ଛାତି ଯନ୍ତ୍ରଣା ସବୁବେଳେ ହୃଦଘାତର ଲକ୍ଷଣ ନୁହେଁ, ପେଟରେ ଗ୍ୟାସ୍ ମଧ୍ୟ ବେଳେବେଳେ ଏପରି ଅସ୍ୱାଭାବିକତା ସୃଷ୍ଟି କରିପାରେ। ଯେଉଁଥିପାଇଁ ଆପଣ ଛାତିରେ ଯନ୍ତ୍ରଣା ଅନୁଭବ କରନ୍ତି।
ଗ୍ୟାଷ୍ଟିକ କାହିଁକି ହୁଏ?
ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଖାଦ୍ୟ ହଜମ କରିବା ପାଇଁ ଶରୀରରେ କିଛି ଏସିଡ୍ ନିର୍ଗତ ହୁଏ ଏବଂ ଯେତେବେଳେ ଏହି ଏସିଡ୍ ଅଧିକ ମାତ୍ରାରେ ମୁକ୍ତ ହୁଏ, ପେଟର ମାଂସପେଶୀରେ ସମସ୍ୟା ଦେଖାଦିଏ ଏବଂ ଏହା ଗ୍ୟାଷ୍ଟିକ ର ରୂପ ନିଏ।
କେଉଁ ରୋଗ ଗ୍ୟାଷ୍ଟିକ ଦ୍ୱାରା ହୋଇଥାଏ?
ଗ୍ୟାସର ସମସ୍ୟା କେବଳ ପେଟ ସହିତ ଜଡିତ ନୁହେଁ।ଗ୍ୟାସ ରୋଗ ଯୋଗୁଁ ପେପ୍ଟିକ୍ ଅଲସର୍, ଗାଲ୍ ବ୍ଲାଡର ପଥରି, ଖାଦ୍ୟ ନଳୀ ରେ କର୍କଟ, ଅଗ୍ନାଶୟ ରୋଗ, ଅନ୍ତନଳୀ ରୋଗ, ହୃଦୟ ରୋଗ ଇତ୍ୟାଦି ହୋଇପାରେ।
ଗ୍ୟାଷ୍ଟିକ ର ଘରୋଇ ଉପଚାର :
ଅଦାକୁ ଗୋଟିଏ ଚାମଚ ନିଅନ୍ତୁ, ତା’ପରେ ଏଥିରେ ଟିକେ କଳା ଲୁଣ ମିଶାଇ ଖାଆନ୍ତୁ, ଏହା ହଜମ ଶକ୍ତିରେ ଉନ୍ନତି ଆଣିଥାଏ ଏବଂ ଗ୍ୟାସର ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ଜୁଆଣି କୁ ଗୁଣ୍ଡ କରି ଉଷୁମ ପାଣିରେ ମିଶାଇ ପିଇଲେ
ଗ୍ୟାଷ୍ଟିକ ସମସ୍ୟା ଦୂର ହୁଏ।
ପ୍ରତିଦିନ ପାଟିରେ 2 – 3 ଛୋଟ ହରଡ଼ା ଖଣ୍ଡ କୁ ଚୋବାଇ ଖାଆନ୍ତୁ, ଏହା ଲାଭଦାୟକ ହେବ।
ପାଳଙ୍ଗ, ଅମୃତଭଣ୍ଡା, ଖାଇବା ଦ୍ୱାରା ଗ୍ୟାଷ୍ଟିକ ସମସ୍ୟା ଦୂର ହୁଏ।
କଳା ଲୁଣ ଏବଂ ହିଙ୍ଗୁ ସହିତ ମିଶ୍ରିତ ମୂଳା ରସ ପିଅନ୍ତୁ |
ଅଧିକରୁ ଅଧିକ ପାଣି ପିଅନ୍ତୁ, ଏହା ପେଟକୁ ସଫା କରିବ ଏବଂ ଗ୍ୟାସ ସୃଷ୍ଟି ହେବ ନାହିଁ।
ପିଆଜ ରସରେ କଳା ଲୁଣ ଏବଂ ହିଙ୍ଗୁ ମିଶାଇ ଖାଇଲେ ପେଟର ଗ୍ୟାସ୍ ଯନ୍ତ୍ରଣା ଦୂର ହୁଏ।
ଏକ ଚାମଚ ଭଜା ଜିରା, କଳା ଲୁଣ ଏବଂ ପୁଦିନା ପତ୍ର କୁ ଚଲା ରେ ମିଶାଇ ପିଇବା ଦ୍ଵାରା ଗ୍ୟାସ୍ ସମସ୍ୟା ହୁଏ ନାହିଁ।