ସବୁଦିନ ପାଇଁ ରୁପି (Dandruff) ର ସମସ୍ୟା ରୁ ମୁକ୍ତିର ଉପାୟ……….

ରୁପି(Dandruff) ହେବା ଏକ ସାଧାରଣ ସମସ୍ୟା ଅଟେ, କିନ୍ତୁ ଏହାକୁ ଅବହେଳା କଲେ ଆପଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ରୁପି ହେବା ଦ୍ବାରା ମୁଣ୍ଡର କେଶ ଝଡ଼ିବା ଆରମ୍ଭ ହୋଇଥାଏ । ବେଳେବେଳେ ଆଖିର ପଲକ ରେ ମଧ୍ୟ ରୁପି ଦେଖାଯାଏ । ରୁପି ଯୋଗୁଁ ଚର୍ମ ରୋଗ ମଧ୍ୟ ଦେଖାଯାଏ । ତେଣୁ ଏହାର ଠିକ ସମୟରେ ଉପଚାର କରିବା ଆବଶ୍ୟକ ।

ରୁପି ହେବାର ମୁଖ୍ୟତଃ କାରଣ :

ମୁଣ୍ଡ ର ଚର୍ମ ଅଧିକ ଶୁଷ୍କ(Dry), କିମ୍ବା ତେଲିଆ(oily) ହେଲେ ରୁପି ହେଇଥାଏ ।

କେଶ କୁ ଭଲ ଭାବେ ପରିଷ୍କାର ନ କଲେ କିମ୍ବା ନିୟମିତ ଭାବେ ଶାମ୍ପୂ(Shampoo) ନ କଲେ ରୁପି ର ସମସ୍ୟା ଦେଖାଯାଏ ।

ବୟସ ବଢ଼ିବା ସମୟରେ ହର୍ମୋନ(Harmon) ରେ ପରିବର୍ତ୍ତନ ଆସିଥାଏ। ତେଣୁ ବେଳେ ବେଳେ ରୁପି ର ସମସ୍ୟା ହୁଏ । ରୁପି ସମସ୍ୟା ଯେକୌଣସି ବୟସରେ ଓ କାହାକୁ ବି ହୋଇପାରେ ।

ମୁଣ୍ଡ ର ରୁପିକୁ ଦୂର କରିବାର ସରଳ ଘରୋଇ ଉପଚାର :

ନିମ ପତ୍ର ଓ ନିମ ତୈଳ :

ଶାମ୍ପୂ (Shampoo) କରିବା ପୂର୍ବରୁ ନିମ ତୈଳ କୁ ମୁଣ୍ଡ ରେ ମାଲିସ କରନ୍ତୁ । ତୈଳ ଲଗାଇବାର ଏକ ଘଣ୍ଟା ପରେ କେଶ କୁ ଧୋଇ ଦିଅନ୍ତୁ ।

ନିମ ପତ୍ରକୁ ବାଟି ପେଷ୍ଟ ତିଆରି କରନ୍ତୁ, ସେଥିରେ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ । ସେହି ପେଷ୍ଟ କୁ ମୁଣ୍ଡ ରେ ଲଗାଇ ଏକ ଘଣ୍ଟା ରଖି ପରେ କେଶ କୁ ଧୋଇଦିଅନ୍ତୁ ।

ଦହି :

କେଶର ଲମ୍ବା ହିସାବରେ ଆପଣ ଦହି ନିଅନ୍ତୁ । ଦହି କୁ ମୁଣ୍ଡ ରେ ଅଧଘଣ୍ଟା ଲଗାଇ ରଖନ୍ତୁ, ପରେ ଧୋଇଦିଅନ୍ତୁ ।

ମେଥି :

ଏକ କପ୍ ପାଣିରେ ଏକ କପ୍ ମେଥି କୁ ରାତିସାରା ଭିଯାଇ ରଖନ୍ତୁ । ସକାଳେ ଏହାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ବନାନ୍ତୁ । ସେହି ପେଷ୍ଟ କୁ ଏକ ଘଣ୍ଟା ପାଇଁ ମୁଣ୍ଡ ରେ ଲଗାଇ, ପରେ ସଫା କରିଦିଅନ୍ତୁ ।

ଅଦା :

ଅଦା କୁ ଅଳ୍ପ ପାଣି ରେ ମିଶାଇ ଗ୍ରାଇଣ୍ଡିଂ କରେ ଏକ ପେଷ୍ଟ ତିଆରି କରନ୍ତୁ । ସେହି ପେଷ୍ଟ କୁ 5 – 10 ମିନିଟ ପାଇଁ ମୁଣ୍ଡ ରେ ଲଗାନ୍ତୁ, ପରେ ଧୋଇଦିଅନ୍ତୁ ।

ଘିକୁଆଁରୀ :

ଘିକୁଆଁରୀ ର ରସ କୁ 5 ରୁ 10 ମିନିଟ ମୁଣ୍ଡ ରେ ମାଲିସ କରନ୍ତୁ, ପରେ ଧୋଇଦିଅନ୍ତୁ ।

ଏହି ଉପାୟ ଗୁଡିକ ରୁପି ଦୁରକାରିବାର ର ରାମବଣ ଉପାୟ ଅଟେ ।

Leave a Reply

Your email address will not be published. Required fields are marked *