ନବଜାତ ଶିଶୁ ବିଷୟରେ କିଛି Interesting ତଥ୍ୟ ।

ଯେତେବେଳେ ଏକ ଶିଶୁ ଜନ୍ମ ହୁଏ, ଶିଶୁ ବିଷୟରେ ଅନେକ ତଥ୍ୟ ଅଛି ଯାହା ଆମେ ଜାଣିନଥାଉ । ତାଙ୍କୁ ଦେଖିବା କିମ୍ବା ବୁଝିବା ବେଳେ ଆମେ ନର୍ଭସ ହୋଇଯାଉ। ତା’ପରେ ଡାକ୍ତର ଆସି କହନ୍ତି, ଛୋଟ ପିଲାମାନେ ଏପରି କରନ୍ତି, ତେବେ ଆମେ relax ହଉ । ଯଦି ଜଣେ ନୂତନ ଅତିଥି ଆପଣଙ୍କ ଘରକୁ ଆସିବାକୁ ଯାଉଛନ୍ତି, ତେବେ ଆପଣ ଏହି ପୋଷ୍ଟରେ ଆପଣଙ୍କ ଅତିଥିଙ୍କ ବିଷୟରେ କିଛି interesting ତଥ୍ୟ ପଢିବା ଉଚିତ୍ ।

ଯେତେବେଳେ ଏକ ନବଜାତ ଶିଶୁ କାନ୍ଦେ, ତାର ଆଖିରେ ଲୁହ ବାହାରେ ନାହିଁ ।

ଜନ୍ମ ସମୟରେ କିଛି ଶିଶୁଙ୍କର କେଶ ଥାଏ ଏବଂ କିଛି ପିଲା ଅଛନ୍ତି ଯାହାର କେଶ କମ୍ ବା ବାଳ ଥାଏ । କିଛି ପିଲାଙ୍କ କେଶ ଝଡ଼ିଯାଏ ଏବଂ 2-3 ମାସ ମଧ୍ୟରେ ପୁନର୍ବାର ବଢେ।

ଜନ୍ମ ସମୟରେ ଶିଶୁମାନଙ୍କୁ କେବଳ ମା’ର କ୍ଷୀର ଖାଇବାକୁ ଦିଆଯାଏ କାରଣ ଶିଶୁର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥାଏ ।

ଯେତେବେଳେ ଛୋଟ ପିଲାମାନେ ହିକ୍କପ୍ ବା ହାକୁଟି ଆସେ, ସେମାନେ ବହୁତ ବିରକ୍ତ ହୁଅନ୍ତି । କିନ୍ତୁ ସେ କାନ୍ଦିବା ଆରମ୍ଭ କରିବା ମାତ୍ରେ ତାଙ୍କର ହିକ୍କପ୍ ବନ୍ଦ ହୋଇଯାଏ ।

ଜନ୍ମ ସମୟରେ ଶିଶୁର ପେଟ ବହୁତ ଛୋଟ ଥାଏ । ଯେଉଁ କାରଣରୁ କମ୍ କ୍ଷୀର ପିଇବା ମାତ୍ରେ ପେଟ ଭରିଯାଏ ଏବଂ ଶୀଘ୍ର ଭୋକ ମଧ୍ୟ ଲାଗେ । ଏହି କାରଣରୁ, ପ୍ରତି 2 ଘଣ୍ଟା ପରେ ଶିଶୁକୁ ସ୍ତନ୍ୟପାନ କରାଇବାକୁ ପରାମର୍ଶ ଦିଆଯାଏ।

ବେଳେବେଳେ ଶିଶୁ ଦିନରେ 8-10 ଥର ଝାଡା ଯାଏ ଏବଂ ବେଳେବେଳେ ଶିଶୁ 4-5 ଦିନରେ ଥରେ ଝାଡା ଯାଏ ।

ଯଦି ଶିଶୁଟିକୁ ଜନ୍ମ ସମୟରେ ସଠିକ୍ ଭାବରେ ମା କ୍ଷୀର ଦିଆଯାଏ ନାହିଁ, ତେବେ ତିନି କିମ୍ବା ପାଞ୍ଚ ଦିନ ପରେ ଶିଶୁଟି କୁ ଜଣ୍ଡିସ ରୋଗ ହୋଇପାରେ । ଯେଉଁଥିରେ ପିଲାମାନଙ୍କର ରଙ୍ଗ ହଳଦିଆ ହୋଇଯାଏ ।

ଶିଶୁମାନେ ଆରମ୍ଭରେ ପ୍ରାୟ 18 ଘଣ୍ଟା ଶୋଇଥାନ୍ତି।ଶୋଇବା ସମୟରେ ସେମାନଙ୍କୁ ଶୋଇବାକୁ ଦିଆଯିବା ଉଚିତ୍ । ଅଧିକ ଶୋଇବା ଦ୍ୱାରା ଶିଶୁର ଶରୀର ଏବଂ ମସ୍ତିଷ୍କ ବିକଶିତ ହୁଏ ।

ନବଜାତ ଶିଶୁ ଜନ୍ମର ଏକ ମାସ ପରେ ହସିବାକୁ ଶିଖେ ।

ଶିଶୁମାନେ ରଙ୍ଗକୁ ଭଲ ପାଆନ୍ତି, କିନ୍ତୁ ଜନ୍ମ ପରେ ଦୁଇ ତିନି ସପ୍ତାହ ପର୍ଯ୍ୟନ୍ତ ଶିଶୁମାନେ କେବଳ ଧଳା କିମ୍ବା କଳା ରଙ୍ଗ ଦେଖିପାରିବେ ।

ଶିଶୁର ସମ୍ପୂର୍ଣ୍ଣ ଶରୀର ଅତ୍ୟନ୍ତ କୋମଳ ଅଟେ । କିନ୍ତୁ ସବୁଠାରୁ ସମ୍ବେଦନସିଳ ଅଂଶ ହେଉଛି ମୁଣ୍ଡର ମଧ୍ୟଭାଗ । ଏହା ଶକ୍ତିଶାଳୀ ହେବାକୁ ପ୍ରାୟ 6 ମାସ ସମୟ ଲାଗେ ।

ପ୍ରାରମ୍ଭିକ ମାସରେ, ଶିଶୁର ଓଜନ ପ୍ରତିଦିନ 30 ଗ୍ରାମ ବୃଦ୍ଧି ପାଇଥାଏ ।

Leave a Reply

Your email address will not be published. Required fields are marked *