ଆପଣ ନିଶ୍ଚିତ ଭାବରେ କଳା ଏବଂ ସବୁଜ ଅଙ୍ଗୁର ଖାଇଥିବେ। ଏହି ଦୁଇଟି ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ଏବଂ ସ୍ୱାଦ ପାଇଁ ମଧ୍ୟ ଭଲ। କିନ୍ତୁ ଏହି ଦୁଇଟି ଅଙ୍ଗୁର ମଧ୍ୟରୁ କେଉଁଟି ଅଧିକ ଲାଭଦାୟକ, ଆସନ୍ତୁ ଜାଣିବା।
କଳା ଅଙ୍ଗୁର ଖାଇବାରେ ଲାଭ :
- କଳା ଅଙ୍ଗୁର ଆଖି ପାଇଁ ବହୁତ ଲାଭଦାୟକ। ଏହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ।
- କଳା ଅଙ୍ଗୁରରେ ପୋଟାସିୟମ ଥାଏ, ତେଣୁ ଏହା ହୃଦୟ ପାଇଁ ମଧ୍ୟ ଲାଭଦାୟକ।
- ମଧୁମେହ ରୋଗୀଙ୍କ ପାଇଁ କଳା ଅଙ୍ଗୁର ମଧ୍ୟ ଉପକାରୀ।
- କଳା ଅଙ୍ଗୁର ଖାଇବା ଦ୍ୱାରା ଶରୀରରେ ଗଚ୍ଛିତ ଅତିରିକ୍ତ ଚର୍ବି ସହଜରେ burn ହୋଇଥାଏ।
- କଳା ଅଙ୍ଗୁର କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆହୁରି ମଧ୍ୟ, ମଲ ମୂତ୍ର ମାର୍ଗକୁ ସଫା କରିଥାଏ।
- କଳା ଅଙ୍ଗୁରରେ ଭିଟାମିନ୍ ଇ ମିଳିଥାଏ, ଯାହା କେଶ ଏବଂ ଚର୍ମ ପାଇଁ ଉପକାରୀ। ଏହା skin ରେ glow ଆଣିବାରେ ମଧ୍ୟ ସାହାଯ୍ୟ କରେ।
ସବୁଜ ଅଙ୍ଗୁରର ଉପକାର :
- ସବୁଜ ଅଙ୍ଗୁର ପୋଷକ ତତ୍ତ୍ୱରେ ଭରପୂର ଅଟେ। ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।
- ସବୁଜ ଅଙ୍ଗୁରରେ ଫାଇଟୋକେମିକାଲ୍ ଥାଏ। ଏହାର ବ୍ୟବହାର ମସ୍ତିଷ୍କ ଉପରେ ବୟସର ପ୍ରଭାବକୁ ହ୍ରାସ କରିଥାଏ।
- ସବୁଜ ଅଙ୍ଗୁର ଫାଇବରରେ ଭରପୂର ଅଟେ। ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
- ସବୁଜ ଅଙ୍ଗୁର ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ।
ପ୍ରଶ୍ନ ଉଠେ, ସବୁଜ ଏବଂ କଳା ଅଙ୍ଗୁର ମଧ୍ୟରୁ କେଉଁଟି ଭଲ ଏବଂ ଲାଭଦାୟକ? ତେବେ ଆସନ୍ତୁ ଆପଣଙ୍କୁ କହିବା ଯେ ଉଭୟ ପ୍ରକାରର ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ସେଥିପାଇଁ ତୁମେ ଉଭୟ ଅଙ୍ଗୁର ଖାଇବା ଉଚିତ୍, ଯାହା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ।