କସ୍ତୁରୀ ବିଶେଷତଃ ଏକ ସୁଗନ୍ଧିତ ପଦାର୍ଥ । ଏହା ଏକ ପ୍ରକାର ମୃଗ ର ନାଭି ରୁ ଉତ୍ପନ୍ନ ହୁଏ।
ଯାହା ହିମାଳୟର 8000 ରୁ 12000 ଫୁଟ ଉଚ୍ଚତାରେ, ତିବତ ଏବଂ ମଧ୍ୟ ଏସିଆରେ ସାଇବରିଆ, ଅର୍ଥାତ୍ ଅତ୍ୟଧିକ ଥଣ୍ଡା ସ୍ଥାନରେ ମିଳିଥାଏ ଏହି ହରିଣଟି ଅତ୍ୟନ୍ତ ଚଞ୍ଚଳ ସ୍ବଭାବର।
ପୁରୁଷ ହରିଣର ନାଭି ରେ ଅବସ୍ଥିତ ଏକ ଗ୍ରନ୍ଥିରୁ କସ୍ତୁରୀ ଉତ୍ପନ୍ନ ହୁଏ।
ପ୍ରାଚୀନ କାଳରୁ ଏହି ପଦାର୍ଥ ସୁଗନ୍ଧିତ ଦ୍ରବ୍ୟ ପାଇଁ ଏକ ଲୋକପ୍ରିୟ ରାସାୟନିକ ଭାବରେ ବ୍ୟବହୃତ ହୋଇଆସୁଛି ଏବଂ ଏହା ପୃଥିବୀର ସବୁଠାରୁ ମୂଲ୍ୟବାନ ଅଟେ।
ପ୍ରକୃତ କସ୍ତୁରୀ ମୂଲ୍ୟ କ’ଣ?
ଆନ୍ତର୍ଜାତୀୟ ବଜାରରେ କସ୍ତୁରୀ ର ମୂଲ୍ୟ କିଲୋଗ୍ରାମ ପିଛା 30 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହା ଅତର ତିଆରିରେ ମଧ୍ୟ ବ୍ୟବହୃତ ହୁଏ।