ଘର ଭିତରେ ଅମ୍ଳଜାନ ରେ ଭରପୂର ଶୁଦ୍ଧ ବାୟୁ ଚାହୁଁଛନ୍ତି କି? ଏହି indoor plants ଲଗାନ୍ତୁ ……

ଅନେକ ଲୋକ ନିଜ ଘରେ ବାୟୁକୁ ଶୁଦ୍ଧ କରିବା ପାଇଁ ବାୟୁ ବିଶୋଧନକାରୀ ଯନ୍ତ୍ର କିଣନ୍ତି। କିନ୍ତୁ କିଛି ଏପରି ଉଦ୍ଭିଦ ଅଛି ଯାହାକୁ ଲଗାଇ ଆପଣ ପ୍ରାକୃତିକ ଭାବରେ ବାୟୁକୁ ଶୁଦ୍ଧ କରିପାରିବେ।

ଉଦ୍ଭିଦ ବାୟୁରେ ଥିବା ବିଷାକ୍ତ କାର୍ବନ ମନୋକ୍ସାଇଡ୍, ଫର୍ମାଲଡିହାଇଡ୍ ଏବଂ ବେନଜିନ ପରି ଯୌଗିକକୁ ଦୂର କରିଥାଏ।

Jade plant :

ଜାଡେ ପ୍ଲାଣ୍ଟର ଅନେକ ଔଷଧୀୟ ଉପକାର ଅଛି। ଏହା ସାଜସଜ୍ଜା ସହିତ ମାନସିକ ଚାପ ହ୍ରାସ କରିବାରେ ସାହାଯ୍ୟ କରେ। ଆପଣଙ୍କୁ ଭଲ ନିଦ ହେବାରେ ସାହାଯ୍ୟ କରେ। ଏହା ଘର ଭିତରର ଆର୍ଦ୍ରତା କୁ କମ୍ କରେ ଏବଂ ଧୂଳି ପରି ଆଲର୍ଜି ସୃଷ୍ଟି କରୁଥିବା କଣିକା ସହିତ ଲଢ଼ି ଆମକୁ ସୁରକ୍ଷା ଦେଇଥାଏ।

Money plant :

ଯଦିଓ ଲୋକମାନେ ଧନ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ମନି ପ୍ଲାଣ୍ଟ ଲଗାନ୍ତି, କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ଅଟେ। ଏହା ବିଶୁଦ୍ଧ ବାୟୁ କୁ ଶୋଷଣ କରି ଶୁଦ୍ଧ ବାୟୁ ପ୍ରଦାନ କରେ।

Snake plant :

Snake plant ନିଜେ ଏକ ସ୍ୱାସ୍ଥ୍ୟର ଗଂଥାଘର। ଏହା ଘରର ବାୟୁକୁ ଶୁଦ୍ଧ କରିଥାଏ ଏବଂ ଆଲର୍ଜିକୁ ରୋକିଥାଏ। ବେନଜେନ ଏବଂ ଫର୍ମାଲଡିହାଇଡ ଭଳି କର୍କଟ ରୋଗର ଜୀବାଣୁ କୁ ଦୂର କରିବାରେ ସାହାଯ୍ୟ କରିଥାଏ।

Erika palm plant :

Erika palm plant ଦେଖିବାକୁ ସୁନ୍ଦର ଦେଖାଯାଏ ଏବଂ ଏହାର ଅନେକ ଔଷଧୀୟ ଉପକାର ଅଛି। ଏହା ଆପଣଙ୍କ ଘରକୁ ଶୁଦ୍ଧ କରିଥାଏ। ବାୟୁରୁ କ୍ଷତିକାରକ କଣିକା ଅବଶୋଷଣ କରି ଅମ୍ଳଜାନ ରେ ଭରପୂର ଶୁଦ୍ଧ ବାୟୁ ପ୍ରଦାନ କରେ ଏବଂ ଆପଣଙ୍କ ଘରକୁ ଏକ ଉତ୍ତମ ସ୍ଥାନ କରିଥାଏ।

Leave a Comment