ଯଦି ଆପଣ ନିଜ ମନକୁ ଖୁସି ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରଥମେ ଜାଣିବାକୁ ପଡିବ ଯେ ସୁଖ ଶବ୍ଦଟି ଆପଣଙ୍କ ପାଇଁ କ’ଣ ଅଟେ। କାରଣ ସମସ୍ତେ ସୁଖକୁ ଭିନ୍ନ ଭାବରେ ବ୍ୟାଖ୍ୟା କରନ୍ତି। କେହି କେହି ଭ୍ରମଣରେ ଖୁସି ହୁଅନ୍ତି, କେହି କେହି ସାଙ୍ଗମାନଙ୍କ ସହ କଥାବାର୍ତ୍ତା କରିବାକୁ ଖୁସି ହୁଅନ୍ତି, କେହି କେହି ପରିବାରରେ ଖୁସି ହୁଅନ୍ତି ଏବଂ କେହି କେହି ସେମାନଙ୍କ କାର୍ଯ୍ୟ କରିବାକୁ ଖୁସି ହୁଅନ୍ତି। ସମସ୍ତଙ୍କ ଜୀବନ ଅଲଗା, ସମସ୍ତଙ୍କର ସଂଜ୍ଞା ଅଲଗା ଓ ସମସ୍ତଙ୍କ ଖୁସି ହେବା ମଧ୍ୟ ଅଲଗା।
ଯେପରି ଗୋଟିଏ ଦିନ, ସୂର୍ଯ୍ୟକିରଣ ଏବଂ ଛାଇରେ ଗଠିତ, ସେହିଭଳି ଜୀବନ ମଧ୍ୟ ସୁଖ ଏବଂ ଦୁଃଖକୁ ନେଇ ଗଠିତ ।
ମନକୁ ଖୁସି ରଖିବାର ଉପାୟ :
ନିଜକୁ ସମୟ ଦିଅ :
ବ୍ୟସ୍ତତା ମଧ୍ୟ ରେ ନିଜ ପାଇଁ ସମୟ ବାହାର କରି, ଖୁସି ଲାଗିଲା କିଛି କାମ ନିଜ ପାଇଁ କରନ୍ତୁ। ଗୀତ ଶୁଣନ୍ତୁ, ମଜା କଥା ପଢ଼ନ୍ତୁ।
ନିୟମିତ ବ୍ୟାୟାମ କରନ୍ତୁ :
ପ୍ରତିଦିନ 30ମିନିଟ ସମୟ ବାହର କରି, ସକାଳେ କିମ୍ୱା ସନ୍ଧ୍ୟାରେ ଚାଲିବାକୁ ଯାଆନ୍ତୁ।
ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କର :
ସାଙ୍ଗମାନଙ୍କ ସହିତ କିଛି ମଜା କଥା କିମ୍ବା ନିଜ ମନର କଥା କୁହନ୍ତୁ।
କାହା ସହିତ ତୁଳନା କର ନାହିଁ :
କାହାର କଣ କ୍ଷମତା ଅଛି, କିନ୍ତୁ ଆମ ପାଖରେ ନାହିଁ ତାହା ଭାବି ନିଜକୁ ଅନ୍ୟ ତୁଳନାରେ ଛୋଟ ତୁଳନା କରନ୍ତୁ ନାହିଁ।
ଅନାବଶ୍ୟକ ଚିନ୍ତା ତ୍ୟାଗ କରନ୍ତୁ :
ଛୋଟ ଛୋଟ କଥାରେ ଵ୍ୟସ୍ତ ନ ହୋଇ, ସମୟ ଉପରେ ଛାଡି ଦିଅନ୍ତୁ।
ନିଜକୁ ପ୍ରଶଂସା କରନ୍ତୁ :
ନିଜର ଶକ୍ତି ଓ ସାମର୍ଥ୍ୟ କୁ ଚିହ୍ନନ୍ତୁ। ନିଜେ ସବୁକିଛି କରିପାରିବେ ଭାବି ବେଳେ ବେଳେ ନିଜର ପ୍ରଶଂସା କରିବା ଜରୁରୀ।
ସକାରାତ୍ମକ ହୁଅନ୍ତୁ :
ସବୁବେଳେ ସବୁ ସମୟରେ ଠିକ ହୋଇଛି ଓ ଠିକ ହେବ ଭାବି ସକାରାତ୍ମକ ହୁଅନ୍ତୁ।
ଭୁଲିଯିବାକୁ ଶିଖ :
ଦୁଃଖ ସମସ୍ତଙ୍କ ଜୀବନରେ ଥାଏ। କିନ୍ତୁ ଦୁଃଖକୁ ଭୁଲି ଆଗକୁ ଚାଲିଯିବା ମଣିଷ ସଫଳତାର ଶିଖରରେ ପହଞ୍ଚିଥାଏ। ତେଣୁ ଅତୀତରେ ଘଟିଥିବା ଦୁର୍ଘଟଣା ଭୁଲିଯିବାକୁ ଚେଷ୍ଟା କରନ୍ତୁ।