ଶିଶୁର ବୃଦ୍ଧିରେ ସଠିକ୍ ଖାଦ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ।ତେଣୁ ସେମାନଙ୍କ ଖାଦ୍ୟରେ ସମସ୍ତ ପୋଷକ ତତ୍ତ୍ୱ ରହିବା ଅତ୍ୟନ୍ତ ଜରୁରୀ।
ତେବେ ଆସନ୍ତୁ ଜାଣିବା କେଉଁ ଜିନିଷଗୁଡିକ ସେମାନଙ୍କ ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ।
ବ୍ରୋକୋଲି, ଆଳୁ, ମଟର, ଶାଗ ଏବଂ କୋବି ନିୟମିତ ଖାଇବା ଉଚିତ୍।
ଓମେଗା ଫ୍ୟାଟି ଏସିଡ୍ ଭରପୂର ଫଳ ଖାଆନ୍ତୁ।
ପିଲାମାନଙ୍କୁ ବାନାନା ଶେକ୍ ଏବଂ ଭିଜାଇଥିବା ବାଦାମ ଖାଇବାକୁ ନିଶ୍ଚିତ ଦିଅନ୍ତୁ।
ପିଲାମାନଙ୍କ ଖାଦ୍ୟରେ ବାନାନା ଶେକ୍ ଅନ୍ତର୍ଭୁକ୍ତ କରିବା ଦ୍ବାରା ପିଲାମାନଙ୍କର ଓଜନ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ସେମାନଙ୍କୁ ସୁସ୍ଥ ରଖେ।
ଡାଲିର ବ୍ୟବହାର ମଧ୍ୟ ଭଲ ବିବେଚନା କରାଯାଏ। ପ୍ରତିଦିନ ପିଲାମାନଙ୍କୁ ଡାଲି ଜାତୀୟ ଖାଦ୍ୟ ଦିଅନ୍ତୁ। ଏହା ଦ୍ବାରା ପିଲାମାନେ ପ୍ରଚୁର ପ୍ରୋଟିନ୍ ପାଇବେ। ପିଲାମାନଙ୍କ ଖାଦ୍ୟରେ ସବୁଜ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ।
ଘି ଏବଂ ବଟର ମଧ୍ୟ ପିଲାମାନଙ୍କ ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯିବା ଉଚିତ୍। ଏହା ପିଲାକୁ ଶକ୍ତିଶାଳୀ ରଖେ। ଏହା ମଧ୍ୟ ମାଂସପେଶୀକୁ ମଜବୁତ କରିଥାଏ।