ମାସକୁ ଥରେ କେଶରେ ମେହେନ୍ଦୀ ଲଗାଇବା ଉଚିତ। ବିଶେଷଜ୍ଞଙ୍କ ମତରେ ଏହା ଆମ ମସ୍ତିଷ୍କ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଆୟୁର୍ବେଦ ଅନୁସାରେ ମେହେନ୍ଦୀ ରେ ଏକ ପ୍ରକାର କରନେସିକ ତତ୍ତ୍ବ ଥାଏ, ଯାହା ମସ୍ତିଷ୍କ ର କୋଷିକାକୁ ସକ୍ରିୟ କରିଥାଏ।
ସକାଳୁ ଶୀଘ୍ର ଉଠିବା ଉଚିତ। ସୂର୍ଯୋଦୟ ପୂର୍ବରୁ ଉଠି ଛାତ ଉପରେ କିଛି ସମୟ ଚାଲନ୍ତୁ, ସୂର୍ଯୋଦୟ ହେବାର ଦେଖିବାର ଅଭ୍ୟାସ କରିବା ଉଚିତ। ସ୍ମୃତିଶକ୍ତି ବଢ଼ାଇବାର ଏହା ସର୍ବୋତ୍ତମ ଉପାୟ ଅଟେ।
ଭାରତରେ ଅଧିକାଂଶ ଲୋକଙ୍କ ଚା କିମ୍ବା କଫି ପିଇବାର ଅଭ୍ୟାସ ରହିଛି। କିନ୍ତୁ ବିଶେଷଜ୍ଞଙ୍କ ମତରେ ଚା ଓ କଫି ପରିବର୍ତ୍ତେ ଗ୍ରୀନ ଟି ପିଇବା ସ୍ବାସ୍ଥ୍ୟ ପାଇଁ ଭଲ ଅଟେ। ଏହା ସହିତ ସ୍ମୃତିଶକ୍ତି ବଢାଇବାରେ ଏହା ସହାୟକ ବୋଲି ଗବେଷଣାରୁ ଜଣା ପଡ଼ିଛି।
ଫାଷ୍ଟ ଫୁଡ଼ ଓ ଜଙ୍ଗ ଫୁଡ଼ ପରିବର୍ତ୍ତେ ଫଳ ଖାଇବା ଉଚିତ। ପ୍ରଚୁର ପରିମାଣରେ ଭରପୁର ଫଳ ଖାଇବା ଦ୍ଵାରା ଶରୀରକୁ ଶକ୍ତି ମିଳିବା ସହ ସ୍ମୃତିଶକ୍ତି ମଧ୍ୟ ବଢ଼ିଥାଏ।