ଆପଣ ଯଦି ଚାଇନିଜ୍ କିମ୍ୱା ଇଟାଲିଆନ୍ ଫୁଡ଼ ଲଭର୍ ତେବେ ଆପଣଙ୍କୁ କ୍ୟାପସିକମ ମଧ୍ୟ ପସନ୍ଦ ଥିବ। କ୍ୟାପସିକମ ବା ଶିମଲା ମରିଚ ବିନା ଇଟାଲିଆନ୍ ଓ ଚାଇନିଜ ଖାଦ୍ୟ ଇମାଜିନ କରିବା କଷ୍ଟକର। ଆମ ଭାରତୀୟ ଖାଦ୍ୟରେ ମଧ୍ୟ ଶିମଲା ଲଙ୍କାର ବ୍ୟବହାର କରାଯାଉଛି। ପ୍ରଥମେ ଆମେରିକାରେ କ୍ୟାପସିକମ୍ ର ଉଦ୍ଭାବନ ହୋଇଥିଲା । ପରେ ସାରା ଦୁନିଆରେ ଏହା ଦୈନନ୍ଦିନ ପରିବା ଭାବେ ବ୍ୟବହାର କରାଗଲା। ଏହାର ଅନ୍ୟ ନାମ ହେଉଛି ଚିଲ୍ଲି ପେପର, ବେଲ୍ ପେପର। ପୂର୍ବେ କେବଳ ସବୁଜ ରଙ୍ଗର କ୍ୟାପସିକମ ଦେଖିବାକୁ ମିଳୁଥିଲା। ଏବେ ବିଭିନ୍ନ ରଙ୍ଗର ଏବଂ ଭିନ୍ନ ଭିନ୍ନ ଆକାରର କ୍ୟାପସିକମ ବଜାରରେ ଉପଲବ୍ଧ।
ସାଧାରଣତଃ ଶିମଲା ଲଙ୍କା ବ୍ୟବହାର କଲା ବେଳେ ଆମେ ଏହାର ମଞ୍ଜିକୁ ଫୋପାଡ଼ି ଦେଇଥାଉ। କିନ୍ତୁ ଆପଣ ଜାଣନ୍ତି କି, ଏହାର ମଞ୍ଜିରେ ଭରି ରହିଛି ଅନେକ ଭିଟାମିନ ଏବଂ ପୋଷକ ତତ୍ତ୍ୱ। ଆସନ୍ତୁ ଜାଣିବା କ୍ୟାପସିକମର ମଞ୍ଜିରେ କଣ କଣ ଲାଭଦାୟକ ଗୁଣ ରହିଛି।
ଭିଟାମିନ C :
ଶିମଲା ଲଙ୍କାରେ ଭରପୂର ମାତ୍ରାରେ ଭିଟାମିନ୍ ସି ରହିଛି । ଭିାଟମିନ ସି ( VITAMIN C) ଶରୀରରେ ଲୌହ ବା ଆଇରନର ଅଭାବକୁ ପୂରଣ କରିଥାଏ। ଏଥିସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।
ଫ୍ୟାଟ୍ (FAT) କମ କରେ :
ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ କ୍ୟାପସିକମର ମଞ୍ଜିକୁ ସାମିଲ କରନ୍ତୁ। ଶିମଲା ଲଙ୍କାର ମଞ୍ଜିରେ ଅଧିକ ମାତ୍ରାରେ ଫାଇବର ରହିଛି। ଯାହା ଚର୍ବି କମ କରିବାରେ ସହାୟକ ହୁଏ।
ମଧୁମେହ ରୋଗ ପାଇଁ ପ୍ରଭାବଶାଳୀ :
ଗବେଷଣାରେ ଜଣା ପଡ଼ିଛି ଯେ, ଶିମଲା ଲଙ୍କାରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ ( Antioxidant) ଏବଂ ଭିଟାମିନ C, ଯାହା ମଧୁମେହ ବା ଡାଇବେଟିସ ରୋଗୀଙ୍କ ପାଇଁ ବେଶ ଫଳପ୍ରଦ। ଏହା ଶରୀରରେ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ହୃଦୟକୁ ସୁସ୍ଥ ରଖେ :
ଶିମଲା ଲଙ୍କାର ମଞ୍ଜିରେ ପ୍ରଚୁର ପରିମାଣରେ ସାଇଟୋକେମିକାଲ୍ସ (cytochemical) ଏବଂ ଫ୍ଲାବୋନଏଡ (Flavonoid) ରହିଛି। ଏହି ଦୁଇଟି ତତ୍ତ୍ୱ ହୃଦୟକୁ ସୁସ୍ଥ ରଖିବାରେ ସହାୟକ।
ରୋଗ ନିୟନ୍ତ୍ରଣକାରୀ :
କ୍ୟାପସିକମର ମଞ୍ଜି ଅନେକ ରୋଗ ନିବାରଣରେ ସହାୟକ। ଏହା ଖରାପ କୋଲେଷ୍ଟ୍ରୋଲ୍ ର ସ୍ଥରକୁ ନିୟନ୍ତ୍ରଣ କରିଥାଏ।
ତ୍ୱଚାର ସୁନ୍ଦରତା ବୃଦ୍ଧି କରେ :
କ୍ୟାପସିକମର ମଞ୍ଜିରେ ଭିଟାମିନ-C ସହ ଭିଟାମିନ-E ମଧ୍ୟ ରହିଛି। ଉଭୟ ଭିଟାମିନ୍ ତ୍ୱଚାକୁ କୋମଳ ଏବଂ ଉଜ୍ୱଳ ରଖିବାରେ ସାହାଯ୍ୟ କରିଥାଏ।