ଯକ୍ଷ୍ମା ଏକ ସଂକ୍ରାମକ ରୋଗ ଯାହା ସାଧାରଣତ ଫୁସଫୁସକୁ ଆକ୍ରମଣ କରିଥାଏ। ଧିରେ ଧିରେ ଏହା ମସ୍ତିଷ୍କ କିମ୍ବା ମେରୁଦଣ୍ଡ ସହିତ ଶରୀରର ଅନ୍ୟ ଅଂଶକୁ ବ୍ୟାପିପାରେ। ଅଧିକାଂଶ ଯକ୍ଷ୍ମା ରୋଗ ଆଣ୍ଟିବାୟୋଟିକ୍ ଦ୍ୱାରା ଭଲ ହୋଇଯାଏ କିନ୍ତୁ ଏହା ବହୁତ ସମୟ ନେଇଥାଏ। ସାଧାରଣତଃ ଏହାର ଔଷଧ 6 ରୁ 9 ମାସ ପର୍ଯ୍ୟନ୍ତ ରହିଥାଏ।
ଯକ୍ଷ୍ମା ରୋଗର ଲକ୍ଷଣ :
ଯକ୍ଷ୍ମା ରୋଗ ରେ ଓଜନ ହ୍ରାସ ହୋଇ ଥାଏ।
ଯକ୍ଷ୍ମା ରୋଗର ଲକ୍ଷଣ ବିଷୟରେ କହିବାକୁ ଗଲେ, ଏହି ରୋଗରେ ପୀଡିତ ବ୍ୟକ୍ତି ସର୍ବଦା କାଶ ଜାରି ରଖନ୍ତି।
ଜ୍ୱର ମଧ୍ୟ ଆସିଥାଏ।
ନିଶ୍ୱାସ ନେବାରେ କଷ୍ଟ।
ଛାତି ଯନ୍ତ୍ରଣା ମଧ୍ୟ ହୁଏ।
ମାଂସପେଶୀରେ ଯନ୍ତ୍ରଣା ମଧ୍ୟ ହୁଏ।
ଯକ୍ଷ୍ମା ରୋଗ ର ଚିକିତ୍ସା :
ଯକ୍ଷ୍ମା ଚିକିତ୍ସା ଏକ ଦୀର୍ଘ ସମୟ ନେଇଥାଏ। ପୁନରୁଦ୍ଧାର ପାଇଁ 6 ମାସରୁ 2 ବର୍ଷ ଲାଗିପାରେ। ଯଦି ସଂପୂର୍ଣ୍ଣ ପୁନରୁଦ୍ଧାର ପୂର୍ବରୁ ଯକ୍ଷ୍ମା ଚିକିତ୍ସା ଛାଡି ଦିଆଯାଏ, ତେବେ ଚିକିତ୍ସା ଅଧିକ କଷ୍ଟସାଧ୍ୟ ହୋଇଯାଏ।
ଯଦି ଆପଣଙ୍କର ଦୁଇ ସପ୍ତାହ ଧରି ଜ୍ୱର ଏବଂ କ୍ରମାଗତ କାଶ ଅଛି, ତେବେ ଆପଣଙ୍କୁ ଯକ୍ଷ୍ମା ପାଇଁ ପରୀକ୍ଷା କରାଯିବା ଉଚିତ୍।