ବେସନ ରେ ଏହି ଜିନିଷକୁ ମିଶାଇ ମୁହଁରେ ଲଗାନ୍ତୁ, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା।

ବେସନ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ ଏବଂ ଚର୍ମ ପାଇଁ ଏକ ପ୍ରାକୃତିକ କ୍ଲିନର୍ ଭାବରେ ଏହା କାମ କରେ। ଚର୍ମରେ ବେସନ ଲଗାଇବା ଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଚର୍ମକୁ ଡ଼ିଟାକ୍ସିଫାଇ କରିବା ପାଇଁ ଏହା କାମ କରେ। ଚର୍ମ ବିଶେଷଜ୍ଞଙ୍କ ଅନୁଯାୟୀ ବେସନ ରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମିଳିଥାଏ, ଯାହା ଚର୍ମକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ।

ଚେହେରାରେ ବେସନ ପ୍ରୟୋଗ କରିବାର ପଦ୍ଧତି ଏବଂ ଲାଭ କଣ ଆସନ୍ତୁ ଜାଣିବା।

1. ଚେହେରାରୁ ଅଠାଳିଆପଣ ଦୂର କରେ।

ପ୍ରଥମେ ଚେହେରାକୁ ଭଲ ଭାବରେ ଧୋଇନିଅନ୍ତୁ। ତାପରେ ମୁହଁକୁ ପୋଛିନିଅନ୍ତୁ। ବେସନକୁ ଦହି ସହିତ ମିଶାଇ ଏକ ପେଷ୍ଟ ତିଆରି କରି ଚେହେରାରେ ଲଗାନ୍ତୁ। ଯେତେବେଳେ ମୁହଁ ଶୁଖିଯିବ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।ପିମ୍ପଲ୍ ହଟାଇବାରେ ସହାୟକ।

2. ପିମ୍ପଲ୍ ହଟାଇବାରେ ସହାୟକ।

ଏକ ପାତ୍ରରେ ବେସନ ନେଇ ସେଥିରେ କାକୁଡି ପେଷ୍ଟକୁ ଭଲ ଭାବରେ ମିଶାନ୍ତୁ। ଏହି ପେଷ୍ଟକୁ ବେକରୁ ମୁହଁକୁ ଭଲ ଭାବରେ ଲଗାନ୍ତୁ। ପ୍ରାୟ 20 ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ। ଏହା ଆପଣଙ୍କ ବ୍ରଣର ସମସ୍ୟାକୁ ଦୂର କରିବ ଏବଂ ଚେହେରାର ଚମକ ବଢାଇବ।Dull Skin ରୁ ମୁକ୍ତି।

3. Dull Skin ରୁ ମୁକ୍ତି।

ବର୍ତ୍ତମାନ ବେସନ ସହ ଗୋଲାପ ଜଳ, କିଛି ହଳଦୀ ଏବଂ ମଲ୍ଟାନି ମିଟି ମିଶାନ୍ତୁ। ଏହି ପେଷ୍ଟକୁ ବେକରୁ ମୁହଁକୁ ଲଗାନ୍ତୁ। ବର୍ତ୍ତମାନ ହାଲୁକା ହାତରେ ମାଲିସ୍ କରନ୍ତୁ। 15 ମିନିଟ୍ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ।ଶୁଷ୍କତା (dryness) ଦୂର କରନ୍ତୁ।

4. ଶୁଷ୍କତା (dryness) ଦୂର କରନ୍ତୁ।

କ୍ରିମ୍ ବା ମଲାଇ ଏବଂ ବେସନ କୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହି ଫେସ୍ ପ୍ୟାକ୍ ଆପଣଙ୍କ ତ୍ୱଚାକୁ ଆର୍ଦ୍ରତା ଦେଇଥାଏ। ତା ସହ ତ୍ୱଚାକୁ କୋମଳ କରିଥାଏ ଏବଂ ଆପଣଙ୍କ ରଙ୍ଗକୁ ଗୋରା ମଧ୍ୟ କରିଥାଏ।

Leave a Comment