ଘରେ ଔଷଧ ନ ଥିବା ସମୟରେ ବାନ୍ତି ହେଉଛି କି ? ୨ ମିନଟ ରେ ହିଁ ବାନ୍ତି କୁ ବନ୍ଦ କରନ୍ତୁ ……..

ବାନ୍ତି ଆପଣଙ୍କୁ ଦିନେ ନା ଦିନେ ହୋଇଥିବ । ସବୁ ସମୟରେ ଔଷଧ ପାଖରେ ଥିବ ଏହା ସମ୍ଭବ ନୁହେଁ। ତେଣୁ ଘରୋଇ ଉପଚାର ଜାଣିବା ଜରୁରୀ ।

ବାନ୍ତି ହେବାର ମୁଖ୍ୟ କାରଣ :

  • ଭୋଜନ ପରେ ଏକରୁ ଆଠ ଘଣ୍ଟା ମଧ୍ୟରେ ବାନ୍ତି ହେଲେ ଖାଦ୍ୟ ବିଷାକ୍ତତା ସୂଚାଇପାରେ ।
  • ହ୍ୟାଙ୍ଗଓଭର, ଗର୍ଭଧାରଣ, ଅତ୍ୟଧିକ ଖାଇବା, ଗ୍ୟାଷ୍ଟ୍ରାଇଟିସ୍, ଅଲସର୍ ଇତ୍ୟାଦି ଦ୍ୱାରା ମଧ୍ୟ ବାନ୍ତି ହୋଇପାରେ।

ବାନ୍ତି ର ଘରୋଇ ଉପଚାର :

ଅଦା :

ବାନ୍ତି ଲାଗିବା ସମୟରେ, ଏକ ଛୋଟ ଅଦା ଖଣ୍ଡ କୁ ପାଟିର କଳରେ ରଖି ଧୀରେ ଧୀରେ ଚୋବାଇ ଅଦା ରସ କୁ ଖାଇଲେ, ବାନ୍ତି ଲାଗିବ ବନ୍ଦ ହୁଏ ।

ଲେମ୍ବୁ :

ଲେମ୍ବୁ କୁ ବାରମ୍ବାର ଶୁଙ୍ଘିବା ଦ୍ଵାରା ଓ ଲେମ୍ବୁ ଖଣ୍ଡ କୁ ଜିଭ ରେ ଚାଟିବା ଦ୍ବାରା ବାନ୍ତି ର ସମସ୍ୟା ଦୂର ହୁଏ ।

ପାନମହୁରୀ :

ପାନମହୁରୀ କୁ ପାଣି ରେ ଫୁଟାନ୍ତୁ । ସେହି ପାଣି କୁ ଛାଣି ଚା ପିଇବା ଭଳି ପିଇଲେ, ବାନ୍ତି ସମସ୍ୟା ଦୂର ହୋଇଥାଏ ।

ଆକ୍ୟୁପ୍ରେସର :

ଆକ୍ୟୁପ୍ରେସର ହେଉଛି ଏକ ଲୋକପ୍ରିୟ ପାରମ୍ପାରିକ ଔଷଧ।
ଆକ୍ୟୁପ୍ରେସର ଅର୍ଥ ରୋଗ ରୁ ମୁକ୍ତି ପାଇଁ ଶରୀରର କିଛି ସ୍ଥାନକୁ ଉତ୍ସାହିତ କରିବା ପାଇଁ ଚାପ ବ୍ୟବହାର କରାଯାଏ।

ଏହି ଚାପ ବିନ୍ଦୁକୁ ଜାଣିବା ପାଇଁ ::

  1. ହାତର କଚି ଉପରେ ତିନୋଟି ଆଙ୍ଗୁଠି ରଖନ୍ତୁ ।
  2. ବୁଢ଼ା ଆଙ୍ଗୁଠିକୁ ଆପଣଙ୍କର ଇଣ୍ଡେକ୍ସ ଆଙ୍ଗୁଠି ତଳେ ରଖନ୍ତୁ ।
  3. ଏହି ବିନ୍ଦୁକୁ ଦୁଇରୁ ତିନି ମିନିଟ୍ ପାଇଁ ବୃତ୍ତାକାର ଗତିରେ ଘଷନ୍ତୁ ।
  4. ଅନ୍ୟ ହାତରେ ମଧ୍ୟ ଏହାକୁ ପୁନରାବୃତ୍ତି କରନ୍ତୁ।

ମହୁ :

ବାନ୍ତି ଲାଗିବା ସମୟରେ ଏକ ଚାମଚ ମହୁ କୁ ନେଇ ଧୀରେ ଧୀରେ ଜିଭ ରେ ଚାଟିଲେ ବାନ୍ତି ବନ୍ଦ ହୋଇଯାଏ ।

ଲବଙ୍ଗ :

୪ ଟି ଲବଙ୍ଗ କୁ କୁଟି ଏକ ଗ୍ଲାସ ପାଣି ରେ ଗରମ କରନ୍ତୁ । ଏକ ଗ୍ଲାସ ପାଣି ଫୁଟି ଅଧ କପ ପାଣି ହେଲେ, ତାକୁ ଛାଣି ପିଅନ୍ତୁ । ଏହା ଦ୍ୱାରା ବାନ୍ତି ଶୀଘ୍ର ଭଲ ହୁଏ ।

Leave a Reply

Your email address will not be published. Required fields are marked *