ୍ୟକତାକୁ ସହଜରେ ପୂରଣ କରିପାରିବ।
କଖାରୁ ବା ବୋଇତାଳୁ, ଅମୃତଭଣ୍ଡା ସବୁ ସମୟରେ ସହଜରେ ଉପଲବ୍ଧ ପନିପରିବା ଅଟେ। ଏଥିରେ ଭିଟାମିନ୍ ‘ଏ’ ଭରପୁର ପରିମାଣରେ ଅଛି।