ପୁରୁଷଙ୍କ ଠାରେ ଶୂକ୍ରାଣୁ ହ୍ରାସ ହେବା ପଛରେ ରହିଛି ଏହି ବଡ଼ କାରଣ…

ଯଦି କୌଣସି ଦମ୍ପତ୍ତିଙ୍କର ପିଲାଛୁଆ ହେଉନାହିଁ ତେବେ ପରିବାର ଲୋକେ ସାଧାରଣତଃ ଏଥିପାଇଁ ମହିଳାଙ୍କୁ ହିଁ ଦାୟୀ କରିଥାନ୍ତି। ତେବେ, ସବୁଠାରୁ ବଡ଼ କଥା ହେଉଛି ବନ୍ଧ୍ୟାକରଣ କେବଳ ଯେ ମହିଳାମାନଙ୍କ ଠାରେ ଦେଖାଯାଏ ତାହା ନୁହେଁ ବରଂ ଏହା ପୁରୁଷ ମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳେ। ପୁରୁଷ ମାନଙ୍କଠାରେ ଶୂକ୍ରାଣୁ ସଂଖ୍ୟା କମ୍ ଥିବା ହେତୁ ଏଭଳି ସମସ୍ୟା ଦେଖିବାକୁ ମିଳୁଛି।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ପୁରୁଷଙ୍କ ଠାରେ ଶୂକ୍ରାଣୁ କମୁଛି କାହିଁକି?

  • ବିଶେଷଜ୍ଞଙ୍କ ଗବେଷଣା ଅନୁଯାଇ ପ୍ରଦୂଷଣ, ଧୂମପାନ, ଭାରିକୋସେଲ, ମଧୁମେହ, ଟେଷ୍ଟିକୁଲାର ଟ୍ୟୁମର ଏବଂ ବୟସ ଶୁକ୍ରାଣୁ କୋଷର ଗୁଣ ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ।
  • ଖାସ୍ କରି ଧୂମ୍ରପାନ କରିବା ଦ୍ୱାରା ପୁରୁଷମାନଙ୍କ ଠାରେ ୯.୧୯% ଶୂକ୍ରାଣୁ ହ୍ରାସ ହେଉଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି।
  • ମହିଳାମାନଙ୍କ ଭଳି ବୟସ ସହିତ ପୁରୁଷମାନଙ୍କର ମଧ୍ୟ ୩୦ ବର୍ଷ ବୟସ ପରେ ଟେଷ୍ଟୋଷ୍ଟେରନ୍ ଲେବଲ୍ ହ୍ରାସ ପାଇବାରେ ଲାଗିଥାଏ।
  • ଏହା ବ୍ୟତୀତ ୪୦ ରୁ ୭୦ ବର୍ଷ ବୟସର ପୁରୁଷମାନଙ୍କର ଇରେକ୍ଟାଇଲ୍ ଡିସଫଙ୍କସନ ହେବାର ସମ୍ଭାବନା ରହିଥାଏ।
  • ତେବେ, କୋକେନ ଏବଂ ଗଞ୍ଜେଇ ପରି ନାର୍କୋଟିକ୍ସର ବହୁଳ ବ୍ୟବହାର ମଧ୍ୟ ଆପଣଙ୍କୁ ନପୁଂଶକ କରି ଦେଇଥାଏ।

Leave a Reply

Your email address will not be published. Required fields are marked *