କଫି ବିଷୟରେ ଜାଣିବା କିଛି ସତ୍ୟତା …….

ଭାରତରେ ଅନେକ ଲୋକ ପ୍ରତିଦିନ 2 -3 ଗ୍ଲାସ୍ କଫି ପିଇବାର ଅଭ୍ୟାସ ରଖିଛନ୍ତି । ନିୟମିତ କଫି ପିଇବା ଆପଣଙ୍କ ଶରୀର ଉପରେ କିପରି ପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା ।

କଫିର ଉପକାରିତା :

ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଯେ କଫି ପିଉନଥିବା ବ୍ୟକ୍ତିଙ୍କ ତୁଳନାରେ କଫି ପିଉଥିବା ବ୍ୟକ୍ତିଙ୍କ ଜୀବନକାଳ ଅଧିକ ।

କଫି ସ୍ମୃତି ଏବଂ ଏକାଗ୍ରତାକୁ ଉନ୍ନତ କରିଥାଏ ।

ଶରୀରରେ ଦେଖାଯାଉଥିବା ଥକ୍କାପଣ ଏବଂ ଦୁର୍ବଳତା କୁ ହ୍ରାସ କରେ ।

କଫିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମସ୍ତିଷ୍କ କୋଷକୁ ସୁରକ୍ଷା ଦେଇଥାଏ ଏବଂ ରକ୍ତରେ ଶର୍କରା ବଜାୟ ରଖେ ।

କଫିର ଅସୁବିଧା :

ଅତ୍ୟାଧିକ କଫି ପିଉଥିବା ବ୍ୟକ୍ତିଙ୍କ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ ।

କଫିରେ ଥିବା କଫିନ୍ ରକ୍ତଚାପ ଏବଂ ହୃଦସ୍ପନ୍ଦନକୁ ବଢାଇ ଦେଇଥାଏ ।

ଅତ୍ୟଧିକ କଫିନ୍ ମଧ୍ୟ ହାଡର ଘନତା ହ୍ରାସ କରିପାରେ ।

ଅପରିଷ୍କୃତ କଫି ଶରୀରରେ ଖରାପ କୋଲେଷ୍ଟ୍ରଲ କୁ ବଢ଼ାଇ ଥାଏ ।

କଫି କିଛି ଔଷଧର ପ୍ରଭାବକୁ କ୍ଷତି ପହଞ୍ଚାଇପାରେ |

କେତେ ପରିମାଣ କଫି ପିଇବା ?

ଯଥାସମ୍ଭବ ଅଳ୍ପ ପରିମାଣରେ କଫି ପିଇବା ଭଲ।

ଗୋଟିଏ ଦିନରେ 4 କପରୁ ଅଧିକ କଫି ପିଇବାକୁ ଚେଷ୍ଟା କରନ୍ତୁ ନାହିଁ ।

କଫିର ନକାରାତ୍ମକ ପ୍ରଭାବ ଅଧିକ ହୁଏ ଯଦି ଆପଣ ପ୍ରତିଦିନ 5 କପରୁ ଅଧିକ ପିଅନ୍ତି ।

ଯଦି ଆପଣ କୋୖଣସି ପ୍ରକାର ଔଷଧ ଖାଉଛନ୍ତି, ତେବେ କଫି ଆପଣଙ୍କ ପାଇଁ ସୁରକ୍ଷିତ କି ନାହିଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ।

କଫି ପିଇବାର ଉପଯୁକ୍ତ ସମୟ କ’ଣ?

କଫି ଶରୀରରେ 6 ଘଣ୍ଟା ରହିଥାଏ ।

କେବଳ ସକାଳ କିମ୍ବା ଅପରାହ୍ନରେ କଫି ପିଅନ୍ତୁ ।

ସନ୍ଧ୍ୟା କିମ୍ବା ରାତିରେ କଫି ପିଇବା ଆପଣଙ୍କ ନିଦକୁ ବିଚଳିତ କରିଥାଏ ।

Leave a Reply

Your email address will not be published. Required fields are marked *