କୋଷ୍ଠବଧ୍ୟତା ର କାରଣ ଓ ଉପଚାର :

ଆଜିକାଲି ର ବ୍ୟସ୍ତତା ବହୁଳ ଜୀବନ ରେ କୋଷ୍ଠକାଠିନ୍ୟର ସମସ୍ୟା ସମସ୍ତଙ୍କ ଚିନ୍ତା ର ବିଷୟ ହୋଇଛି।ସେଥିରୁ ମୁକ୍ତି ପାଇବା ପାଈଁ କିଛି ଘରୋଇ ଉପଚାର ଆସନ୍ତୁ ଜାଣିବା।

କୋଷ୍ଠକାଠିନ୍ୟର ସାଧାରଣ କାରଣ :

ଖାଦ୍ୟରେ ଫାଇବରର ଅଭାବ | ଶାରୀରିକ ନିଷ୍କ୍ରିୟତା, ଠିକ ସମୟରେ ଭୋଜନ ନ କରିବା, ଆବଶ୍ୟକ ସମୟରେ ବାଥରୁମ ବ୍ୟବହାର ନକରିବା | ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ନାହିଁ | କଲୋରେକ୍ଟାଲ୍ ସମସ୍ୟା ଇତ୍ୟାଦି କୋଷ୍ଠକାଠିନ୍ୟର ମୁଖ୍ୟ କାରଣ ଅଟେ।

ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର ଉପଚାର :

1- ଏକ ଲିଟର ପାଣି ରେ ଗୋଟିଏ ଲେମ୍ବୁ ଓ ଅଳ୍ପ ଲୁଣକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।ଏହି ମିଶ୍ରଣକୁ ସକାଳୁ ଖାଲି ପେଟରେ ଧୀରେ ଧୀରେ ସବୁ ପିଅନ୍ତୁ।

2- ଖାଦ୍ୟ କୁ ଖାଇବା ସମୟରେ ଭଲଭାବରେ ଚୋବେଇ ଖାନ୍ତୁ, ଖାଇବା ପରେ ଏକ ଚାମଚ ପାନମହୁରୀ ନିଶ୍ଚୟ ଖାନ୍ତୁ।

3-ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ହିଁ ପାଣି ପିଅନ୍ତୁ। ଦିନରେ ଆଠ ଗ୍ଲାସ ପାଣି ନିୟମିତ ପିଅନ୍ତୁ

4- ଗୋଟିଏ ପାଚିଲା କଦଳୀ କୁ ମଝିରୁ କାଟି ସେଥିରେ ଏକ ଚାମଚ ମହୁ ମିଶାନ୍ତୁ ସେହି କଦଳୀ କୁ ଖାନ୍ତୁ।

5- ପ୍ରତିଦିନ ଫାଇବର ଥିବା ଖାଦ୍ୟ, ସବୁଜ ପନିପରିବା,ଫଳ ଖାନ୍ତୁ ଏହାସଙ୍ଗେ ପ୍ରତିଦିନ ବ୍ୟାୟାମ ଓ ଯୋଗ ମଧ୍ୟ କରନ୍ତୁ। ଏହିପରି ପ୍ରତିଦିନ କରିଲେ 15 ଦିନ ମଧ୍ୟରେ ହିଁ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇପାରିବେ।

Leave a Reply

Your email address will not be published. Required fields are marked *