ବେସନକୁ ଏହିପରି ମୁହଁରେ ଲଗାନ୍ତୁ, ଆପଣ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।
ଚର୍ମ ପାଇଁ ବେସନର ଉପକାରିତା:
ଚର୍ମକୁ ସଫା କରିବା ପାଇଁ ବେସନ ଦୀର୍ଘ ସମୟ ଧରି ବ୍ୟବହୃତ ହୋଇଆସୁଛି। ବେସନ ଚର୍ମ ଭିତରକୁ ଯାଇ ଏହାକୁ ସଫା କରେ। ଅନ୍ୟ ପଟେ, ଯଦି ଆପଣଙ୍କର କୌଣସି ପ୍ରକାର ଚର୍ମ ସଂକ୍ରମଣ ଅଛି, ତେବେ ବେସନର ବ୍ୟବହାର ଲାଭଦାୟକ ଅଟେ।
ଯେଉଁ ସମୟରେ ଚର୍ମ ବହୁତ ତେଲିଆ ହୋଇଯାଏ, ସେତେବେଳେ କୌଣସି ସାବୁନ କିମ୍ବା face wash ବଦଳରେ ବେସନ ବ୍ୟବହାର କରି ତ୍ୱଚା ତେଲିଆରୁ ରକ୍ଷା ପାଇପାରିବେ। ତେଲିଆ ତ୍ୱଚା ପାଇଁ ବେସନର ବ୍ୟବହାର ବହୁତ ଲାଭଦାୟକ ଅଟେ।
ବ୍ରଣ ବାହାରିବା ବନ୍ଦ ହୋଇଯାଏ :
ମୁହଁରେ ଗବେସନ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। ବେସନରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ଚର୍ମକୁ ସଫା ରଖିବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ବ୍ରଣ ବାହାରିବା ବନ୍ଦ ହୋଇଯାଏ।
ମୃତ କୋଷଗୁଡ଼ିକୁ ଅପସାରଣ କରେ :
ମୁହଁରେ ବେସନ ଲଗାଇଲେ ଚେହେରା ସଫା ହୋଇଯାଏ। ବେସନରେ ଉପସ୍ଥିତ ଥିବା ଏକ୍ସଫୋଲିଏଟିଙ୍ଗ ଏଜେଣ୍ଟମାନେ ଚର୍ମରୁ ମୃତ ଚର୍ମକୁ ବାହାର କରିବାରେ ସାହାଯ୍ୟ କରନ୍ତି।
ଚର୍ମର ରଙ୍ଗ ଉଜ୍ଜ୍ୱଳ ହୁଏ :
ବେସନକୁ ପ୍ରୟୋଗ କରି ଚର୍ମର ରଙ୍ଗ ଉଜ୍ଜ୍ୱଳ ବା ଗୋରା କରି ହୁଏ, ଏହା ବ୍ୟତୀତ ଯଦି ଆପଣ ପ୍ରତିଦିନ ବେସନ ରେ ମୁହଁ ଧୋଇ ଦିଅନ୍ତି, ତେବେ ଚେହେରା ମଧ୍ୟ ଚମକି ଉଠେ।
ତେଲିଆ ଚର୍ମ ପାଇଁ ଲାଭଦାୟକ :
ବେସନ ଚର୍ମରୁ ଅତିରିକ୍ତ ତେଲ ବାହାର କରି ଏହାକୁ ସଫା କରିଥାଏ, ଏବଂ ଚର୍ମକୁ ପ୍ରାକୃତିକ ଉପାୟରେ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ। ଦିନର ଯେ କୌଣସି ସମୟରେ ବେସନ ପ୍ରୟୋଗ କରାଯାଇପାରେ। ବେସନ ପ୍ରୟୋଗ କରି ଚର୍ମ ସଫା ଏବଂ ନରମ ହୋଇଯାଏ।