ହାଡ଼ ଦୁର୍ବଳ ହେବାରେ ଲାଗିଛି କି? ଯଦି ହଁ ତେବେ ଆଜି ହିଁ ଛାଡିଦିଅନ୍ତୁ ଏହି ଖରାପ ଅଭ୍ୟାସ।

ବୟସ ବଢ଼ିବା ସହିତ ଆମ ଶରୀରର ହାଡଗୁଡ଼ିକ ପତଳା ହୋଇଯାଏ ଏବଂ ସେମାନଙ୍କର ଘନତା ମଧ୍ୟ କମିଯାଏ। ଯେଉଁଥିପାଇଁ ବୟସ ବଢ଼ିବା ସହିତ ଆଘାତ କିମ୍ବା ହାଡ ଭାଙ୍ଗିବାର ଭୟ ମଧ୍ୟ ବଢ଼ିଯାଏ। ଅନେକ ଥର, ଆମର ଖାଇବା ପିଇବା କିମ୍ବା ଜୀବନସୈଳୀରେ ହୋଇଥିବା ତ୍ରୁଟି ହେତୁ ହାଡ ଦୁର୍ବଳ ହେବାକୁ ଲାଗେ ଏବଂ ସମସ୍ତ ପ୍ରକାରର ଔଷଧ ଖାଇବା ସତ୍ତ୍ବେ ହାଡ ଦୁର୍ବଳ ହେବାକୁ ଲାଗେ।

ଆସନ୍ତୁ ଜାଣିବା ହାଡ ଦୁର୍ବଳ କରିବାର ଖରାପ ଅଭ୍ୟାସଗୁଡିକ କଣ?

ଅଧିକ ଲୁଣ ଖାଇବା :

ଯଦି ଆପଣ ଅଧିକ ଲୁଣ ଖାଆନ୍ତି, ତେବେ ଏହା ହାଡର ଘନତାକୁ ହ୍ରାସ କରିପାରେ। ଲୁଣରେ ସୋଡିୟମ୍ ଥାଏ ଯାହା ଶରୀରରେ କ୍ୟାଲସିୟମର ଅବଶୋଷଣକୁ ହ୍ରାସ କରିଥାଏ। ତେଣୁ ଖାଦ୍ୟରେ ଲୁଣ କମ୍ ଖାଆନ୍ତୁ।

ଖାଦ୍ୟରେ ଭିଟାମିନ ଡ଼ି ର ଅଭାବ :

ଯଦି ଆପଣ ସୂର୍ଯ୍ୟକିରଣରେ ଯିବାକୁ ପସନ୍ଦ କରନ୍ତି ନାହିଁ, ତେବେ ଏହା ଆପଣଙ୍କ ହାଡକୁ ଦୁର୍ବଳ କରିପାରେ।ବାସ୍ତବରେ ସୂର୍ଯ୍ୟଙ୍କଠାରୁ ମିଳୁଥିବା ଭିଟାମିନ୍ D ଶକ୍ତିଶାଳୀ ହାଡ଼ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଖାଦ୍ୟରେ ଭିଟାମିନ ଡ଼ି ଯୁକ୍ତ ଖାଦ୍ୟ ଖାଇବା ଜରୁରୀ।

ଗୋଟିଏ ସ୍ଥାନରେ ବସି ରହିବା ରହିବା :

ଶରୀରକୁ ସକ୍ରିୟ ରଖିବା ଅତ୍ୟନ୍ତ ଜରୁରୀ। ଯଦି ଆପଣ ଅନେକ ସମୟ ଗୋଟିଏ ସ୍ଥାନରେ ବସି ଶରୀରର ଗତି କରନ୍ତି ନାହିଁ, ତେବେ ଆପଣଙ୍କର ହାଡ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ।

ବାଇକ୍ ଅଧିକ ବ୍ୟବହାର କରିବା :

ଯଦି ଆପଣ ଅଳ୍ପ ଦୂର ଯିବା ପାଇଁ ମଧ୍ୟ ବାଇକ୍ ବ୍ୟବହାର କରନ୍ତି ଏବଂ ଚାଲନ୍ତି ନାହିଁ, ତେବେ ଏହା ଆପଣଙ୍କର ହାଡକୁ କ୍ଷତି ପହଞ୍ଚାଏ। ଏହା ପରିବର୍ତ୍ତେ, ଯଦି ଆପଣ ସାଇକେଲ ବ୍ୟବହାର କରନ୍ତି ତେବେ ଏହା ଭଲ ହେବ।

ଅଧିକ ସୋଡା ଖାଇବା ଦ୍ଵାରା :

ଯଦି ଆପଣ ଅଧିକ କୋଲା କିମ୍ବା ସୋଡା ବ୍ୟବହାର କରନ୍ତି, ତେବେ ଏଥିରେ ଥିବା କଫିନ୍, ଫସଫରସ୍ ଆପଣଙ୍କ ହାଡକୁ ଦୁର୍ବଳ କରିଥାଏ। ଏହା ପିଇବା ଦ୍ଵାରା କ୍ୟାଲସିୟମର ଶୋଷଣ କମିଯାଏ।

ଧୂମପାନ କରିବା :

ଧୂମପାନ କେବଳ ଆପଣଙ୍କ ଫୁସଫୁସକୁ ଦୁର୍ବଳ କରିନଥାଏ ବରଂ ହାଡକୁ ମଧ୍ୟ ପ୍ରଭାବିତ କରିଥାଏ।

ନିଦ୍ରାର ଅଭାବ :

ରାତିସାରା ନିଦ ଠିକ ରେ ନହେବା କିମ୍ବା ଟିଭି କିମ୍ବା ଲାପଟପ୍ କିମ୍ବା ମୋବାଇଲ ଦେଖିବା ହେତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହା ଆପଣଙ୍କ ହାଡକୁ ଦୁର୍ବଳ କରିପାରେ।

Leave a Comment