ବେଳେ ବେଳେ ଶିଶୁମାନଙ୍କଠାରେ ଶ୍ୟାସରୁଦ୍ଧ (choking) ସମସ୍ୟା ଦେଖାଯାଏ। ଏପରି ପରିସ୍ଥିତି ରେ ଏହାର ପ୍ରାଥମିକ ଚିକିତ୍ସା ଜାଣିଥିବା ନିହାତି ଜରୁରୀ। ଆସନ୍ତୁ ଜାଣିବା ପ୍ରାଥମିକ ଚିକିତ୍ସା ବିଷୟରେ ଜାଣିବା…

ସ୍ତନ୍ୟପାନ ସମୟରେ ଚୋକ୍ କରିବା ସାଧାରଣ ଅଟେ । କେତେକ ନବଜାତ ଶିଶୁର ଆଭ୍ୟନ୍ତରୀଣ ଗଢଣୀ ହେତୁ ମଧ୍ୟ ହୋଇପାରେ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ପିଲାଟି ବାରମ୍ବାର ଶ୍ୟାସଋଦ୍ଧ (Choking) ହୋଇଯାଉଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ।

ଶିଶୁକୁ ଶ୍ୟାସଋଦ୍ଧ (choking) ହୋଇଛି ବୋଲି କିପରି ଜାଣିବେ?

ଶିଶୁ ନର୍ଭସ ମନେହୁଏ ।
ଶ୍ୱାସ ନେବାରେ ଅସୁବିଧା ହେବା ।
ଶିଶୁ କଥା ହେବାକୁ ଅସମର୍ଥ କିମ୍ବା କାନ୍ଦିବା ଆରମ୍ଭ କରେ।
ଶିଶୁ ମୂର୍ଛିତ ହୋଇଯିବା ।
ଶିଶୁର ଦେହ ନୀଳ ରଙ୍ଗ ହୋଇଯିବା ।

ଶିଶୁମାନଙ୍କଠାରେ ଶ୍ୟାସଋଦ୍ଧ (choking) ସମସ୍ୟା ଦେଖାଦେଲେ କଣ କରିବେ ।

ଯଦି ଶିଶୁ ନିଜ ପାଟିରେ କିଛି ବସ୍ତୁ ପୁରେଇ ଦେଇଥାଏ ତେବେ ଜାଗ୍ରତ ସହ ବାହାର କରିନିଆନ୍ତୁ ।

ଶିଶୁର ମୁଣ୍ଡକୁ ସମର୍ଥନ କରି, ନିଜ ଜଙ୍ଘ ଉପରେ ଶୁଆଇ ଦିଅନ୍ତୁ । ଶିଶୁ ର ମୁଣ୍ଡକୁ ତଳ ଆଡ଼କୁ ଲୁହାଁଇ ରଖି ନିଜ ହାତର ପାପୁଲି ସାହାଯ୍ୟ ପିଠି ଉପରେ ଦୁଇ କାନ୍ଧ ମଝିରେ ରେ 5 ଥର ଚାପ ପକାଇ ଘସନ୍ତୁ ଓ ଥାପୁଡାନ୍ତୁ ।

ଯଦି ଏକା କାମ ନକରେ ତେବେ ଶିଶୁଟିକୁ ସିଧା କରି ଗୋଟିଏ ହାତରେ ଶିଶୁର ମୁଣ୍ଡକୁ ସମର୍ଥନ କରୁଥିବାବେଳେ ଅନ୍ୟ ହାତର 2-3 ଆଙ୍ଗୁଳି ରେ ଛାତି ଉପରେ ଚାପ ପ୍ରୟୋଗ କରି ଛାତିରୁ ଶିଶୁ ର ପାଟି ପର୍ଯ୍ୟନ୍ତ ନିଅନ୍ତୁ । ଫଳରେ ପାଟିରେ ଥିବା ଵସ୍ତୁ ଟି ବାହାର ଆଡକୁ ବାହାରି ଆସିବ। ଜାଗ୍ରତ ସହ ଵସ୍ତୁଟି କୁ ବାହାରକୁ ବାହାର କରିଦିଅନ୍ତୁ ।

ଏହା ଦ୍ଵାରା ଶ୍ୟାସଋଦ୍ଧ (choking) ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *