ଯଦି ମହିଳା ଖାଇ ଦିଅନ୍ତି ଭାଏଗ୍ରା ଟାବଲେଟ୍, ତେବେ କ’ଣ ହେବ କେବେ ଚିନ୍ତା କରିଛନ୍ତି କି? ତେବେ ଆସନ୍ତୁ ଜାଣିବା…

ଭାୟାଗ୍ରା ହେଉଛି ଏକ ପ୍ରକାର ଔଷଧ ଯାହା ପୁରୁଷମାନଙ୍କଠାରେ ଇରେକ୍ଟାଇଲ୍ ଡିସଫଙ୍କସନ ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ସାଧାରଣତ ଏହାକୁ ଉତ୍ସାହ ଆଣିବା ପାଇଁ ଖିଆଯାଉଥିବା ଏକ ଔଷଧ ବୋଲି ବିବେଚନା କରାଯାଏ। ଏହାକୁ ସମ୍ବନ୍ଧର ସାଧାରଣତଃ 30 ମିନିଟ କିମ୍ବା 1 ଘଣ୍ଟା ପୂର୍ବରୁ ସେବନ କରାଯାଇପାରେ । ତେବେ ମୁଖ୍ୟତଃ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ଯଦି ମହିଳାମାନେ ଏହି ଔଷଧ ଖାଇଲେ କ’ଣ ହେବ? ଭାୟାଗ୍ରା ବ୍ୟବହାର ଦ୍ୱାରା ମହିଳାମାନେ ମଧ୍ୟ ଉତ୍ତେଜିତ ହୋଇପାରିବେ କି? ଏହିପରି ଅନେକ ପ୍ରଶ୍ନ ହଜାର ହଜାର ଲୋକଙ୍କ ମନରେ ଉଠିଥାଏ।

ଉଲ୍ଲେଖନୀୟ ବିଷୟ ହେଉଛି, ପୁରୁଷ ଏବଂ ମହିଳାଙ୍କ ଶରୀର ଗଠନରେ ପାର୍ଥକ୍ୟ ରହିଛି, ହର୍ମୋନ୍ ଏବଂ ସେମାନଙ୍କ ଶରୀରର ଆଭ୍ୟନ୍ତରୀଣ କାର୍ଯ୍ୟରେ ମଧ୍ୟ ପାର୍ଥକ୍ୟ ଅଛି। ଏପରି ପରିସ୍ଥିତିରେ, ଯଦିଓ ଜଣେ ମହିଳା ଭାୟାଗ୍ରା ଖାଏ, ତେବେ ଏହା ତାଙ୍କ ପାଇଁ କୌଣସି ପରିବର୍ତ୍ତନ ଆଣିବ ନାହିଁ।

ରିପୋର୍ଟରୁ ଜଣାପଢିଛି ଯେ, ମେନୋପୋଜ ପରେ ଭାଇଗ୍ରା ମେଡିସିନ କିଛି ମାତ୍ରାରେ ପ୍ରଭାବଶାଳୀ ହୋଇପାରେ । ଭାଇଗ୍ରା ଶରୀରରେ ଥିବା ଶିରା ଚାନେଲଗୁଡିକୁ ବିସ୍ତାର କରି କାମ କରେ, ଯାହା ବିଭିନ୍ନ ଅଙ୍ଗରେ ରକ୍ତ ଜମାଟ ବାନ୍ଧି ଦେଇଥାଏ ।

ଫଳରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, କ୍ଳାନ୍ତ ଅନୁଭବ କରିବା ଏବଂ ମୁହଁ ଶୁଖିଯିବା ଭଳି ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ତେବେ ଏସବୁ ଲକ୍ଷଣ ପ୍ରେମେନୋପୋଜଲ ମହିଳାଙ୍କ କ୍ଷେତ୍ରରେ ଅଧିକ ଗମ୍ଭୀର ହୋଇପାରେ ।

Leave a Reply

Your email address will not be published. Required fields are marked *