ନିୟମିତ ଭାବରେ ବ୍ରଏଲର୍ ଚିକେନ୍ ଖାଉଥିଲେ ପରିଣାମ ହୋଇପାରେ ଭୟଙ୍କର, ଆସନ୍ତୁ ଜାଣିବା ହେଲ୍ଥ ଏକ୍ସପର୍ଟ ଙ୍କ ମତ କଣ?

ସାଧାରଣତଃ ଆମିଷ ପ୍ରେମୀମାନଙ୍କ ମନରେ ଚିକେନର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଚିକେନରେ ପ୍ରୋଟିନ ସହିତ କ୍ୟାଲସିୟମ୍, ଅମିନୋ ଏସିଡ, ଭିଟାମିନ ବି-୩, ଭିଟାମିନ ବି-୬ ଏବଂ ଅନେକ ପୋଷକତତ୍ୱ ରହିଛି। କିନ୍ତୁ, ସବୁ ଚିକେନ୍ ଆମ ଶରୀର ପାଇଁ ଲାଭପ୍ରଦ ନୁହେଁ। ଖାସ୍ କରି ବ୍ରଏଲର୍ ଚିକେନ୍ ଆମ ଶରୀରର ଲାଭ କରିବା ପରିବର୍ତ୍ତେ ଖୁବ କ୍ଷତି କରିଥାଏ। ବ୍ରଏଲର କୁକୁଡ଼ା ଅପେକ୍ଷା ଦେଶୀ କୁକୁଡ଼ା ଲାଭଦାୟକ। ବ୍ରଏଲର କୁକୁଡ଼ା କୁ ଖାସ କରି ମାଂସ ପାଇଁ ପୋଲଟ୍ରି ଫର୍ମ ରେ ପୋଷା ଯାଏ। ଏମାନେ ଅଣ୍ଡା ଦୁଆନ୍ତି ନାହିଁ। ବ୍ରଏଲର କୁକୁଡ଼ା ମାନଙ୍କର ଓଜନ ବଢାଇବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଖାଇବାକୁ ଦିଆ ଯାଇଥାଏ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ବ୍ରଏଲର କୁକୁଡ଼ା ଖାଇବାଠାରୁ ଦୂରରେ ରହିବା ଉଚିତ। କାରଣ ଏମାନଙ୍କୁ ପୋଲଟ୍ରି ଫର୍ମ ରେ ଇଂଜେକସନ ଦ୍ଵାରା ବଡ଼ କରାଯାଏ। ବେଳେବେଳେ ଏଥିରେ ଥିବା ବ୍ୟାକ୍ଟେରିଆ ଆମକୁ ବିମାର କରିପାରେ।

ସିଏସଆଇ ର ସର୍ଭେ ଅନୁଯାୟୀ ପୋଲଟ୍ରି ଫର୍ମ ରେ ବ୍ୟବହୃତ ଆଣ୍ଟି ଆୟୋଟିକ ଆମର ଲିଭର ଏବଂ କିଡନୀ ପାଇଁ ବହୁତ ଖରାପ ଅଟେ।

ମାଂସ ରେ ଅକ୍ସି ଟେଟ୍ରାସାଇକ୍ଲିନ ର ଅତ୍ୟଧିକ ମାତ୍ରା ଆମର ଦାନ୍ତ ଏବଂ ହାଡ଼ ପାଇଁ କ୍ଷତିକାରକ। ଖସକରି ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ବହୁତ କ୍ଷତିକାରକ।

ଏକ ଗବେଷଣା ଅନୁଯାଇ ବ୍ରଏଲର୍ ଚିକେନ୍ କୁ ଉଚ୍ଚ ତାପମାତ୍ରାରେ ରୋଷେଇ କରି ଖାଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ରହିଥାଏ।

ଅନେକ ଲୋକେ ତନ୍ଦୁରି ଚିକେନକୁ ଏକ ସୁସ୍ଥ ଖାଦ୍ୟ ବୋଲି ବିବେଚନା କରିଥାନ୍ତି। କିନ୍ତୁ, ଚିକେନରେ ପ୍ରୋଟିନ ଥିବାବେଳେ ଏହାକୁ ଅଧିକ ତାପମାତ୍ରାରେ ପୋଡିଲେ ଏହା ୬୦ଟି ସିଗାରେଟ ସହିତ ସମାନ ହୋଇଥାଏ।

ଚିକେନକୁ ଦୀର୍ଘ ସମୟ ଧରି ମାରି କରି ରଖିବା ମଧ୍ୟ ଉଚିତ ନୁହେଁ। ଏହା କରିବା ଦ୍ୱାରା ଚିକେନରେ ଜୀବାଣୁ ଗ୍ରାସିତ ହୋଇଥାଏ।

ନିୟମିତ ଭାବରେ ବ୍ରଏଲର୍ ଚିକେନ୍ ଖାଇବା ଦ୍ୱାରା ମଣିଷ ମୋଟାପଣ, ଉଚ୍ଚ ରକ୍ତଚାପ, ହୃତପିଣ୍ଡ ସମସ୍ୟା ଗୁଡିକ ଦେଖା ଦେଇଥାଏ।

ନିୟମିତ ଭାବରେ ବ୍ରଏଲଲ୍ ଚିକେନ୍ ଖାଇବା ଦ୍ୱାରା ପୁରୁଷମାନଙ୍କ ଠାରେ ବାଞ୍ଝପଣ ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

Leave a Comment