ଦୃଷ୍ଟିଶକ୍ତି ହ୍ରାସ ଯୋଗୁଁ ଚିନ୍ତିତ କି? ଏହି ଘରୋଇ ଉପାୟ ଦ୍ୱାରା ଆପଣଙ୍କ ଦୃଷ୍ଟିଶକ୍ତି ଦ୍ରୁତ ଗତିରେ ବୃଦ୍ଧିପାଇବ…….

ଆଜିକାଲି ର ଜୀବନଶୈଳୀ ମଧ୍ୟରେ କମ୍ପ୍ୟୁଟର (Computer), ଲାପଟପ (Laptop), ମୋବାଇଲ (Mobile) ପରି ଉପକରଣ ଗୁଡିକ ମନୁଷ୍ୟ ଶରୀରର ଅଙ୍ଗ ପାଲଟିଗଲାଣି। ଏହି ଉପକରଣ ଗୁଡିକ ଦ୍ବାରା ଯେତିକି ପରିମାଣରେ ଲାଭ ମିଳେ, ସେହି ପରିମାଣରେ ସମସ୍ତେ ଅସୁସ୍ଥ ହେବାରେ ଲାଗିଲେଣି। ଏଥିମଧ୍ୟରୁ ଚକ୍ଷୁ ବିମାରୀ ଏକ ମୁଖ୍ୟ ଉଦାହରଣ ଅଟେ। ବୟସ୍କ ମାନଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାମାନେ ସମସ୍ତେ ଦୃଷ୍ଟିଶକ୍ତି ହ୍ରାସର ଶିକାର ହେବାକୁ ଲାଗିଲେଣି । ତେଣୁ ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ କିଛି ଘରୋଇ ଉପଚାର ଓ ବ୍ୟାୟାମ ବିଷୟରେ ଜାଣିବା ଆବଶ୍ୟକ।

ଦୃଷ୍ଟିଶକ୍ତି ବୃଦ୍ଧି ର ଘରୋଇ ଉପଚାର :

ବାଦାମ(Almond), ପାନମହୁରୀ(Fennel), ମିଶ୍ରି (Mishri) :

ବାଦାମ 100gm, ପାନମହୁରୀ 100gm, ମିଶ୍ରି 50gm କୁ ଏକତ୍ର ଗ୍ରାଇଣ୍ଡିଂ କରି ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରତିଦନ ସକାଳେ ଓ ସନ୍ଧ୍ୟାରେ ଏକ ଚାମଚ ଲେଖାଏଁ ଖାଁନ୍ତୁ।

ଗୋଲମରିଚ(Blackpepper), ଘିଅ(Ghee), ମିଶ୍ରି (Mishri) :

5 ଟି ଗୋଲମରିଚ, ଅଧା ଚାମଚ ଘିଅ ଓ ଅଳ୍ପ ମିଶ୍ରି କୁ ମିଶାଇ ତାଙ୍କ କୁଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଏକ ଗ୍ଲାସ କ୍ଷୀର(milk) ରେ ମିଶାଇ ପିଅନ୍ତୁ। ଏହିପରି ପ୍ରତିଦିନ କରନ୍ତୁ।

ଦୃଷ୍ଟିଶକ୍ତି ପାଇଁ ଭିଟାମିନ A, E, C, Zinc ଇତ୍ୟାଦି ବହୁତ ଜରୁରୀ ହୋଇଥାଏ। ଏହି ଭିଟାମିନ ଥିବା ଖାଦ୍ୟ ଗୁଡିକ ହେଲା :
ଗାଜର, ଅଣ୍ଡା, କଖାରୁ, କନ୍ଦମୂଳ,ଲାଲ ସୀମଲାମରିଚ, ବ୍ରକଲି, କ୍ଷୀର, ସବୁଜ ପନିପରିବା ଇତ୍ୟାଦି ।

ପାଚିଲା ଅମୃତଭଣ୍ଡା, କଦଳୀ, ଲିଚି, ବେରୀ, ଅଙ୍ଗୁର, କମଳା ଇତ୍ୟାଦି ଫଳ ରେ ପ୍ରଚୁର ପରିମାଣରେ ଭିଟାମିନ A, E, C, ଥାଏ।

ରାତିରେ ଶୋଇବା ସମୟରେ ସୋରିଷ ତେଲ କୁ ତଳିପାଦ ରେ 5 ମିନିଟ ମସାଜ କରନ୍ତୁ। ଏହା ଦ୍ଵାରା ଦୃଷ୍ଟିଶକ୍ତି ବଢ଼ିଥାଏ।

ଦେଶୀ ଘିଅକୁ ଆଖି ଚାରିପାଖେ ମାଲିସ କରନ୍ତୁ।

ଅନୁଲୋମ ବିଲୋମ ଯୋଗ କରନ୍ତୁ। ଏହି ଯୋଗ ଦ୍ଵାରା ଦୃଷ୍ଟିଶକ୍ତି ବଢ଼ିଥାଏ।

ପ୍ରତିଦିନ ୮-୧୦ ଗ୍ଲାସ ପାଣି ପିଅନ୍ତୁ । ଯଥେଷ୍ଟ ପାଣି ପିଇଲେ ମଧ୍ୟ ଦୃଷ୍ଟିଶକ୍ତି ବଢ଼ିଥାଏ।

୮-୧୦ ଘଣ୍ଟା ଦିନରେ ଭଲ ଭାବେ ନିଦ୍ରା ନିଅନ୍ତୁ ।

ଚକ୍ଷୁ ର ବ୍ୟାୟାମ ପ୍ରତିଦିନ କରନ୍ତୁ।

ନିଶାଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ପ୍ରତି ୬ ମାସରେ ଥରେ ଚକ୍ଷୁ ର ପରୀକ୍ଷା କରନ୍ତୁ।

ଏହିସବୁ ଉପାୟ ନିଜ ଦୈନଦିନ ଜୀବନରେ ଅନୁସରଣ କଲେ ଦୃଷ୍ଟିଶକ୍ତି ବଢିଥାଏ।

Leave a Reply

Your email address will not be published. Required fields are marked *