ଏପରି ଅନେକ ନୀତି ବା ଅଭ୍ୟାସ ଅଛି, ଯାହା ଜଣେ ବ୍ୟକ୍ତି ନିଜ ଜୀବନରେ ଗ୍ରହଣ କରି ନିଜ ଜୀବନକୁ ବହୁତ ଖୁସି କରିପାରିବ । ଆଜିର ସମୟରେ, ବୃଦ୍ଧାବସ୍ଥାରେ ମଧ୍ୟ ସମସ୍ତେ ୟଙ୍ଗ ଦେଖାଯିବାକୁ ଚାହାଁନ୍ତି । କିନ୍ତୁ କିଛି ଲୋକ ସେମାନଙ୍କ ସମୟ ପୂର୍ବରୁ ବୃଦ୍ଧ ଦେଖାଯିବା ଆରମ୍ଭ କରନ୍ତି। ଏହା ପଛରେ ମଧ୍ୟ ଏକ ବଡ଼ କାରଣ ଲୁଚି ରହିଛି । ଚାଣକ୍ୟ ନିତୀରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ କେଉଁ ଲୋକମାନେ ସମୟ ପୂର୍ବରୁ ବୃଦ୍ଧ ହୁଅନ୍ତି ଏବଂ ସେମାନଙ୍କର କାର୍ଯ୍ୟ କିପରି ହୋଇଥାଏ । ଏହା ସହିତ ସେ ଏଥିପାଇଁ କିଛି ପଦକ୍ଷେପ ମଧ୍ୟ ଦେଇଛନ୍ତି, ଯାହା ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଗ୍ରହଣ କରିପାରିବ ଏବଂ ଶୀଘ୍ର ବୃଦ୍ଧାବସ୍ଥାକୁ ଏଡାଇ ପାରିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ
ଅଧିକ ଭ୍ରମଣ କରୁଥିବା ଲୋକ :
ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁଯାୟୀ, ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ଯାତ୍ରା କରନ୍ତି, ସେମାନେ ସେମାନଙ୍କ ସମୟ ପୂର୍ବରୁ ବୃଦ୍ଧ ହୋଇଯାଆନ୍ତି । କାରଣ ଏପରି ଲୋକଙ୍କ ନିତ୍ୟକର୍ମ ଠିକ ରୁହେ ନାହିଁ। ଯେଉଁଥିପାଇଁ ସେମାନେ ସେମାନଙ୍କର ଖାଦ୍ୟର ସଠିକ୍ ଯତ୍ନ ନେବାକୁ ସକ୍ଷମ ନୁହଁନ୍ତି । ଯେଉଁ ଲୋକଙ୍କ ଜୀବନ ଦ୍ରୁତ ଗତିରେ ପରିପୂର୍ଣ୍ଣ, ସେମାନେ ତୁରନ୍ତ ସତର୍କ ହେବା ଉଚିତ୍ ।
ଆଳସ୍ୟ ପରାୟଣ ବ୍ୟକ୍ତି :
ଚାଣକ୍ୟ ନୀତିରେ ଏହା ମଧ୍ୟ କୁହାଯାଇଛି ଯେ ଅଧିକାଂଶ ସମୟ ପର୍ଯ୍ୟନ୍ତ ବନ୍ଧା ହୋଇ ରଖାଯାଇଥିବା ଘୋଡା ସମୟ ପୂର୍ବରୁ ବୁଢା ହୋଇଯାଏ । ଚାଣକ୍ୟଙ୍କ ଅନୁଯାୟୀ, ଘୋଡାର କାମ ହେଉଛି କଠିନ ପରିଶ୍ରମ କରିବା ଏବଂ ଦୌଡିବା, କିନ୍ତୁ ଯଦି ଏହାକୁ ପରିତ୍ୟାଗ କରାଯାଇ ସବୁଦିନ ପାଇଁ ବାନ୍ଧି ରଖାଯାଏ, ତେବେ ଏହା ଅକାଳରେ ବୃଦ୍ଧ ହୋଇଯିବ। ସେହିପରି କିଛି କାମ ନକରି ବସି ରହିଥିବା ବ୍ୟକ୍ତି ବୟସ ପୂର୍ବରୁ ବୃଦ୍ଧ ହୋଇଯାଏ।
ଏହି କାରଣରୁ ମହିଳାମାନେ ଶୀଘ୍ର ହୋଇଯାଆନ୍ତି ବୃଦ୍ଧ :
ଚାଣକ୍ୟ ନିତୀରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ମହିଳାମାନେ ସମୟ ସମୟରେ ଶାରୀରିକ ଆନନ୍ଦ ପାଆନ୍ତି ନାହିଁ, ସେମାନେ ସମୟ ପୂର୍ବରୁ ବୃଦ୍ଧ ହୋଇଯାଆନ୍ତି ।