ତଣ୍ଟି କାଟିବା ଦୂର କରିବାର ସରଳ ଉପାୟ……

ତଣ୍ଟି କାଟିବା ଆମ ସମସ୍ତଙ୍କ ର ଦିନେ ନା ଦିନେ ହେଇଛି। କିଛି ଥଣ୍ଡା ଖାଦ୍ୟ ଖାଇବା କିଂମ୍ବା ପିଇବା ଦ୍ବାରା ତଣ୍ଟି ର ସମସ୍ୟା ହୋଇଥାଏ। ତଣ୍ଟି କାଟିବା ଆରମ୍ଭରେ ହିଁ କିଛି ଘରୋଇ ଉପଚାର କରିବା ଦ୍ବାରା ତଣ୍ଟି ର ସମସ୍ୟା ଶୀଘ୍ର ଭଲ ହୋଇଯାଏ।

ତଣ୍ଟି କଟାର ଘରୋଇ ଉପଚାର :

ତୁଳସୀ, ଗୋଲ ମରିଚ, ମହୁ :

୫ ଟି ତୁଳସୀ ପତ୍ର, ୫ ଟି ଗୋଲ ମରିଚ ଓ ମହୁ ଏକତ୍ର କରି କୁଟନ୍ତୁ। ଏହାକୁ ଗୋଟିଏ ଗ୍ଲାସ ପାଣିରେ ମିଶାଇ ଫୁଟାନ୍ତୁ, ଯେପରିକି ପାଣି ଫୁଟି ଅଧା ଗ୍ଲାସ ହେଇଯିବ। ଏହି ପାଣି କୁ ଧୀରେଧୀରେ ପିଅନ୍ତୁ। ଏହିପରି ଦିନକୁ ଦୁଇ ରୁ ତିନି ଥର ପିଅନ୍ତୁ।

ଲୁଣ ପାଣି :

ଏକ ଗ୍ଲାସ ଗରମ ପାଣି ରେ ଏକ ଚାମଚ ଲୁଣ କୁ ମିଶାନ୍ତୁ। ଏହି ଲୁଣ ପାଣି କୁ ତଣ୍ଟି ପର୍ଯ୍ୟନ୍ତ ନେଇ ଗାର୍ଗଲ କରନ୍ତୁ। ଏହି ପରି ଦିନକୁ ୪ ରୁ ୫ ଥର କରନ୍ତୁ।

ହଳଦୀ, କଳା ଲୁଣ, ଗୋଲ ମରିଚ :

ଏକ ଚାମଚ ହଳଦୀ ଗୁଣ୍ଡ , ଅଧା ଚାମଚ କଳା ଲୁଣ ଓ ୫ ଟି ଗୋଲ ମରିଚ କୁ କୁଟି ଏକତ୍ର କରନ୍ତୁ। ଏହାକୁ ଏକ ଗ୍ଲାସ ପାଣି ରେ ମିଶାଇ ଫୁଟାନ୍ତୁ। ଏହି ପାଣି ଅଳ୍ପ ଉଷୁମ ହେଲେ ଗାର୍ଗଲ କରନ୍ତୁ।

ହଳଦୀ ଓ କ୍ଷୀର :

ଏକ ଗ୍ଲାସ ଗାଈ କ୍ଷୀର କୁ ଗରମ କରି, ସେଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ। ଗରମ ଗରମ ହଳଦୀ ମିଶା କ୍ଷୀର ପିଇଲେ ତଣ୍ଟି ର ସମସ୍ୟା ଦୂର ହୁଏ।

ଅଦା ଓ ମହୁ :

ଅଦା କୁ କୁଟି ତାହାର ରସ ବାହାର କରି ସେଥିରେ ମହୁ ମିଶାନ୍ତୁ। ଏହି ରସକୁ ଅଳ୍ପ ଅଳ୍ପ କରି ଚାଟିଲେ ତଣ୍ଟି କାଟିବା ଠିକ ହୁଏ।

ଛୋଟ ଖଣ୍ଡ ଅଦା କୁ କଳରେ ଜାକି ଧୀରେ ଧୀରେ ଚୋବାଇ, ଅଦା ରସକୁ ଢ଼ୋକିଲେ, ତଣ୍ଟି ସମସ୍ୟା ଦୂର ହୁଏ ଏବଂ କଫ ସମସ୍ୟା ମଧ୍ୟ ଦୂର ହୁଏ।

ଘରୋଇ ଉପଚାର କରିବା ସଙ୍ଗେ ସଙ୍ଗେ ଥଣ୍ଡା ଖାଦ୍ୟ, ପାନୀୟ ଠାରୁ ଦୂରେଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *