ସୂର୍ଯ୍ୟ କିରଣ ଯୋଗୁଁ ଆପଣଙ୍କ ଚର୍ମର ରଙ୍ଗ କଳା ପଡିଯାଇଛି କି? ଏହି ଛୋଟ ଉପାୟ ଦ୍ବାରା ଟ୍ୟାନିଂ ଦୂର କରିପାରିବେ।

ଗ୍ରୀଷ୍ମ ୠତୁରେ ସୂର୍ଯ୍ୟ କିରଣ ସ୍ୱାସ୍ଥ୍ୟ ଉପରେ ଯେତିକି ପ୍ରଭାବ ପକାଇଥାଏ, ତାଠାରୁ ଅଧିକ ପ୍ରଭାବ ଚର୍ମ ଉପରେ ପଡିଥାଏ। ତେଣୁ ଚର୍ମ ର ଯତ୍ନ ନେବା ବହୁତ ଜରୁରୀ।

ଟ୍ୟାନିଂ ବା କଳା ରଙ୍ଗରୁ ମୁକ୍ତି ପାଇବା ପାଇଁ ଉପାୟ :

ମହୁ ଏବଂ ପାଚିଲା ଅମୃତଭଣ୍ଡା ଫେସ୍ ପ୍ୟାକ୍ :

ଏହି ଫେସ୍ ପ୍ୟାକ୍ ତିଆରି କରିବାକୁ, ଏକ ଖଣ୍ଡ ପାଚିଲା ଅମୃତଭଣ୍ଡା ସହ ଏକ ଚାମଚ ମହୁ ମିଶାନ୍ତୁ। ଏହାକୁ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ମୁହଁରେ ରଖିବା ପରେ ଧୋଇ ଦିଅନ୍ତୁ। ଚର୍ମ ଚମକିବ।

କ୍ଷୀର ଏବଂ ଚାଉଳ ର ଅଟା :

ଚର୍ମ ର ଯତ୍ନରେ ଚାଉଳ ର ଅଟା ବହୁଳ ଭାବରେ ବ୍ୟବହୃତ ହେଉଛି। ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାକୁ, ୨ ଚାମଚ ଚାଉଳ ଅଟାକୁ ଥଣ୍ଡା କ୍ଷୀରରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ 20 ରୁ 25 ମିନିଟ୍ ପର୍ଯ୍ୟନ୍ତ ମୁହଁରେ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ।

ଟମାଟୋ, କଫି ଏବଂ ମହୁ :

ଏହି ଫେସ୍ ପ୍ୟାକ୍ ତିଆରି କରିବା ମଧ୍ୟ ବହୁତ ସହଜ। ଏଥିପାଇଁ ଅଳ୍ପ ଟମାଟୋ ରସ ନେଇ ସେଥିରେ ଅଧା ଚାମଚ କଫି ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହାକୁ 15 ରୁ 20 ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ଏହି ଫେସ୍ ପ୍ୟାକ୍ ଧୋଇ ଦିଅନ୍ତୁ। ଚର୍ମ ଚମକିବ।

Leave a Reply

Your email address will not be published. Required fields are marked *