ଜ୍ୱର ହେଇ ଛାଡ଼ିଗଲା ପରେ ଜରସୁଣ୍ଠା(coldsore) ହେଇଥାଏ। ଜରସୁଣ୍ଠା ଏକ ସାଧାରଣ ସମସ୍ୟା। ଏହା ପ୍ରାୟତଃ ପାଟି ଚାରିପାଖରେ, କିମ୍ବା ନାକ ପାଖରେ ହୋଇଥାଏ।
ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ।
ଜରସୁଣ୍ଠା କୁ ଅନେକ ନାମ ଦ୍ୱାରା ଜଣାଶୁଣା ଯେପରିକି ଥଣ୍ଡା ଘା’, ଜ୍ୱର ଫୁଲା ଇତ୍ୟାଦି। ହର୍ପେସ୍ ସିମ୍ପ୍ଲେକ୍ସ ନାମକ ଏକ ଜୀବାଣୁ ଦ୍ୱାରା ଏହା ହୋଇଥାଏ।
ଜରସୁଣ୍ଠା ଘା’ର କାରଣ ଗୁଡିକ ହେଲା :
- ମାନସିକ ଚାପ।
- ଶରୀରରେ ଅଧିକ କ୍ଳାନ୍ତତା ଅନୁଭବ କରିବା।
- ଆଲର୍ଜି।
- ଭାଇରାଲ୍ ସଂକ୍ରମଣ।
- ଚର୍ମ ଆଘାତ।
- ହରମୋନ୍ ପରିବର୍ତ୍ତନ।
- କେମୋଥେରାପ ଇତ୍ୟାଦି।
ଜରସୁଣ୍ଠା ଘା’ର ଚିକିତ୍ସା :
- ଗରମ ଘିଅ କୁ ଜରସୁଣ୍ଠା ଘା’ରେ ଲଗାନ୍ତୁ ।
- ବରଫ କୁ କପଡ଼ା ରେ ବାନ୍ଧି ସେକ କରନ୍ତୁ।
- ଗରମ ପାଣି ରେ କପଡା ବୁଡାଇ ତାକୁ ଚିମ୍ପୁଡ଼ି ଘା’ରେ ସେକ ଦିଅନ୍ତୁ। ଏହି ଉପାୟ ଦ୍ୱାରା ଜରସୁଣ୍ଠା ଘା ଶୀଘ୍ର ଭଲ ହେଇଯିବ।
ଯଦି ଜରସୁଣ୍ଠା ଘା ଭଲ ନ ହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
- ଯଥେଷ୍ଟ ନିଦ ନିଅନ୍ତୁ। ନିଦ୍ରାର ଅଭାବ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିପାରେ। ତେଣୁ, ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଶୋଇବା ପରାମର୍ଶଦାୟକ।