ଫୁସଫୁସରେ ଜମା ହୋଇଥିବା କଫ କୁ ବାହାର କରିବାରେ ସାହାଯ୍ୟ କରିଥାଏ ଏହି 4 ଟି ଆୟୁର୍ବେଦିକ ଉପାୟ।

ଆସ୍ଥାମା ରୋଗର କୌଣସି ଉପଶମ ନଥାଏ ଏବଂ ସାଧାରଣତ ଲକ୍ଷଣ ଉପରେ ଆଧାର କରି ଚିକିତ୍ସା କରାଯାଏ। ଆସ୍ଥାମା ରୋଗର ଚିକିତ୍ସା ପାଇଁ ଆୟୁର୍ବେଦ ଡାକ୍ତରମାନେ ଅନେକ ଜଡି-ବୁଟି ର ବ୍ୟବହାର କରନ୍ତି, ଯାହାର ଆଣ୍ଟି-ହିଷ୍ଟାମାଇନ୍, ବ୍ରୋଙ୍କୋଡାଇଲେଟିଂ ଏବଂ ଆଣ୍ଟି ଆସ୍ଥାମା ଗୁଣ ରହିଛି ବୋଲି ଦାବି କରାଯାଏ। ଯଦି ଆମେ ଆସ୍ଥାମା ରୋଗର ଲକ୍ଷଣ ବିଷୟରେ କଥାବାର୍ତ୍ତା କରୁ, ତେବେ ରୋଗୀର ନିଶ୍ୱାସ ପ୍ରଶ୍ୱାସ କମ ହେବା, ଛାତି ଟାଣିବା କିମ୍ବା ଯନ୍ତ୍ରଣା, ନିଶ୍ୱାସ ଛାଡିବା ସମୟରେ ଛାତିରେ ଘରଘର ଶବ୍ଦ ଶୁଣାଯିବା ଇତ୍ୟାଦି। ଏହା ବ୍ୟତୀତ ରୋଗୀର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା କିମ୍ବା କାଶ ହେତୁ ଶୋଇବାରେ ମଧ୍ୟ ଅସୁବିଧା ହୁଏ। ଏହାର ଲକ୍ଷଣ ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ହୋଇଥାଏ।

ଶରୀରରୁ କଫ ବାହାର କରିବାର ଆୟୁର୍ବେଦିକ ଉପାୟ :

ହର୍ବାଲ୍ ଚା :

ଆସ୍ଥାମା ରୋଗୀମାନେ ଏହାର ଲକ୍ଷଣକୁ ହ୍ରାସ କରିବା ପାଇଁ ନିୟମିତ ଭାବରେ ବିଭିନ୍ନ ଜଡି ବୁଟି ରୁ ପ୍ରସ୍ତୁତ ହର୍ବାଲ୍ ଚା ପିଇପାରିବେ। ଅଦା, ଜୁଆଣି, ତୁଳସୀ ଏବଂ ଗୋଲମରିଚ ମିଶ୍ରଣରୁ ପ୍ରସ୍ତୁତ ହର୍ବାଲ୍ ଚା ଆସ୍ଥାମା ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ ହୁଏ, କାରଣ ଏହା କଫକୁ ଦୂର କରିଥାଏ।

ମହୁ ଏବଂ ପିଆଜ :

ଫୁସଫୁସ ରେ କଫ ଜମା ହେଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଏହାକୁ ହ୍ରାସ କରିବା ପାଇଁ ଟିକେ ଗୋଲ ମରିଚ, ପ୍ରାୟ 1 ଚାମଚ ମହୁ ଏବଂ ଟିକେ ପିଆଜ ରସକୁ ଏକ ଗ୍ଲାସରେ ମିଶାଇ ଧୀରେ ଧୀରେ ପିଅନ୍ତୁ। ଏହି ଔଷଧ ରୋଗର କିଛି ଲକ୍ଷଣକୁ ସ୍ୱାଭାବିକ ଭାବରେ ଦୂର କରିବାରେ ସାହାଯ୍ୟ କରିବ।

ସୋରିଷ ତେଲ ମାଲିସ୍ :

ଛାତିରେ ସୋରିଷ ତେଲ ଗରମ କରି ମାଲିସ୍ କରିବା ଦ୍ୱାରା ଆରାମ ମିଳିଥାଏ। ମସାଜ୍ କରିବା ଫୁସଫୁସକୁ ଉଷ୍ମତା ପ୍ରଦାନ କରେ, ଯାହା ଛାତିରେ ଜମା ହୋଇଥିବା କଫକୁ ଦୂର କରିଥାଏ ଏବଂ ଶ୍ୱାସକ୍ରିୟାକୁ ସହଜ କରିଥାଏ।

ହଳଦୀ :

କର୍କୁମିନ୍ ହଳଦୀରେ ମିଳୁଥିବା ସବୁଠାରୁ ଶକ୍ତିଶାଳୀ ଉପାଦାନ ଏବଂ ଏହି କାରଣରୁ ହଳଦୀ ର ରଙ୍ଗ ହଳଦିଆ। ହଲଦୀରେ କିଛି ଔଷଧୀୟ ଏବଂ ଆଣ୍ଟିଅକ୍ସିଡାଣ୍ଟ ଉପାଦାନ ଥାଏ, ଯାହା ମଧ୍ୟରେ ଫୁଲା ରୋକିବାର କ୍ଷମତା ଥାଏ। ଏହା ଶ୍ୱାସରୋଗ ପାଇଁ ପ୍ରଭାବଶାଳୀ। ଏଥିପାଇଁ ଆପଣ କ୍ଷୀର ହଳଦୀ, ହଳଦୀ ପାଣି କିମ୍ବା ଚା’ ପିଇପାରିବେ।

Leave a Comment