ପତଳା ରକ୍ତ ହେବାର ଅର୍ଥ କ’ଣ?
ରକ୍ତ ପତଳା ହେବା ଅର୍ଥ ଆପଣଙ୍କ ରକ୍ତରେ ଥିବା ପ୍ଲେଟଲେଟ୍ ସଂଖ୍ୟା ହ୍ରାସ ହେବା । ଲୋହିତ ରକ୍ତ କଣିକା, ଧଳା ରକ୍ତ କଣିକା, ପ୍ଲାଜମା ଏବଂ ପ୍ଲେଟଲେଟ୍ ମିଳିତ ହୋଇ ରକ୍ତ ସୃଷ୍ଟି କରେ । ଦୁଇରୁ ଚାରି ପ୍ରତିଶତ ରକ୍ତ ତିଆରି କରିବା ପାଇଁ ପ୍ଲେଟଲେଟ୍ ର ଆବଶ୍ୟକ ହୋଇଥାଏ ଏବଂ ଏହା ଆଘାତରେ ରକ୍ତସ୍ରାବ ବନ୍ଦ କରିବାରେ ସାହାଯ୍ୟ କରେ ।
ପ୍ଲେଟଲେଟ୍ରର ଅଭାବ ହେତୁ ରକ୍ତ ପତଳା ହୋଇଥାଏ, ଏହାକୁ ଥ୍ରୋମ୍ବୋସାଇଟୋପେନିଆ ମଧ୍ୟ କୁହାଯାଏ । ଜଣେ ସୁସ୍ଥ ବ୍ୟକ୍ତିଙ୍କ ରକ୍ତରେ ପ୍ଲେଟଲେଟ୍ ସଂଖ୍ୟା 1.50 ଲକ୍ଷରୁ 4 ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ଯଦି ଏହି ସଂଖ୍ୟା 1.50 ଲକ୍ଷରୁ କମ୍, ତେବେ ଏହା ରକ୍ତ ପତଳାକୁ ସୂଚିତ କରେ ।
ରକ୍ତ ପତଳା ହେବାର ଲକ୍ଷଣଗୁଡ଼ିକ କ’ଣ?
ରକ୍ତ ପତଳା ହେବାର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସାଧାରଣତ ଏହି ସମସ୍ୟା କେବଳ ପରୀକ୍ଷା ମାଧ୍ୟମରେ ଚିହ୍ନଟ ହୋଇପାରିବ ।
ପ୍ଲେଟଲେଟ୍ ସଂଖ୍ୟା କମ୍ ହେଲେ ଜଣେ ବ୍ୟକ୍ତିର ରକ୍ତ ଜମାଟ ବାନ୍ଧିବାରେ ଅସୁବିଧା ହୁଏ । ଏଭଳି ପରିସ୍ଥିତିରେ ବ୍ୟକ୍ତିର ସାମାନ୍ୟ ଆଘାତ ପରେ ମଧ୍ୟ ରକ୍ତସ୍ରାବ ବନ୍ଦ ହେବା ପାଇଁ ଅଧିକ ସମୟ ଲାଗିଥାଏ ।
ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଦାନ୍ତ ମାଧିରୁ ରକ୍ତସ୍ରାବ, ନାକ ରୁ ରକ୍ତସ୍ରାବ, ଷ୍ଟୁଲରେ ରକ୍ତ ଏବଂ ପିରିୟଡ଼ ରେ ଅତ୍ୟଧିକ ରକ୍ତସ୍ରାବ ଅନ୍ତର୍ଭୁକ୍ତ ।
ରକ୍ତ ପତଳା ହେବାର କାରଣ କ’ଣ?
ରକ୍ତ ପତଳା ହେବା କିମ୍ବା ପ୍ଲେଟଲେଟ୍ ସଂଖ୍ୟା ହ୍ରାସ ହେବାର ଅନେକ କାରଣ ଥାଇପାରେ । ଉଦାହରଣ ସ୍ୱରୂପ, bone marrow ଦ୍ଵାରା କମ୍ ପ୍ଲେଟଲେଟ୍ ତିଆରି ହେବା ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ପ୍ଲାଲେଟ୍ ସଂଖ୍ୟା ହ୍ରାସ ହୋଇପାରେ । କମ୍ ପ୍ଲେଟଲେଟ୍ ର କେତେକ କାରଣ ନିମ୍ନରେ ଉଲ୍ଲେଖ କରାଯାଇଛି :
ପୁଷ୍ଟିକର ଖାଦ୍ୟର ଅଭାବ :
ଯଦି ଆପଣଙ୍କର ଖାଦ୍ୟରେ ଲୌହ, ଫୋଲେଟ୍ ଏବଂ ଭିଟାମିନ୍ B12 ର ଅଭାବ ଥାଏ, ତେବେ ଆପଣଙ୍କୁ ଥ୍ରୋମ୍ବୋସାଇଟୋପେନିଆର ହେବାର ସମ୍ଭାବନା ଅଧିକ ।
ସଂକ୍ରମଣ :
କେତେକ ପ୍ରକାରର ସଂକ୍ରମଣ ହେତୁ, ବ୍ୟକ୍ତିଙ୍କ ଶରୀରରେ ପ୍ଲେଟଲେଟ୍ ତିଆରି କରିବାର ପ୍ରକ୍ରିୟା ଉପରେ ଚାପ ପଡିଥାଏ କିମ୍ବା ପ୍ଲେଟଲେଟ୍ କାମ ବଢ଼ିଯାଏ, ଯେଉଁଥିପାଇଁ ପ୍ଲେଟଲେଟ୍ ଭାଙ୍ଗିଯାଏ ।
ଅନ୍ୟାନ୍ୟ କାରଣ :
ଗର୍ଭଧାରଣ, ଅଟୋମ୍ୟୁମ୍ୟୁନ ରୋଗ ହେବା, ଅସ୍ତ୍ରୋପଚାର ଏବଂ କର୍କଟ ଇତ୍ୟାଦି । ଏହିପରି ଅବସ୍ଥା ପ୍ଲେଟଲେଟ୍ ସଂଖ୍ୟା ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।