ଏହି 5 ଟି ପଦ୍ଧତି ରେ ଘରେ କଳା ବେକକୁ ସହଜରେ ସଫା କରାଯାଇପାରିବ। ଏହାର ପ୍ରଭାବ କେବଳ ଦୁଇ ଦିନରେ ମଧ୍ୟରେ ଜାଣିପାରିବେ।

ଆମେ ଆମର ଚେହେରା ପାଇଁ ବହୁତ ସତର୍କ ଏବଂ ଚିନ୍ତିତ ରହୁ। ଚେହେରାକୁ ଉଜ୍ଜ୍ୱଳ ରଖିବା ପାଇଁ ପ୍ରୟାସ କରିଥାଉ। ଚେହେରାକୁ ପରିଷ୍କାର ଏବଂ ସୁନ୍ଦର ରଖିବା ପାଇଁ, ଦାମୀ ଦ୍ରବ୍ୟ ପ୍ରୟୋଗଠାରୁ ଆରମ୍ଭ କରି ଘରୋଇ ଉପଚାର ପର୍ଯ୍ୟନ୍ତ ସବୁ କରିଥାଉ, କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି କି ଚେହେରା ଚମକି ଉଠୁଛି ମାତ୍ର ବେକ କଳା ଏବଂ ଖଦରା ଦେଖାଯାଉଛି। ଯଦି ଆପଣଙ୍କର ବେକ କଳା ହୋଇଯାଇଛି ଏବଂ ମଇଳା ଦେଖାଯିବା ଆରମ୍ଭ କରିଛି, ତେବେ ଆପଣ କିଛି ପ୍ରଭାବଶାଳୀ ଘରୋଇ ଉପଚାର ଚେଷ୍ଟା କରି ଏହାର କଳାତାକୁ ଦୂର କରିପାରିବେ।

ମଇଳା ବେକରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର।

କଞ୍ଚା ଅମୃତଭଣ୍ଡା ଏବଂ ଦହି ସହିତ ଗୋଲାପ ଜଳ :

କଞ୍ଚା ଅମୃତଭଣ୍ଡା ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ବର୍ତ୍ତମାନ ଏଥିରେ ଗୋଲାପ ଜଳ ଏବଂ କିଛି ଦହି ମିଶାନ୍ତୁ। ଆଙ୍ଗୁଠି ସାହାଯ୍ୟରେ ଏହି ପେଷ୍ଟକୁ ବେକରେ ଲଗାନ୍ତୁ ଏବଂ ଏହାକୁ ପ୍ରାୟ 15 ମିନିଟ୍ ରଖିବା ପରେ ଏହାକୁ ଧୋଇନିଅନ୍ତୁ।

ହଳଦୀ, କ୍ଷୀର ଏବଂ ବେସନ :

ଏହି ପ୍ୟାକ୍ ପ୍ରସ୍ତୁତ କରିବାକୁ, ପ୍ରତ୍ୟେକ ବେସନ ଏବଂ କ୍ଷୀରରୁ ଗୋଟିଏ ଗୋଟିଏ ଚାମଚ ନେଇ ସେଥିରେ ଚିମୁଟାଏ ହଳଦୀ ମିଶାନ୍ତୁ। ଏହି ପ୍ୟାକ୍ କୁ ବେକରେ ଲଗାଇ ଶୁଖିବାକୁ ଛାଡିଦିଅ। ଶୁଖିବା ପରେ ଏହାକୁ ଏକ ସ୍କ୍ରବ୍ କରିବା ସହିତ ଧୋଇ ଦିଅନ୍ତୁ। ସପ୍ତାହ ପର୍ଯ୍ୟନ୍ତ ଏହା କରିବା ଦ୍ୱାରା ଆପଣଙ୍କ ବେକ ଉଜ୍ଵଳ ଦେଖାଯିବ। ଯଦି ବେକର ଚର୍ମ ଶୁଖିଗଲାଣି, ତେବେ ଏହି ପେଷ୍ଟରେ କିଛି କ୍ରିମ୍ ମଧ୍ୟ ମିଶାଯାଇପାରିବେ।

ବେସନ ସହିତ ଲେମ୍ବୁରସ :

ଏକ ପାତ୍ରରେ ଏକ ଚାମଚ ବେସନ ନେଇ ସମାନ ପରିମାଣର ଲେମ୍ବୁ ରସ ମିଶାନ୍ତୁ। ଏହି ପେଷ୍ଟକୁ କଳା ବେକରେ ଭଲ ଭାବରେ ଲଗାନ୍ତୁ ଏବଂ ଏହାକୁ 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏହା ପରେ ସ୍କ୍ରବ୍ କରି ଏହାକୁ ଧୋଇ ଦିଅନ୍ତୁ।

ଆଳୁ, ଚାଉଳ ଏବଂ ଗୋଲାପ ଜଳ :

ଏକ ପାତ୍ରରେ ଦୁଇ ଚାମଚ ଚାଉଳ ଚୁନା ନେଇ ସେଥିରେ ସମାନ ପରିମାଣର ଆଳୁ ରସ ମିଶାନ୍ତୁ। ବର୍ତ୍ତମାନ ଏଥିରେ ଏକ ଚାମଚ ଗୋଲାପ ଜଳ ମିଶାନ୍ତୁ। ସମସ୍ତଙ୍କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ବେକରେ ଲଗାନ୍ତୁ ଏବଂ ଏହାକୁ ଶୁଖିବା ପାଇଁ 15-20 ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଶୁଖିବା ପରେ ପାଣିରେ ଧୋଇନିଅନ୍ତୁ।

ମହୁ ଏବଂ ଲେମ୍ବୁ ରସ :

ଗୋଟିଏ ପାତ୍ରରେ ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ସମାନ ପରିମାଣର ମହୁ ମିଶାନ୍ତୁ। ଏହାକୁ ବେକରେ ହାଲୁକା ହାତରେ ଲଗାନ୍ତୁ। ଏହା କେବଳ ବେକରେ ଜମା ହୋଇଥିବା କଳାକୁ ଦୂର କରିବ ନାହିଁ, ବରଂ ବାର୍ଦ୍ଧକ୍ୟର ଚିହ୍ନ ମଧ୍ୟ ଦୂର ହୋଇଯିବ।

Leave a Comment