ଆଜିକାଲି ଯୁବପିଢ଼ିମାନେ ଖୁବ କମ ବୟସରୁ ଧୂମ୍ରପାନ କରିବା ଆରମ୍ଭ କରୁଛନ୍ତି। ଏହାର ଅଭ୍ୟାସ କରିବା ଦ୍ୱାରା ସେମାନେ କାର୍ଡିଓଭାସ୍କୁଲର ଡିଜିଜର ଶିକାର ହେଉଛନ୍ତି। ଦିନକୁ ୧୦ ରୁ ଅଧିକ ସିଗାରେଟ ପିଉଥିବା ଯୁବକ ମାନଙ୍କ ଠାରେ ହୃଦରୋଗ ହେବାର ୫୦% ସମ୍ଭାବନା ରହିଥାଏ।
ଆଜିର ଯୁବପିଢ଼ି ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅପେକ୍ଷା ଜଙ୍କ ଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି। ତେଲ ମସଲା ଯୁକ୍ତ ଏହି ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ଦେହରେ କ୍ୟାଲୋରୀର ମାତ୍ରା ବଢ଼ି ଯାଇଥାଏ, ଯାହାର ସିଧା ପ୍ରଭାବ ହାର୍ଟ ଉପରେ ପଡିଥାଏ।
ଆଜିର ବ୍ୟସ୍ତ ବହୁଳ ଜୀବନଶୈଳୀ ମଧ୍ୟରେ ଲୋକେ ନିଜ ଖାଇବା ପିଇବାର ଧ୍ୟାନ ଦେଉନାହାନ୍ତି। ଲଗାତାର ଅଧିକ ସମୟ କାମ କରିବା ଓ ଜଙ୍କ ଫୁଡ ଖାଇବାର ସିଧା ପ୍ରଭାବ ରକ୍ତବାହୀ ଉପରେ ପଡିଥାଏ, ଯାହାଦ୍ୱାରା ହାର୍ଟର ସମସ୍ୟା ଉପୁଜିଥାଏ।
ଯୁବପିଢ଼ି ଏବଂ ଅଭିନେତା ମାନେ ଘଣ୍ଟା ଘଣ୍ଟା ଧରି ଜିମ୍ ରେ ବ୍ୟାୟାମ କରୁଛନ୍ତି। ଏଥିସହିତ ଭଲ ଶରୀର ଗଠନ ପାଇଁ ଷ୍ଟେରୋଇଡ଼ ନେବାକୁ ମଧ୍ୟ ପଛାଉ ନାହାଁନ୍ତି। ଏହାର ପାର୍ଶ୍ଵପ୍ରତିକ୍ରିୟା ହେତୁ ହାର୍ଟ ଆଟାକ୍ ର ସମସ୍ୟା ଉପୁଜିଥାଏ।