ଦୁଇ ଦିନରେ ହିଁ ବ୍ରଣ ସମସ୍ୟା ରୁ ମୁକ୍ତି ପାଆନ୍ତୁ………

ମୁଁହ ରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା ଅଟେ। କିଶୋର/ କିଶୋରୀ ଅବସ୍ଥାରେ ବ୍ରଣ ପ୍ରାୟ ସମସ୍ତଙ୍କ ହୋଇ ଥାଏ। ବ୍ରଣ କାହିଁକି ହୁଏ? ଏହାର ଉପଚାର କ’ଣ? ଆସନ୍ତୁ ଜାଣିବା !

ବ୍ରଣ ହେବାର ମୁଖ୍ୟ କାରଣ :

  • ଦୈନଦିନ ଜିବନରେ ଅନିୟମିତ ଖାଦ୍ୟପେୟ ଯୋଗୁଁ କିମ୍ବା ଅଧିକ ମସଲା ଯୁକ୍ତ, ତୈଳ ଯୁକ୍ତ ଖାଦ୍ୟ ଖାଇଲେ ବ୍ରଣ ସମସ୍ୟା ଦେଖାଦିଏ ।
  • ପେଟ ସଫା ନ ହେଲେ ଅର୍ଥାତ କୋଷ୍ଠବଧ୍ୟତା ହେଲେ ମଧ୍ୟ ବ୍ରଣ ହୁଏ ।
  • ଘର ଖାଇବା ପରିବର୍ତ୍ତେ ଅଧିକ ବାହାର ଖାଦ୍ୟ ଖାଇଲେ ଏହି ସମସ୍ୟା ହୁଏ ।
  • ଶରୀରରେ ହରମୋନାଲ ପରିବର୍ତ୍ତନ ହେଲେ ବ୍ରଣ ସମସ୍ୟା ହୁଏ ।
  • କେତେକ ଔଷଧ ଖାଇଲେ ମଧ୍ୟ ବ୍ରଣ ହୋଇଥାଏ।

ବ୍ରଣ ରୁ ରକ୍ଷା ପାଇବାର ଘରୋଇ ଉପଚାର :

ନିମ ପତ୍ର ଓ ଗୋଲାପ ଜଳ :

କିଛି ନିମ ପତ୍ର କୁ କୁଟି ପେଷ୍ଟ ବନାନ୍ତୁ, ସେଥିରେ ଗୋଲାପ ଜଳ ମିଶାନ୍ତୁ। 15 ରୁ 20 ମିନଟ ସେମିତି ରଖନ୍ତୁ, ତା ପରେ ସେହି ଗୋଲାପ ଜଳ କୁ ଛାଣି ନିଅନ୍ତୁ। ସେହି ଜଳ କୁ ଦିନରେ 4-5 ଥର ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ ।

ଗାଇ ର କଞ୍ଚା କ୍ଷୀର ଓ ହଳଦୀ ଗୁଣ୍ଡ :

କଞ୍ଚା କ୍ଷୀର ସହ ହଳଦୀ ଗୁଣ୍ଡ କୁ ମିଶାଇ ତାହାର ଏକ ପେଷ୍ଟ ତିଆରି କରନ୍ତୁ। ସେହି ପେଷ୍ଟ କୁ ବ୍ରଣ ଉପରେ ଲେପ କରନ୍ତୁ। ବ୍ରଣ ଶୀଘ୍ର ଭଲ ହୋଇ ଯିବ।

ନିମ ପତ୍ର, ଘିକୁଆଁରୀ, ବେସନ ଓ ଗୋଲାପ ଜଳ :

କିଛି ନିମ ପତ୍ର, ଘିକୁଆଁରୀ ରସ, ଅଳ୍ପ ବେସନ ଓ ଗୋଲାପ ଜଳ କୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟ କୁ ବ୍ରଣ ସ୍ଥାନରେ ଲଗାନ୍ତୁ। ଏହାକୁ ସମ୍ପୂର୍ଣ୍ଣ ମୁହଁରେ ଲଗାଇ ପାରିବେ।

ଗରମ ବାଷ୍ପ , ଗୋଲାପ ଜଳ ଓ ଘିକୁଆଁରୀ :

ପାଣି କୁ ଗରମ କରନ୍ତୁ ଯେପରି ବାଷ୍ପ ବାହାରିବ । ଯେତିକି ଉତ୍ତାପ ଆପଣ ସହ୍ୟ କରିପାରିବେ, ସେହି ବାଷ୍ପ ରେ ଆପଣ ନିଜ ମୁଁହ ରଖନ୍ତୁ। କିଛି ସମୟ ବାଷ୍ପରେ ମୁଁହ ରଖିଲେ ମୁଁହର ରୋମଛିଦ୍ର ଖୋଲି ଯିବ ଓ ମୁଁହରେ ଥିବା ଅପରିଷ୍କାର ସଫା ହୋଇ ଯିବ । ସଫା ତଉଲିଆ ରେ ମୁଁହ କୁ ପୋଛି,ଗୋଲାପ ଜଳରେ ପୁଣି ସଫା କରନ୍ତୁ। କିଛି ସମୟ ପରେ ଘିକୁଆଁରୀ ରସକୁ ଲଗାନ୍ତୁ।

ମୂଳତାନି ମାଟି(Multani mitti), ହଳଦୀ ଗୁଣ୍ଡ , ମହୁ, ଗୋଲାପ ଜଳ :

ମୂଳତାନି ମାଟି(Multani mitti), ହଳଦୀ ଗୁଣ୍ଡ , ମହୁ, ଗୋଲାପ ଜଳ କୁ ଏକତ୍ର କରି ଏକ ପେଷ୍ଟ ତିଆରି କରନ୍ତୁ। ସେହି ପେଷ୍ଟ କୁ ବ୍ରଣ ଉପରେ ଲଗାନ୍ତୁ।

ଗରମ କ୍ଷୀର ଓ ହଳଦୀ ଗୁଣ୍ଡ :

ଏକ ଗ୍ଲାସ ଗରମ କ୍ଷୀର ରେ ଅଧା ଚାମଚ ହଳଦୀ ଗୁଣ୍ଡ କୁ ମିଶାନ୍ତୁ। ସେହି କ୍ଷୀର କୁ ପିଅନ୍ତୁ।ଏହିପରି ପ୍ରତିଦିନ କରନ୍ତୁ। ହଳଦୀ ମିଶା କ୍ଷୀର ପିଇଲେ ବ୍ରଣ ସମସ୍ୟା କେବେ ମଧ୍ୟ ହୋଇ ନଥାଏ।

ତୈଳ ଯୁକ୍ତ ଖାଦ୍ୟ, ଅଧିକ ମସଲା-ମସଲି, ଗରିଷ୍ଠ ଖାଦ୍ୟ ଓ ଅପରିଷ୍କାର ଠାରୁ ଦୂରେଇ ରୁହନ୍ତୁ ।

Leave a Comment