ଦୁଇ ଦିନ ଭିତରେ ହିଁ ଆଖିର ଆଲୁ (stye in eye) କୁ ଠିକ କରନ୍ତୁ। ଆଖିର ଆଲୁ ର କାରଣ ଓ ଉପଚାର………

ଯଦି ଆପଣଙ୍କର ଉପର କିମ୍ବା ତଳ ଆଖିରେ ଏକ ଛୋଟ ‘ଘା’ କିମ୍ବା ପିମ୍ପଲ(pimple) ହୁଏ , ଏବଂ ସେହି ‘ଘା’ ଯୋଗୁଁ ଆପଣ ଯନ୍ତ୍ରଣା ଅନୁଭବ କରନ୍ତି , ତେବେ ତାହାକୁ ଆଖିର ଆଲୁ (stye in eye)କୁହାଯାଏ ।

ଆଖିର ଆଲୁ (stye in eye) ହେବାର ମୁଖ୍ୟତଃ କାରଣ :

ଆଖିପତାର ଚାରିପାଖରେ ଥିବା ତେଲ ଗ୍ରନ୍ଥିରେ ସଂକ୍ରମଣ ହେଲେ ଏହି ‘ଘା’ ହୋଇଥାଏ। ଏହି ସଂକ୍ରମଣ ଜଣଙ୍କ ଠାରୁ ଅନ୍ୟ କୁ ବିସ୍ତାର ହୁଏନାହିଁ। ଏହା ସଂକ୍ରାମକ ନୁହେଁ |

ଯଦି ଆପଣଙ୍କର ପେଟ ସଫା ନ ହୁଏ ଅର୍ଥାତ ଆପଣଙ୍କୁ (constipation)ର problem ଥାଏ , ତାହେଲେ ଆପଣଙ୍କର ଆଖିରେ ଆଲୁ ବାହାରି ଥାଏ ।

ଆପଣ ବହୁତ ମାନସିକ ଚାପ(stress) ଭିତରେ ରହୁଛନ୍ତି, ତେବେ ମଧ୍ୟ ଆପଣଙ୍କର ଆଖିରେ ଆଲୁ ବାହାରି ଥାଏ ।

ଆଖିରେ ଆଲୁ(stye in eye) ସାଧାରଣତଃ ଗ୍ରୀଷ୍ମ ଓ ବର୍ଷା ଋତୁରେ ହୋଇଥାଏ । ଯଦି ଆପଣଙ୍କ ଶରୀରରେ ଜଳୀୟ ଅଂଶର ମାତ୍ରା କମିଯାଏ କିମ୍ବା ଅଧିକ ପରିମାଣରେ ଆମ୍ବ, ଅନ୍ୟ କୌଣସି ଗରିଷ୍ଠ ଖାଦ୍ୟ ସେବନ କରନ୍ତି, ତାହେଲେ ଆପଣ ଏହି ଅସୁବିଧାର ସମ୍ମୁଖିନ ହୋଇପାରନ୍ତି।

ଆଖିର ଆଲୁ (stye in eye) ର ଘରୋଇ ଉପଚାର :

ଗୋଟା ଧନିଆ କୁ ଏକ ଘଣ୍ଟା ପାଣି ରେ ବତୁରାଇ ରଖନ୍ତୁ । ସେହି ପାଣିକୁ ଛାଣି ଦିଅନ୍ତୁ । ଛାଣି ଥିବା ପାଣି ରେ , ‘ଘା’ ହୋଇଥିବା ଆଖିକୁ ଧୂଅନ୍ତୁ ଏହିପରି ଦିନକୁ ତିନି, ଚାରି ଥର କରନ୍ତୁ ।

ଘିକୁଆଁରୀ (Aloe vera)ରେ ବହୁତ ଔଷଧୀୟ ଗୁଣ ରହିଛି। ଘିକୁଆଁରୀ କୁ କାଟି ସେଥିରୁ ରସ ବାହାର କରନ୍ତୁ । ସେହି ରସ କୁ ଦିନକୁ ତିନି-ଚାରି ଥର ଲଗାନ୍ତୁ, ଏହି ପ୍ରକ୍ରିୟା ଦ୍ବାରା ଆଖି ର ଆଲୁ ଶୀଘ୍ର ଠିକ ହୋଇଯାଏ ।

ଜାମ ଫଳ( guava) ର ପତ୍ରକୁ ଭଲ ଭାବେ ଧୋଇ ତାକୁ ପାଣି ରେ ପକାଇ ଗରମ କରନ୍ତୁ। ଅଳ୍ପ ଉଷୁମ ଥିବା ପତ୍ର କୁ ଆଖିରେ ସେକ ଦିଅନ୍ତୁ ।

ଆଳୁର ଚୋପା ବାହାର କରି ତାକୁ ବାଟି ପେଷ୍ଟ ତିଆରି କରନ୍ତୁ । ସେହି ପେଷ୍ଟ କୁ ଆଖିରେ ଲଗାନ୍ତୁ । ଏହି ଉପାୟ ଦ୍ବାରା ଆଖିର ‘ଘା’ ଠିକ ହେବା ସହ ଆପଣଙ୍କ ର ଆଖି ତଳର କଳା ଦାଗ ମଧ୍ୟ ଦୂର ହୁଏ ।

ହଳଦୀ ଗୁଣ୍ଡ କୁ ଉଷୁମ ପାଣି ରେ ମିଶାନ୍ତୁ , ସେହି ପାଣି କୁ ଦିନକୁ ଚାରି, ପାଞ୍ଚ ଥର ଆଖିରେ ସେକ ଦିଅନ୍ତୁ ।

ଗ୍ରୀନ ଟି (green tea) କୁ ଗରମ ପାଣି ରେ ବୁଡ଼େଇ ରଖନ୍ତୁ, ତାହା ଉଷୁମ ହେଲା ପରେ ଆଖିରେ ସେକ ଦିଅନ୍ତୁ ।

ଏହି ସବୁ ଉପାୟ ଗୁଡିକ ଆଖିର ଆଲୁ (stye in eye) ର ରାମବଣ ଉପାୟ ଅଟେ । ଏହିସବୁ ଉପାୟ ମଧ୍ୟରୁ ଯେ କୌଣସି ଉପାୟ ଦ୍ୱାରା ଆଖିର ଆଲୁ ଦୁଇ ଦିନ ରେ ହିଁ ଠିକ ହେଇଯାଏ ।

Leave a Reply

Your email address will not be published. Required fields are marked *