ଭାରତକୁ ମଧୁମେହର ରାଜଧାନୀ କୁହାଯାଏ, ପ୍ରତ୍ୟେକ ଘରେ ଜଣେ ମଧୁମେହ ରୋଗୀଙ୍କୁ ପାଇବେ। ଯଦି ଆପଣଙ୍କ ପରିବାରରେ ମଧୁମେହ ରୋଗୀ ଅଛନ୍ତି, ତେବେ ଆପଣଙ୍କ ଘରେ ଆମ୍ବ ନାମରେ ଆତଙ୍କିତ ହେବା ଆବଶ୍ୟକ, କାରଣ ଆମେ ଶୁଣିଛୁ ଯେ ଆମ୍ବ ଖାଇବା ଦ୍ୱାରା ଚିନି ସ୍ତର ବଢ଼ିଯାଏ, ଆମ୍ବ ମଧୁମେହ ରୋଗୀଙ୍କ ପାଇଁ ବିଷ ଅଟେ। କିନ୍ତୁ ଆମ୍ବ ସେତେବେଳେ ମଧୁମେହ ରୋଗୀଙ୍କ ପାଇଁ ବିଷ ହୋଇଥାଏ, ଯେତେବେଳେ ଏହାକୁ ଅତିରିକ୍ତ ଖିଆଯାଏ। ଲିମିଟ ରେ ଏହାକୁ ଖାଇବା ଦ୍ଵାରା ମଧୁମେହ ରୋଗୀର କିଛି ଅସୁବିଧା ହୋଇ ନଥାଏ।
ମଧୁମେହ ରୋଗୀମାନେ ଗୋଟିଏ ଦିନରେ ଏତିକି ପରିମାଣର ଆମ୍ବ ଖାଇପାରିବେ।
ଆମ୍ବରେ ନିସନ୍ଦେହରେ ପ୍ରାକୃତିକ ଚିନି ରହିଥାଏ ଏବଂ ଏହି ପ୍ରାକୃତିକ ଚିନି ଅନ୍ୟ ଫଳ ଅପେକ୍ଷା ଅଧିକ। ପ୍ରାୟ 150 ଗ୍ରାମ ଆମ୍ବରେ, 25 ଗ୍ରାମ ପର୍ଯ୍ୟନ୍ତ ପ୍ରାକୃତିକ ଚିନି … ତେବେ କଣ ଏହା ମଧୁମେହ ରୋଗୀଙ୍କ ଚିନି ସ୍ତରକୁ ବୃଦ୍ଧି କରିବ କି? କୋଉଣସି ଅନୁସନ୍ଧାନ ନାହିଁ, କୌଣସି ପ୍ରମାଣ ନାହିଁ, କିନ୍ତୁ କୁହାଯାଏ ଯେ ମଧୁମେହ ରୋଗୀମାନେ ଆମ୍ବ ଖାଇ ପାରିବେ ନାହିଁ। 150 ଗ୍ରାମ ପାଚିଲା ଆମ୍ବ ଦିନର 70% ଭିଟାମିନ୍ ସି ଯୋଗାଇଥାଏ ଏବଂ ଅନୁସନ୍ଧାନରୁ ଜଣାପଡିଛି ଯେ ଭିଟାମିନ୍ ସି ଏବଂ କିରାଟିନଏଡ୍ (ଯାହା ପାଚିଲା ଆମ୍ବରେ ଭରପୂର) ମଧୁମେହ ହେବାର ସମ୍ଭାବନାକୁ ହ୍ରାସ କରିଥାଏ। ଏହାର ଅର୍ଥ ହେଉଛି, ଆପଣ ପ୍ରତିଦିନ ଚିନ୍ତା ନକରି 150 ଗ୍ରାମ ପାଚିଲା ଆମ୍ବ ଖାଇପାରିବେ।
ଯଦି ଆପଣ ଆମ୍ବ ଖାଇବାକୁ ଚାହୁଁଛନ୍ତି, ତେବେ ଏହି କେତୋଟି ଜିନିଷକୁ ଧ୍ୟାନରେ ରଖନ୍ତୁ।
- ଆମ୍ବ କିଣିବାବେଳେ ଶୁଙ୍ଘି କରି ଯାଞ୍ଚ କରନ୍ତୁ ନାହିଁ, ଏଥିରେ ରାସାୟନିକ ପଦାର୍ଥ ଥାଇପାରେ।
- ଆମ୍ବ ଖାଇବା ପୂର୍ବରୁ ଏହାକୁ 20 ମିନିଟ୍ ପାଣିରେ ରଖନ୍ତୁ, ଏହା ଅମ୍ଳତା ସୃଷ୍ଟି କରିବ ନାହିଁ ଏବଂ ରାସାୟନିକ ପଦାର୍ଥ ଆମ୍ବରେ ଲାଗିଥିଲେ ବାହାରକୁ ବାହାରି ଆସିବ।
- ପାଚିଲା ଆମ୍ବର ଚୋପାକୁ ଚୋବାନ୍ତୁ ନାହିଁ ନଚେତ୍ ଏହା ପେଟରେ ଯନ୍ତ୍ରଣା ଦେଇପାରେ।
- ଆମ୍ବ ଖାଇବା ପରେ ଅଧା କପ୍ କଞ୍ଚା କିମ୍ବା ଫୁଟା କ୍ଷୀର ପିଅନ୍ତୁ, ଏହା ଶୀଘ୍ର ହଜମ ହେବ ଏବଂ ଶରୀରକୁ ଗରମ କରିବ ନାହିଁ।
- ମଧୁମେହ ରୋଗୀମାନେ ଆମ୍ବ ରସ ବା ଜୁସ ପିଇବା ଉଚିତ୍ ନୁହେଁ, ଏଥିରେ ଚିନି ମିଶା ଯାଇଥାଏ।
- ମଧୁମେହ ରୋଗୀଙ୍କୁ ଗୋଟିଏ ଦିନରେ ଯେତିକି ପରିମାଣର ଆମ୍ବ ଖାଇବାକୁ କୁହାଯାଇଛି ସେତିକି ଖାଇବା ଉଚିତ, ଏହାଠାରୁ ଅଧିକ ଆମ୍ବ ଖାଇବା ଦ୍ୱାରା ଆପଣଙ୍କ କ୍ଷତି ହୋଇପାରେ।
- ଯଦି ମଧୁମେହ ରୋଗୀମାନେ ଆମ୍ବ ଖାଇବା ପରେ ଭଜା ଭୁଇଁଚନା କିମ୍ବା ଭଜା ଚଣା ଖାଆନ୍ତି, ତେବେ ଭୁଇଁଚଣା ଏବଂ ଚଣା ର ପ୍ରୋଟିନ୍ ଚିନି ସ୍ପାଇକ୍ ହ୍ରାସ କରିବାରେ ସାହାଯ୍ୟ କରିବ।