ଘରେ ପ୍ରସ୍ତୁତ ପ୍ରୋଟିନ୍ ପାଉଡର ବ୍ୟବହାର କରନ୍ତୁ, ନିଜ ସ୍ୱାସ୍ଥ୍ୟର ଉନ୍ନତି ସହିତ ଆପଣ ନିଜର ଟଙ୍କା ସଞ୍ଚୟ କରନ୍ତୁ।

ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ଥର ଆମ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ନଥିବା ଦ୍ବାରା ଆମ ଶରୀରକୁ ପ୍ରୋଟିନ୍ ଆବଶ୍ୟକତା ପଡିଥାଏ। ତେଣୁ, ପ୍ରୋଟିନର ଆବଶ୍ୟକତାକୁ ପୂରଣ କରିବା ପାଇଁ ଲୋକମାନେ ବଜାରରେ ଉପଲବ୍ଧ ପ୍ରୋଟିନ୍ ପାଉଡର ବ୍ୟବହାର କରନ୍ତି। ବଜାରରେ ଉପଲବ୍ଧ ପ୍ରୋଟିନ୍ ପାଉଡର୍ ବହୁତ ମହଙ୍ଗା। ଏତେ ଟଙ୍କା ଦେବା ପରେ ମଧ୍ୟ ଆପଣ ନିଶ୍ଚିତ ନୁହଁନ୍ତି ଯେ ଆପଣ କିଣିଥିବା ପାଉଡର ସମ୍ପୂର୍ଣ୍ଣ ସୁରକ୍ଷିତ କି ନୁହେଁ। ଆଜି ଆମେ ଆପଣଙ୍କୁ କହିବୁ କିପରି ଘରେ ପ୍ରୋଟିନ୍ ପାଉଡର ତିଆରି କରାଯାଏ। ଏହାକୁ ବଜାର ଅପେକ୍ଷା ଘରେ ପ୍ରସ୍ତୁତ କରିବା ପାଇଁ ବହୁତ କମ୍ ଟଙ୍କା ଲାଗିବ ଏବଂ ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ।

ପ୍ରୋଟିନ୍ ପାଉଡର ତିଆରି ପାଇଁ ଆବଶ୍ୟକ ଉପାଦାନ :

ଏହି ପାଉଡର ତିଆରି କରିବା ପାଇଁ ଆପଣଙ୍କୁ ବାଦାମ, ପିସ୍ତା, ଭୁଇଁ ଚଣା, ଅଖରୋଟ, ସୋୟାବିନ୍, କଖାରୁ ମଞ୍ଜି, ଓଟସ୍ ଏବଂ କ୍ଷୀର ପାଉଡର ଦରକାର। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ।

ପ୍ରୋଟିନ୍ ପାଉଡର ରେସିପି :

ଏହି ପାଉଡର ତିଆରି କରିବା ପାଇଁ ପ୍ରଥମେ ବାଦାମ, ପିସ୍ତା, ଭୁଇଁ ଚଣା, ଅଖରୋଟ, ସୋୟାବିନ୍, କଖାରୁ ମଞ୍ଜି, ଓଟସ୍ ଇତ୍ୟାଦି କୁ କମ୍ ଏବଂ ମଧ୍ୟମ ଅଗ୍ନିରେ ଏକ ପ୍ୟାନରେ ଭାଜନ୍ତୁ। ଆପଣ ଏହାକୁ ବାହାର କରି କିଛି ସମୟ ପାଇଁ ଥଣ୍ଡା କରିବାକୁ ଦିଅନ୍ତୁ, ଯେତେବେଳେ ଏହା ସଠିକ୍ ଥଣ୍ଡା ହୋଇଯାଏ, ଭଜା ବାଦାମ, ମଞ୍ଜି, ଏବଂ କ୍ଷୀର ପାଉଡରକୁ ମିକ୍ସର୍ରେ ରଖନ୍ତୁ ଏବଂ ଏକ ଭଲ ପାଉଡର ତିଆରି କରନ୍ତୁ। ଗ୍ରାଇଣ୍ଡିଂ ପରେ ଏହାକୁ ଫିଲ୍ଟର୍ କରନ୍ତୁ। ଘରେ ତିଆରି ପ୍ରୋଟିନ୍ ପାଉଡର ପ୍ରସ୍ତୁତ।

ପ୍ରୋଟିନ୍ ପାଉଡରକୁ ଏହିପରି ଖାଆନ୍ତୁ :

ଆପଣ ଏହି ପ୍ରୋଟିନ୍ ପାଉଡରକୁ ଅନେକ ଉପାୟରେ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ। ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ କ୍ଷୀର ସହିତ ମିଶ୍ରିତ ପିଇପାରିବେ। ଏହା ବ୍ୟତୀତ, ରୁଟି କରିବା ସମୟରେ ଏହାକୁ ଅଟାରେ ଚକଟି ରୁଟି କରିପାରିବେ।

ପ୍ରୋଟିନ୍ ପାଉଡରକୁ ଷ୍ଟୋର୍ କିପରି କରିବେ?

ପ୍ରୋଟିନ୍ ପାଉଡର ଗଚ୍ଛିତ ରଖିବା ପାଇଁ ଏକ ଏୟାର ଟାଇଟ୍ ପାତ୍ର ବ୍ୟବହାର କରନ୍ତୁ। ଯଦି ଆପଣ ଏହାକୁ ଏକ ଏୟାର ଟାଇଟ୍ ପାତ୍ରରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତି, ତେବେ ଏହା ଦୁଇମାସ ପର୍ଯ୍ୟନ୍ତ ନଷ୍ଟ ହେବ ନାହିଁ। ଯଦି ଆପଣ ଏହି ପାଉଡରର 30-32 ଗ୍ରାମ ଖାଉଛନ୍ତି, ତେବେ ଆପଣ ଏଥିରୁ ପ୍ରାୟ 10.5 ଗ୍ରାମ ପ୍ରୋଟିନ୍ ପାଇବେ।

Leave a Comment