ଏହି ଘରୋଇ ଉପଚାରଗୁଡ଼ିକ ଦୂର କରିଥାଏ ସୁସ୍ତି ଏବଂ ଥକ୍କାପଣକୁ, ନିୟମିତ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ରହିଥାଏ ଭଲ।

ଆମର ଦୈନନ୍ଦିନ ଜୀବନରେ କ୍ରମାଗତ କାର୍ଯ୍ୟ ବ୍ୟସ୍ତତା ହେତୁ ଆମ ଶରୀର କ୍ଳାନ୍ତ ହୋଇଯାଏ। ଏହି କାରଣରୁ ବେଳେବେଳେ ବିରକ୍ତି ମଧ୍ୟ ବଢ଼ିଥାଏ। ଏହିପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମ ଖାଦ୍ୟରେ ଏପରି କିଛି ଜିନିଷ ଅନ୍ତର୍ଭୂକ୍ତ କରିବା ଉଚିତ, ଯାହା ଆମ ଶରୀରର ଥକ୍କାପଣକୁ ଦୂର କରିବା ସହିତ ଆମକୁ ସୁସ୍ଥ ରଖିବ। ଏହିପରି କିଛି ଜିନିଷ ବିଷୟରେ ଜାଣିବା :

ଦହି :

ଦହିରେ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ଥାଏ, ଏହା ଖାଇବା ଦ୍ୱାରା ଆପଣଙ୍କ ଥକ୍କାପଣ ଏବଂ ସୁସ୍ତି ଦୂର ହୋଇଯିବ।

ଗ୍ରୀନ ଟି :

ଅଧିକ ଥକାପଣ ଏବଂ ଚାପ ଥିବାବେଳେ ଗ୍ରୀନ୍ ଟି ପିଇବା ଦ୍ୱାରା ଆପଣଙ୍କୁ ଲାଭ ମିଳିବ। ଏହା ଆପଣଙ୍କ ଶରୀରକୁ ଶକ୍ତି ପ୍ରଦାନ କରେ ଏବଂ ଏକାଗ୍ରତା ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ।

ପାନମହୁରୀ :

ପାନମହୁରୀ କେବଳ ପାଟି ଫ୍ରେନ୍ସର ନୁହେଁ, ଏହାର ଅନ୍ୟାନ୍ୟ ଗୁଣ ଅଛି। ଏଥିରେ କ୍ୟାଲସିୟମ୍, ସୋଡିୟମ୍, ଆଇରନ୍ ଏବଂ ପୋଟାସିୟମ୍ ମିଳିଥାଏ, ଯାହା ଆପଣଙ୍କ ଶରୀରରୁ ସୁସ୍ତି ଦୂର କରିବାରେ ସାହାଯ୍ୟ କରିଥାଏ।

ଚକୋଲେଟ୍ :

ଆପଣ ନିଶ୍ଚୟ ଜାଣିଥିବେ ଯେ ଚକୋଲେଟ୍ ଖାଇବା ଦ୍ୱାରା ମନ ଖୁସି ହୋଇଥାଏ। ଏଥିରେ ଥିବା କୋକୋ ଆପଣଙ୍କ ଶରୀରର ମାଂସପେଶୀକୁ ଆରାମ ଦେଇଥାଏ, ଯେଉଁ କାରଣରୁ ଆପଣ ଚକୋଲେଟ୍ ଖାଇବା ପରେ ସତେଜ ଅନୁଭବ କର।

ଡାଲିଆ :

ଏଥିରେ ଥିବା କାର୍ବୋହାଇଡ୍ରେଟ୍, ଗ୍ଲାଇକୋଜେନ ଆକାରରେ ଆପଣଙ୍କ ଶରୀରରେ ଗଚ୍ଛିତ ହୁଏ । ଏହି ଗଚ୍ଛିତ ଗ୍ଲାଇକୋଜେନ ଆପଣଙ୍କୁ ଦିନସାରା ଧୀରେ ଧୀରେ ଶକ୍ତି ପ୍ରଦାନ କରେ।

ପାଣି ଏବଂ ଜୁସ :

ବେଳେବେଳେ ଶରୀରରେ ଜଳର ଅଭାବ ମଧ୍ୟ ସୁସ୍ତି ଏବଂ ଥକାପଣ ସୃଷ୍ଟି କରିଥାଏ। ଏପରି ପରିସ୍ଥିତିରେ, ଆପଣ ଧ୍ୟାନ ଦେବା ଉଚିତ୍ ଯେ ଦିନସାରା ଅଳ୍ପ ଅଳ୍ପ ପାଣି ଏବଂ ଫଳ ରସ ପରି ତରଳ ପଦାର୍ଥ ପିଅନ୍ତୁ।

Leave a Comment