ଯେତେବେଳେ ଆପଣ ଭିଟାମିନ୍ ଇ କ୍ୟାପସୁଲ୍ କୁ ଅତ୍ୟଧିକ ବ୍ୟବହାର କରନ୍ତି ସେତେବେଳେ କ’ଣ ହୁଏ ଆସନ୍ତୁ ଜାଣିବା।

ଭିଟାମିନ୍ ଇ ରେ ଆଲଫା-ଟୋକୋଫେରୋଲ ଥାଏ। ଏହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ, ଯାହା ଚର୍ମକୁ ଧୂଳି, ମଇଳା, ପ୍ରଦୂଷଣର ପ୍ରଭାବରୁ ରକ୍ଷା କରିଥାଏ। ଆଣ୍ଟିଅକ୍ସିଡାଣ୍ଟ ହୋଇଥିବା ଯୋଗୁ, ଏହା ରୀଙ୍କଲକୁ ହ୍ରାସ କରିଥାଏ ଏବଂ ଚେହେରାରେ ଚମକ ଆଣିଥାଏ। ସେଥିପାଇଁ ଅଧିକାଂଶ ସୌନ୍ଦର୍ଯ୍ୟ ବିଶେଷଜ୍ଞମାନେ ସେମାନଙ୍କ ବିୟୁଟି ରିଜିମ ରେ ଭିଟାମିନ୍ ଇ କ୍ୟାପସୁଲ୍ ଅନ୍ତର୍ଭୂକ୍ତ କରିବାକୁ ପରାମର୍ଶ ଦିଅନ୍ତି।

ଭିଟାମିନ ଇ କ୍ୟାପସୁଲରେ କ’ଣ ଥାଏ?

ଭିଟାମିନ୍ ଇ ତେଲ କୁ ହିଁ ଭିଟାମିନ୍ ଇ କ୍ୟାପସୁଲରେ ପରିଣତ କରାଯାଏ। ତା’ପରେ ଏହି କ୍ୟାପସୁଲ ଭାଙ୍ଗି ଏହାର ତରଳ କୁ କୌଣସି ଫେସ୍ କ୍ରିମ୍ ସହିତ ମିଶ୍ରିତ କରାଯାଇ ମୁହଁରେ ଲଗାଯାଏ।

ଏହାକୁ ଏକ ମୌଖିକ ବା ଇଞ୍ଜେକ୍ସନ୍ ଭାବରେ ମଧ୍ୟ ନିଆଯାଏ। ଭିଟାମିନ୍ ଇ ଯେକୋଉଣସି ରୂପରେ ନିଆଯାଏ, ଏହା ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ। କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ମଧ୍ୟ କିଛି ଚର୍ମ ସମସ୍ୟା ସୃଷ୍ଟି କରିଥାଏ।

ଭିଟାମିନ୍ ଇ କ୍ୟାପସୁଲର ଅତ୍ୟଧିକ ବ୍ୟବହାରରେ କଣ ହୋଇଥାଏ।

ଆପଣଙ୍କୁ ଆଲର୍ଜି ହୋଇପାରେ।

ଭିଟାମିନ୍ ଇ କ୍ୟାପସୁଲ୍ କେତେକ ମହିଳାଙ୍କ ସ୍କିନକୁ ସୁଟ କରେ ନାହିଁ। ଏହି କ୍ୟାପସୁଲ ଲଗାଇବା ପରେ ସେମାନଙ୍କ ମୁହଁରେ ଦାନା ଦାନା ହୋଇଯାଏ। କୁଣ୍ଡେଇ ହେବା ଆରମ୍ଭ ହୁଏ ଏବଂ ଲାଲ ରଙ୍ଗର ଦାଗ ଦେଖାଯାଏ। ଏଗୁଡ଼ିକ ହେଉଛି ଆଲର୍ଜିର ଲକ୍ଷଣ।

ଏପରି ସମସ୍ୟା ହେଲେ ତୁରନ୍ତ କ୍ୟାପସୁଲର ପ୍ରୟୋଗ ବନ୍ଦ କରାଯିବା ଉଚିତ୍। ଧ୍ୟାନ ଦିଅନ୍ତୁ ଯେ ଯେଉଁମାନେ ଏହି କ୍ୟାପସୁଲ୍ ସୁଟ କରେ, ଏହାକୁ ସେମାନଙ୍କର ନିୟମିତ କ୍ରିମ୍ ସହିତ ମିଶ୍ରଣ କରି ଏହାକୁ 2-3 ଦିନ ପାଇଁ ଲଗାତାର ପ୍ରୟୋଗ କରନ୍ତୁ, କେବଳ ସେତେବେଳେ ଏହା ଭଲ ଫଳାଫଳ ଦେଇଥାଏ। ଏହାକୁ ଲଗାଇବା ପରେ ମସାଜ କରିବାକୁ ଭୁଲନ୍ତୁ ନାହିଁ।

ପିମ୍ପଲ୍ ର ସମସ୍ୟା ହୋଇପାରେ।

ଭିଟାମିନ୍ ଇ କ୍ୟାପସୁଲରେ ଥିବା ତେଲ ମଧ୍ୟ ବିପରୀତ ଉପାୟରେ କାମ କରିପାରେ। ଯେଉଁ ଝିଅ ବା ମହିଳାଙ୍କ ସ୍କିନ ତେଲିଆ, ସେମାନେ ଭିଟାମିନ୍ ଇ କ୍ୟାପସୁଲ ବ୍ୟବହାରରୁ ଦୂରେଇ ରୁହନ୍ତୁ। ତେଲିଆ ଚର୍ମର ତେଲ ଗ୍ରନ୍ଥିଗୁଡିକ ସକ୍ରିୟ। ଭିଟାମିନ୍ ଇ ରେ ଥିବା ତେଲ ସ୍କିନରେ ଥିବା ତେଲର ପରିମାଣକୁ ବଢ଼ାଇଥାଏ। ଏହି କାରଣରୁ ଚର୍ମର ଛିଦ୍ର ବନ୍ଦ ହୋଇଯାଏ ଏବଂ ପିମ୍ପଲ୍ ମୁହଁରେ ଦେଖାଯାଏ।

ସ୍କିନବ୍ରେକଆଉଟ ହୋଇପାରେ।

ଭିଟାମିନ୍ ଇ ତେଲ ଆକାରରେ ଚର୍ମର ଛିଦ୍ର ଭିତରକୁ ଯାଏ। ଏହି କାରଣରୁ, ତେଲିଆ କିମ୍ବା ବ୍ରଣ ପ୍ରବଣ ସ୍କିନ ରେ ବ୍ରେକଆଉଟ୍ ସମସ୍ୟା ଦେଖାଯାଏ। ଯଦି ତୁମର ସ୍କିନ ବ୍ରଣରେ ଆକ୍ରାନ୍ତ, ତେବେ ଏପରି ଏକ ପ୍ରଡ଼କ୍ଟ ବ୍ୟବହାର କର ଯେଉଁଥିରେ ଭିଟାମିନ୍ ଇ ସହ ଭିଟାମିନ୍ ସି ମିଶ୍ରିତ ଥିବ।

ରକ୍ତ ପ୍ଲାଟଲେଟ୍ ସଂଖ୍ୟା ହ୍ରାସ ହୋଇପାରେ।

ଅନୁସନ୍ଧାନରୁ ଜଣାପଡିଛି ଯେ ଭିଟାମିନ୍ ଇ କ୍ୟାପସୁଲ୍ ଗ୍ରହଣ କରିବା ଦ୍ୱାରା ରକ୍ତରେ ପ୍ଲାଲେଟ୍ କାଉଣ୍ଟ କମିଯାଏ। ଏହା ରକ୍ତକୁ ପତଳା କରିପାରେ। ତେଣୁ ଡାକ୍ତରଙ୍କ ପରାମର୍ଶ ନକରି ଏହାକୁ ମୌଖିକ ଗ୍ରହଣ କରନ୍ତୁ ନାହିଁ।

Leave a Comment