ବ୍ରଣଠାରୁ ଆରମ୍ଭ କରି ମଧୁମେହ ପର୍ଯ୍ୟନ୍ତ, ଆମ୍ବ ଖାଇବାର କ୍ଷତିକାରକ ପ୍ରଭାବ ।

ଫଳର ରାଜା ଆମ୍ବ ସମସ୍ତଙ୍କର ପ୍ରିୟ ଫଳ ଅଟେ । ଯଦି ଗ୍ରୀଷ୍ମ ଋତୁ ବିଷୟରେ ଗୋଟିଏ ଭଲ କଥା ଅଛି, ତାହା ହେଉଛି ଆମ୍ବ । ଆମ୍ବ ପ୍ରେମୀମାନେ କେବଳ ଏହି କାରଣରୁ ଗ୍ରୀଷ୍ମକୁ ଅପେକ୍ଷା କରନ୍ତି । କିନ୍ତୁ ଏହା କେବଳ ଖାଇବା ସ୍ୱାଦିଷ୍ଟ ନୁହେଁ ବରଂ ଏହା ଗୁଣର ଭଣ୍ଡାର ଅଟେ । ଆମ୍ବ ମ୍ୟାଗ୍ନେସିୟମ୍, ପୋଟାସିୟମ୍, ପ୍ରୋଟିନ୍, ଭିଟାମିନ୍ ଏବଂ ଫୋଲେଟ୍ ଭଳି ଅନେକ ପୋଷକ ତତ୍ତ୍ୱରେ ଭରପୂର, ଯାହା ଅନେକ ଉପାୟରେ ସ୍ୱାସ୍ଥ୍ୟକୁ ଲାଭ ଦେଇଥାଏ । କିନ୍ତୁ ଲାଭ ସହିତ ଏହା ମଧ୍ୟ ଅନେଜ କ୍ଷତି କରିପାରେ ।

ଆମ୍ବ ଖାଇବାରେ 4 ଟି କ୍ଷତିକାରକ ପ୍ରଭାବ :

ବ୍ରଣ :

ଆମ୍ବ ଆମ ଶରୀରକୁ ଗରମ କରିଥାଏ, ସେଥିପାଇଁ ଏହାକୁ ଖାଇବା ପୂର୍ବରୁ ପାଣିରେ ବୁଡ଼ାଇ ରଖାଯାଏ । ଏହାକୁ ଅଧିକ ଖାଇବା ଦ୍ୱାରା ବ୍ରଣର ସମସ୍ୟା ମୁହଁରେ ଏବଂ ଶରୀରରେ ମଧ୍ୟ ଆରମ୍ଭ ହୁଏ । ଯଦି ଆପଣଙ୍କ ଚର୍ମରେ ବ୍ରଣର ସମସ୍ୟା ରହୁଛି, ତେବେ ଆପଣ ଆମ୍ବ ଖାଇବା ଉଚିତ୍ ନୁହେଁ କିମ୍ବା ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ୍ ।

ରକ୍ତରେ ଶର୍କରା ବୃଦ୍ଧି କରେ :

ଆମ୍ବ ର ମିଠା ଏବଂ ରସଯୁକ୍ତ ସ୍ୱାଦ ହେତୁ ଲୋକମାନେ ଏହାକୁ ଅଧିକ ଖାଆନ୍ତି । ଯଦି ଆପଣ ମଧୁମେହ ରୋଗୀ, ତେବେ ଏହାକୁ ଅଧିକ ଖାଇବା ଦ୍ୱାରା ଆପଣଙ୍କ ରକ୍ତରେ ଶର୍କରା ସ୍ତର ବଢ଼ିପାରେ ।

ଓଜନ ବୃଦ୍ଧି :

ଆମ୍ବରେ ପ୍ରାକୃତିକ ଚିନି ରହିଥାଏ, ଯାହା ଓଜନ ବଢାଇପାରେ । ଯଦି ଏହା ସୀମିତ ପରିମାଣରେ ଖିଆଯାଏ, ତେବେ ଏହା ଲାଭଦାୟକ ଅଟେ, କିନ୍ତୁ ଯଦି ଅଧିକ ଖିଆଯାଏ, ତେବେ ଓଜନ ବୃଦ୍ଧିରେ ସମସ୍ୟା ହୋଇପାରେ ।

ହଜମ ହେବାରେ ଅସୁବିଧା :

ସକାଳେ କିମ୍ବା ଦିନରେ ଆମ୍ବ ଖାଇବା ଲାଭଦାୟକ, କିନ୍ତୁ ସନ୍ଧ୍ୟା କିମ୍ବା ରାତିରେ ଏହାକୁ ଖାଇବା ଦ୍ୱାରା ହଜମ ହେବାରେ ଅସୁବିଧା, ପେଟରେ ଗ୍ୟାସ୍ ଭଳି ସମସ୍ୟା ଆରମ୍ଭ ହୋଇପାରେ ।

Leave a Reply

Your email address will not be published. Required fields are marked *