ବାର୍ଦ୍ଧକ୍ୟ ବିରୋଧୀ ଘରୋଇ ଉପଚାର (Anti-aging home remedies)
ସାଧାରଣତଃ ଚର୍ମ ଉପରେ ବାର୍ଦ୍ଧକ୍ୟର ପ୍ରଭାବ ସମସ୍ତଙ୍କ ପାଇଁ ଭିନ୍ନ ଦେଖାଯାଏ। ଆଜି ଏହି ପ୍ରବନ୍ଧରେ ଆମେ ବାର୍ଦ୍ଧକ୍ୟ ଜନିତ ଘରୋଇ ଉପଚାର ବିଷୟରେ ଜାଣିବା।
କଦଳୀ ମାସ୍କ :
କଦଳୀରେ ପ୍ରାକୃତିକ ତେଲ ଏବଂ ଭିଟାମିନ୍ ଥାଏ ଯାହା ଚର୍ମର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିପାରିବ। ତ୍ୱଚାରେ କଦଳୀ ପେଷ୍ଟର ଏକ ପତଳା ସ୍ତର ଲଗାନ୍ତୁ ଏବଂ ଏହାକୁ 15 ରୁ 20 ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ପରେ ଉଷୁମ ପାଣିରେ ଧୁଅନ୍ତୁ।
ନଡିଆ ତେଲ :
ଚର୍ମ ରେ ନଡିଆ ତେଲ ଓ ସୋରିଷ ତେଲକୁ ମିଶାଇ ପ୍ରୟୋଗ କରିବା ଦ୍ୱାରା ବାର୍ଦ୍ଧକ୍ୟ ପ୍ରଭାବ କମିଯାଏ।ଏହି ପରି ଅନେକ ତେଲ ଯେପରି ଜୋଜୋବା ତେଲ, ଲାଭେଣ୍ଡର ତେଲ, ନେରୋଲି ତେଲ, ରୋଜମିରି ତେଲ ଅନ୍ତର୍ଭୁକ୍ତ।
ଚର୍ମର ମାଲିସ୍
ବାର୍ଦ୍ଧକ୍ୟ କାରଣରୁ ସୃଷ୍ଟି ହୋଇଥିବା କୁଞ୍ଚିକୁ ରୋକିବା ଏବଂ ହ୍ରାସ କରିବା ପାଇଁ ଆପଣ ମସାଜକୁ କରିବା ଉଚିତ। ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରତିଦିନ ତିନି ରୁ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଆଙ୍ଗୁଠିରେ ମୁହଁକୁ ମାଲିସ୍ କରିବା ଦ୍ବାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ।
ଚର୍ମରେ ଆର୍ଦ୍ରତା ବଜାୟ ରଖିବା ପାଇଁ ମଶ୍ଚରାଇଜର ବ୍ୟବହାର କରନ୍ତୁ।
ଶୋଇବା ପୂର୍ବରୁ ଆପଣ ଆପଣଙ୍କର ମେକଅପ୍ ବାହାର କରନ୍ତୁ।
ଦିନକୁ ଦୁଇଥର ଉଷୁମ ପାଣି ଏବଂ ମୃଦୁ କ୍ଲିଜର୍ ସହିତ ମୁହଁ ଧୋଇ ଦିଅନ୍ତୁ।
ଏକ ସନ୍ତୁଳିତ ଖାଦ୍ୟ ନିଶ୍ଚିତ କରନ୍ତୁ।
ଡିହାଇଡ୍ରେସନ୍ ଦ୍ବାରା ବାର୍ଦ୍ଧକ୍ୟ ଶୀଘ୍ର ଦେଖାଯାଏ। ଆପଣଙ୍କ ଶରୀରକୁ ହାଇଡ୍ରେଟ୍ କରିବା ପାଇଁ ପ୍ରତିଦିନ 8 କପ୍ ପାଣି ପିଅନ୍ତୁ।
ଦୈନିକ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ରକ୍ତ ସଞ୍ଚାଳନ ବଢ଼ିଥାଏ, ଯାହା ଚର୍ମକୁ ସୁସ୍ଥ ରଖେ।