ବାରମ୍ବାର ଗର୍ଭପାତ ଯୋଗୁ ଚିନ୍ତିତ କି? ଜାଣନ୍ତୁ ଏହାର କାରଣ ଏବଂ ଗର୍ଭଧାରଣ କରିବାର ସହଜ ଉପାୟ..

ଗର୍ଭପାତ ହେଉଛି ଜୀବନର ସବୁଠାରୁ ଖରାପ ସମୟ, ଯାହାର ସାମ୍ନା କରୁଥିବା ଦମ୍ପତି ମେଣ୍ଟାଲୀ ଆଉ ଇମୋସନାଲୀ ବହୁତ ଚିନ୍ତିତ ହୋଇଯାନ୍ତି । ଗର୍ଭପାତ ର ଶିକାର ହୋଇଥିବା ମହିଳାଙ୍କ ମନରେ ସବୁବେଳେ ପ୍ରଶ୍ନ ଉଠୁଥାଏ ଯେ ‘ମୁଁ ପୁଣିଥରେ ମା ହେଇ ପାରିବି କି ନାହିଁ’ ଏବଂ ‘ମୋତେ ଫର୍ଟିଲିଟୀ ଟ୍ରିଟମେଣ୍ଟ ଦରକାର କି’ ଏମିତି ଅନେକ କିଛି । ବିଶେଷଜ୍ଞ କହନ୍ତି ଯେ, ପୁନର୍ବାର ଗର୍ଭବତୀ ହେବା ପୂର୍ବରୁ ନିଜକୁ ମାନସିକ ଏବଂ ଶାରୀରିକ ସ୍ତରରେ ଫିଟ୍ ରଖିବା ନିହାତି ଜରୁରୀ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥରେ ମିସକ୍ୟାରେଜ୍ ହେବା ଅର୍ଥ ଏହା ନୁହେଁ ଯେ ଆଉ ଥରେ ଗର୍ଭଧାରଣ ହୋଇପାରିବ ନାହିଁ । ଯଦି ଏପରି ପରିସ୍ଥିତିର ସମ୍ମୁଖୀନ ହେଉଥିବା ମହିଳା ପୁନର୍ବାର ମା ହେବାକୁ ଚାହାଁନ୍ତି କିମ୍ବା ଯୋଜନା କରୁଛନ୍ତି, ତେବେ ସେ କଥା ମନେ ରଖିବା ଉଚିତ।

ପୁର୍ନବାର ଗଭଧାରଣ ରେ ବ୍ୟବଧାନ ରଖନ୍ତୁ।

ଗର୍ଭପାତର କିଛି ମାସ ପର୍ଯ୍ୟନ୍ତ ଭୁଲରେ ବି ଗର୍ଭଧାରଣର ପ୍ଲାନ୍ କରନ୍ତୁ ନାହିଁ । କୁହାଯାଏ ଯେ, ଜଣେ ମହିଳା ଅତି କମରେ ଛମାସ ପାଇଁ ତାଙ୍କ ପିରିୟଡ୍ ସାଇକେଲକୁ ଧ୍ୟାନ ଦେବା ପରେ ଗର୍ଭଧାରଣ ବିଷୟରେ ଭାବିବା ଉଚିତ୍ ।

ସୁସ୍ଥ ଡାଏଟ ବଜାୟ ରଖନ୍ତୁ।

ଜୀବନଶୈଳୀ ସହ ଜଡ଼ିତ ଜିନିଷର ଧ୍ୟାନ ରଖିବା ଦ୍ଵାରା ଆପଣ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍‌ ଅନୁଭବ କରିବେ। ଜୀବନଶୈଳୀକୁ ସଠିକ୍ କରିବା ଦ୍ୱାରା ସୁସ୍ଥ ଗର୍ଭଧାରଣ ହୋଇଥାଏ । ସେଥିପାଇଁ ସଠିକ ଡାଏଟ୍ ଯେପରିକି ସବୁଜ ପନିପରିବା, ଡାଲି, ଫଳ ଓ ଆଇରନ୍ ରିଚ୍ ଫ୍ରୁଡସ୍ ଖାଇବା ଉଚିତ୍ ।

ମଧୁମେହର ଯତ୍ନ ନିଅନ୍ତୁ।

ମଧୁମେହ ରୋଗୀଙ୍କୁ ଗର୍ଭଧାରଣ ପୂର୍ବରୁ ରକ୍ତରେ ସୁଗାର ଲେବଲକୁ କଣ୍ଟ୍ରୋଲ କରିବା ଜରୁରୀ । ହାଇ ବ୍ଲଡ ବା ଲୋ ବ୍ଲଡ ସୁଗାର ଲେବଲ ସ୍ତର ଉଭୟ ମା ଓ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଏବଂ ଡାଇବେଟିଜକୁ କଣ୍ଟ୍ରୋଲ କରିବା ଖାଦ୍ୟ ଖାଆନ୍ତୁ ।

ଯୋଗ କରି ଶରୀରକୁ ସୁସ୍ଥ ରଖନ୍ତୁ।

ଗର୍ଭପାତ ପରେ ଜଣେ ମହିଳା ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ ଦୁର୍ବଳ ହୋଇଯାଇଥାଏ। ଆଉ ଏପରି ହେବା ବି ସାଧାରଣ । ଚାପ ଏବଂ ଥକ୍କାପଣ ଲାଗିବା ସାଧାରଣ କଥା ଓ ଏହି ସମସ୍ୟାର ସମାଧାନ ହେଉଛି ଯୋଗ । ଯୋଗ ଆପଣଙ୍କୁ ଶାରୀରିକ ଏବଂ ମାନସିକ ଭାବରେ ଫିଟ୍ ରଖିଥାଏ। ତେଣୁ ଦମ୍ପତିମାନଙ୍କୁ ଗର୍ଭପାତକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକ ନାହିଁ, ଏହିସବୁ ଉପାୟକୁ ଅବଲମ୍ବନ କରି ଆପଣ ସୁସ୍ଥ ଗର୍ଭଧାରଣ କରିପାରିବେ ।

Leave a Reply

Your email address will not be published. Required fields are marked *