ମୂତ୍ରାଶୟ ସଂକ୍ରମଣ (UTI) କାରଣ, ଲକ୍ଷଣ ଏବଂ ଘରୋଇ ଉପଚାର….

UTI କ’ଣ? (ମୂତ୍ରାଶୟ ସଂକ୍ରମଣ କ’ଣ?)

UTI ହୁଏ ଯେତେବେଳେ ବ୍ଲାଡର ବା ମୂତ୍ରାଶୟ ଏବଂ ଏହାର ଟ୍ୟୁବ୍ ଜୀବାଣୁ ଦ୍ଵାରା ସଂକ୍ରମିତ ହୁଏ । ଇ-କୋଲି ନାମକ ଜୀବାଣୁ ଏହି ସଂକ୍ରମଣର ମୂଳ କାରଣ । ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ମୂତ୍ରନଳୀ ସଂକ୍ରମଣ ଅଧିକ ଦେଖାଯାଏ । ଅଧିକାଂଶ ମହିଳା ଜୀବନରେ ଅତି କମରେ ଥରେ ସଂକ୍ରମଣ ହୋଇଥାନ୍ତି ।

UTI କାହିଁକି ଘଟେ? (UTI ର କାରଣ)

ଯଦିଓ UTI ସଂକ୍ରମଣ ଇ-କୋଲି ବ୍ୟାକ୍ଟେରିଆ ଦ୍ଵାରା ହୋଇଥାଏ, କିନ୍ତୁ ଏହା ବ୍ୟତୀତ ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ଅଛି ଯାହା ଦ୍ଵାରା ଏହି ରୋଗ ହୋଇଥାଏ ।

ବିଶେଷତ ଯଦି ଯୌନ ସମ୍ପର୍କ ଅଧିକ, ତୀବ୍ର ଏବଂ ଅନେକ ଲୋକଙ୍କ ସହିତ କରାଯାଏ ତେବେ UTI ହୋଇପାରେ ।

ଶରୀରକୁ ଯେତିକି ପରିମାଣ ର ଜଳ ଆବଶ୍ୟକ ସେତିକି ପରିମାଣ ଜଳ ନ ପିଇବା ଦ୍ଵାରା ।

Diabetes ରୋଗୀମାନେ UTI ର ଅଧିକ ଶୀକାର ହୋଇଥାନ୍ତି ।

ଅସ୍ବଛ ରହିବାର ଅଭ୍ୟାସ ।

ମୂତ୍ରାଶୟକୁ ସଂପୂର୍ଣ୍ଣ ଖାଲି ନ କରିବା ।

Diarrhea ହେଲେ ।

ଯେତେବେଳେ ପରିସ୍ରା କରିବାରେ ବାଧା ଆସେ ।

ପଥରି ରୋଗ ଯୋଗୁଁ ।

ଗର୍ଭନିରୋଧକ ଅତ୍ୟଧିକ ବ୍ୟବହାର କରିବା ଦ୍ଵାରା ।

ଋତୁସ୍ରାବ ସମୟରେ ।

ଏକ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ରହିବା ଦ୍ଵାରା ।

ଆଣ୍ଟିବାୟୋଟିକ୍ ର ଅତ୍ୟଧିକ ବ୍ୟବହାର କରିବା ଦ୍ଵାରା ।

UTI ର ଲକ୍ଷଣ :

UTI ର ସମସ୍ୟା ହେବା ଦ୍ଵାରା ପ୍ରଥମେ ମୂତ୍ର ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ, କିନ୍ତୁ ଏହା ବ୍ୟତୀତ ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ଅଛି ।

ମୂତ୍ରାଶୟ ରେ ସଂକ୍ରମଣ ହେତୁ ମୂତ୍ର ମାର୍ଗ ଏବଂ ମୂତ୍ରାଶୟ ଆବରଣର ଫୁଲିଯିବା।

ପରିସ୍ରା କଲାବେଳେ ଯନ୍ତ୍ରଣା ଅନୁଭବ କରିବା କିମ୍ବା ଜଳିବା।

ବାରମ୍ବାର ପରିସ୍ରା କରିବାକୁ ଉଠିବା ଏବଂ ଅଳ୍ପ ପରିମାଣରେ ପରିସ୍ରା ହେବା ।

ପରିସ୍ରା ରୁ ଗନ୍ଧ ବାହାରିବା ।

ପରିସ୍ରା ରୁ ରକ୍ତସ୍ରାବ ହେବା ।

ତଳ ପେଟରେ ଯନ୍ତ୍ରଣା ଅନୁଭବ କରିବା ।

ସାମାନ୍ୟ ଜ୍ୱର ଆସିବା ।

ବାନ୍ତି ଲାଗିବା ।

ଛୋଟ ପିଲାମାନଙ୍କଠାରେ ଜ୍ୱର, ଜଣ୍ଡିସ୍, ବାନ୍ତି, ତରଳ ଝାଡା ଏବଂ ଉତ୍ତେଜନା ଭଳି ଲକ୍ଷଣ ଦେଖାଯାଏ ।

ବୃଦ୍ଧମାନଙ୍କଠାରେ ଜ୍ୱର, ଭୋକ ହ୍ରାସ, ଦୁର୍ବଳ ଏବଂ ମନୋବଳ ପରିବର୍ତ୍ତନ ଭଳି ଲକ୍ଷଣ ଦେଖାଯାଏ ।

UTI ପାଇଁ ପ୍ରତିରୋଧ ଟିପ୍ସ :

ମୂତ୍ରନଳୀ ସଂକ୍ରମଣ କ୍ଷେତ୍ରରେ, ଜୀବନସୈଳୀ ଏବଂ ଖାଦ୍ୟରେ କିଛି ପରିବର୍ତ୍ତନ କରି ଏହି ରୋଗକୁ କିଛି ମାତ୍ରାରେ ଏଡାଇ ଦିଆଯାଇପାରେ ।

ଅଧିକରୁ ଅଧିକ ପାଣି ପିଇବା ଏବଂ ପରିସ୍ରା ଅତିକ୍ରମ କରିବାର ଅଭ୍ୟାସ କରିବା ଉଚିତ୍ ।

ମଦ୍ୟପାନ ଏବଂ କଫିନ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ, ଯାହା ବ୍ଲାଡର ସଂକ୍ରମଣର କାରଣ ହୋଇପାରେ ।

ଯୌନ ସମ୍ପର୍କ ପରେ ତୁରନ୍ତ, ପରିସ୍ରା ତ୍ୟାଗ କରନ୍ତୁ ।

ଯୌନାଙ୍ଗକୁ ସଫା ରଖନ୍ତୁ ।

ଗାଧୋଇବା ପାଇଁ ବାଥ୍ ଟବ୍ ବ୍ୟବହାର କରନ୍ତୁ ନାହିଁ ।

ଋତୁସ୍ରାବ ସମୟରେ ସାନିଟାରୀ ପ୍ୟାଡ୍ ବ୍ୟବହାର କରନ୍ତୁ ।

ଯୌନାଙ୍ଗରେ କୌଣସି ପ୍ରକାରର ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।

Cotton ର underwear ପିନ୍ଧନ୍ତୁ ।

ଯୋଗାନାସ UTI କୁ ନିୟନ୍ତ୍ରଣ କରିବାରେ ଲାଭଦାୟକ, କାରଣ ଯୋଗାସନ ପେଲଭିକ୍ ଅଞ୍ଚଳର ମାଂସପେଶୀକୁ ମଜବୁତ କରେ ଏବଂ ପରିସ୍ରା control ନ କରିପାରିବାର ସମସ୍ୟାକୁ ହ୍ରାସ କରେ । ମୂତ୍ରନଳୀ ସଂକ୍ରମଣକୁ ରୋକିବା ଏବଂ ଆରୋଗ୍ୟ କରିବାରେ ନିମ୍ନଲିଖିତ ଆସନା ସାହାଯ୍ୟ କରେ – ପଦାସନ, ବଜ୍ରଆସନ, ଭୁଜଙ୍ଗାସନ ଇତ୍ୟାଦି ।ପ୍ରତିଦିନ ଅତି କମରେ 30 ମିନିଟ୍ ବ୍ୟାୟାମ କରନ୍ତୁ ।

Leave a Comment