ଜଳ ହିଁ ଜୀବନ। ମଣିଷର ଅସ୍ତିତ୍ୱ ବଞ୍ଚାଇ ରଖିବା ପାଇଁ ଜଳର ଆବଶ୍ୟକତା ରହିଛି। ଏବେ, ଗ୍ରୀଷ୍ମ ଋତୁ ଯୋଗୁ ଲୋକେ ଅଧିକ ରୁ ଅଧିକ ପାଣି ପିଉଥିବା ଦେଖିବାକୁ ମିଳୁଛି। ତେବେ, ଘରଠାରୁ ବାହାରେ ରହୁଥିଲେ ଆମ୍ଭେ ସାଧରଣତଃ ଦୋକାନରେ ମିଳୁଥିବା ୱାଟର୍ ବୋତଲ ହିଁ ପିଇବାକୁ ପସନ୍ଦ କରିଥାଉ।
ପାଣି ବୋତଲ କିଣିବା ସମୟରେ ଏଥିରେ ମଧ୍ୟ ଏକ୍ସପାଏରି ଡେଟ୍ ଲେଖା ହୋଇଥିବା ଦେଖିବାକୁ ମିଳେ। ତେବେ, ପାଣି ତ କେବେ ଖରାପ ହୁଏ ନାହିଁ। ତାହାଲେ ପାଣି ବୋତଲ ଉପରେ ଏକ୍ସପାଏରି ଡେଟ୍ କଣ ପାଇଁ ଲେଖା ହୋଇ ରହିଥାଏ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଭବାରେ ଉଙ୍କି ଉଠୁଥିବ।
ପ୍ରକୃତରେ ପାଣି କଦାପି ଖରାପ ହୁଏନାହିଁ। କିନ୍ତୁ, ପାଣିକୁ ସଂରକ୍ଷଣ କରିବାକୁ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ବୋତଲର ଏକ୍ସପାଏରି ଡେଟ୍ ରହିଛି। ଏପରିକି ଦୀର୍ଘଦିନ ଧରି ଏହି ବୋତଲରେ ପାଣି ରଖାଗଲେ କିଛି ମଇକ୍ରୋ ପ୍ଲାଷ୍ଟିକ କଣିକା ଗୁଡିକ ପାଣିରେ ମିଶିବାକୁ ଲାଗିଥାଏ। ଯାହାକି ମଣିଷ ଶରୀରକୁ ବେସ୍ କ୍ଷତି ପହଞ୍ଚାଇ ଥାଏ। ଏହି କାରଣରୁ ଏକ୍ସପାଏରି ହୋଇଯାଇଥିବା ପ୍ଲାଷ୍ଟିକ ବୋତଲରୁ ପାଣି ପିଇବା ପାଇଁ ବିଶେଷଜ୍ଞମାନେ ମନା କରିଥାନ୍ତି।