ପିତ୍ତ ରୁ ହେଉଥିବା ଚର୍ମ ରୋଗ କ’ଣ ? ଏହା କାହିଁକି ହୁଏ ? ଏହାର ଘରୋଇ ଉପଚାର କ’ଣ?

ମଣିଷ ଶରୀରରେ ବାତ୍ତ ,ପିତ୍ତ ,କଫ ଅନ୍ତର୍ନିହିତ ଥାଏ, କିନ୍ତୁ ଏଥିରୁ କୌଣସିଟି ଅଧିକ ପରିମାଣରେ ବଢିଯାଏ ତାହେଲେ ଆପଣଙ୍କ ର ଶରୀର ରୋଗାକ୍ରାନ୍ତ ହୋଇଯାଏ ।
ଶରୀରରେ ପିତ୍ତ ବଢ଼ିଗଲେ ଚର୍ମ ରୋଗ ଦେଖାଯାଏ । ଚର୍ମ ରେ ଲାଲ, ଗୋଲାକାର ଆକାରର ଛୋଟ ବା ବଡ ଧରଣର ଫୋକା ଦେଖାଦିଏ । ଏହା ବହୁତ କୁଣ୍ଢେଇ ହେବା ସହ ଯନ୍ତ୍ରଣା ମଧ୍ୟ ହୁଏ । ଏହି ଚର୍ମ ରୋଗ ର ଠିକ ସମୟରେ ଉପଚାର ନ କଲେ ଏହା ଗମ୍ଭୀର ଓ ଜଟିଳ ସମସ୍ୟା ସୃଷ୍ଟି କରେ ।

ଚର୍ମ ରୋଗ ର ମୁଖ୍ୟ କାରଣ :

କିଛି ଖାଦ୍ୟ ଖାଇଲେ ବେଳେ ବେଳେ ଆଲର୍ଜି ହୋଇଯାଏ।ଏହି ଆଲର୍ଜି ଦ୍ୱାରା ଶରୀରରେ ଲାଲ ଲାଲ ଫୋକା ହୋଇଯାଏ।

କୀଟପତଙ୍ଗ କାମୁଡିବା ଦ୍ୱାରା ଏହି ପ୍ରତିକ୍ରିୟା ହୁଏ ।

ଶାରୀରିକ ଉତ୍ସାହ, ଯେପରିକି ମାନସିକ ଚାପ, ଥଣ୍ଡା, ବ୍ୟାୟାମ କିମ୍ବା ସୂର୍ଯ୍ୟ ଙ୍କ ଉତ୍ତାପ ।

ଔଷଧ, ଯେପରିକି ଆଣ୍ଟିବାୟୋଟିକ୍ (ବିଶେଷକରି ପେନିସିଲିନ୍ ଏବଂ ସଲଫା), ଆସ୍ପିରିନ୍ ଏବଂ ଆଇବୁପ୍ରୋଫେନ୍ ପରି ଔଷଧ ସେବନ ଦ୍ୱାରା ମଧ୍ୟ ଚର୍ମ ରୋଗ ହୁଏ ।

ମୂତ୍ରନଳୀ ସଂକ୍ରମଣ ।

ସାଧାରଣ ଥଣ୍ଡା କିମ୍ବା ଭାଇରାଲ୍ ସଂକ୍ରମଣ ।

ଗୃହପାଳିତ ପଶୁ ଙ୍କ ଦ୍ଵାରା ।

କିଛି ଉଦ୍ଭିଦ କିମ୍ବା ଫୁଲ ର ପୋଲନ୍ ଦ୍ବାରା ମଧ୍ୟ ଶରୀରରେ ଚର୍ମ ଆଲର୍ଜି ଦେଖାଦିଏ ।

ଚର୍ମ ଆଲର୍ଜି ର ଘରୋଇ ଉପଚାର :

ମହୁ :

ଏକ ଚାମଚ ମହୁ କୁ ଏକ ଗ୍ଲାସ ଗରମ ପାଣିରେ ମିଶାନ୍ତୁ ।
ସକାଳୁ ଖାଲି ପେଟରେ ଏହି ପାଣି କୁ ପିଅନ୍ତୁ । ଏହିପରି କିଛି ଦିନ କରନ୍ତୁ।ଏହା ଦ୍ଵାରା ଚର୍ମ ଆଲର୍ଜି ଭଲ ହୁଏ।

ଘିକୁଆଁରୀ :

ଘିକୁଆଁରୀ ରେ ଔଷଧୀୟ ଗୁଣ ଥିବାରୁ ପିତ୍ତ ଶାନ୍ତ କରିବାରେ ସାହାର୍ଯ୍ୟ କରେ ଓ ଯେଉଁ ସ୍ଥାନରେ ଆଲର୍ଜି ହୋଇଥାଏ ସେହି ସ୍ଥାନରେ ଘିକୁଆଁରୀ କୁ ଲଗାଇଲେ ଆଲର୍ଜି ଭଲ ହୁଏ ।

ଥଣ୍ଡା ସେକ :

ବରଫକୁ ଏକ ଟାୱେଲ କିମ୍ବା ନରମ କପଡ଼ାରେ ଗୁଡ଼ାଇ ଆଲର୍ଜି ଚର୍ମରେ ଲଗାନ୍ତୁ | ଏହାଦ୍ଵାରା ଆଲର୍ଜି ଯନ୍ତ୍ରଣା ରୁ ରକ୍ଷା ମିଳିବ ।

ଡାଲଚିନି ଓ ମହୁ :

ସକାଳୁ ଖାଲି ପେଟରେ ଡାଲଚିନି ଓ ମହୁ ଏକତ୍ର କୁଟି ପେଷ୍ଟ ବନାଇ ଖାନ୍ତୁ।

ଗୋଲମରିଚ ଓ ଘିଅ :

5 ଟି ଗୋଲମରିଚ କୁ କୁଟି ଗୁଣ୍ଡ କରନ୍ତୁ, ତାକୁ ଘିଅ ରେ ମିଶାଇ ଦିନରେ ଥରେ ଖାନ୍ତୁ ।

Leave a Comment