ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଖରାଦିନେ ତ ଏହି ସମସ୍ୟା ଆହୁରି ବଢିଯାଇଥାଏ । ତେବେ ଏହା ଯେତିକି ସାଧାରଣ ମନେ ହୁଏ ବାସ୍ତବରେ ସେତିକି ସାଧାରଣ ନୁହେଁ । ମୁଣ୍ଡବିନ୍ଧା ଆମର ଦୈନନ୍ଦିନ କାମରେ ବି ବାଧା ଉତ୍ପନ୍ନ କରିଥାଏ ।
ଡାକ୍ତରମାନେ ଏହି ମୁଣ୍ଡବିନ୍ଧାର ବିଭାଗୀକରଣ ମଧ୍ୟ କରିଛନ୍ତି । ଇଣ୍ଟରନେସନାଲ୍ କ୍ଲାସିଫିକେସନ ଅଫ୍ ହେଡାକ ଡିସଅର୍ଡର ଅନୁଯାୟୀ ୧୫୦ରୁ ବି ଅଧିକ ପ୍ରକାରର ମୁଣ୍ଡବିନ୍ଧା ରହିଛି । ଯେଉଁଥିରେ ମାଇଗ୍ରେନ୍, ସାଇନସ୍, କ୍ଲଷ୍ଟର, ଟେନସନ୍ ଇତ୍ୟାଦି ପ୍ରମୁଖ କାରଣ ହୋଇଥାଏ ।
ମେଡିକାଲ୍ ନ୍ୟୁଜ୍ ଟୁଡେ ଅନୁଯାୟୀ ଯଦି ଆପଣ ନିଜ ଡାଏଟ୍ ରେ କିଛି ବିଶେଷ ପରିବର୍ତ୍ତନ ଆଣିବେ, ତେବେ ଏହି ସମସ୍ୟାକୁ ରୋକାଯାଇପାରିବ।
ଅଧିକ ମାତ୍ରାରେ ପାଣି ପିଅନ୍ତୁ :
ଗରମ ଦିନେ ଯଦି ଆପଣ ଅଧିକ ମାତ୍ରାରେ ପାଣି ପିଇବେ ତେବେ ଏହା ଆପଣଙ୍କ ମୁଣ୍ଡବିନ୍ଧା ସମସ୍ୟା ଦୂର କରିବ । ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟ୍ ରହିଥାଏ ଓ ମସ୍ତିଷ୍କ ଭଲ ଭାବରେ କାମ କରିଥାଏ । ଶରୀରରୁ ଜଳୀୟ ଅଂଶ କମିଯିବା ମୁଣ୍ଡବ୍ୟଥା ର କାରଣ ହୋଇପାରେ।
ଫଳ ଓ ପନିପରିବା :
ଏପରି ବହୁ ଫଳ ଓ ପନିପରିବା ରହିଛି ଯାହା ଖାଇବା ଦ୍ୱାରା ଆପଣ ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇପାରିବେ । ଭିଟାମିନ, ମିନେରାଲ ଓ ଆଣ୍ଟି ଅକି୍ସଡାଣ୍ଟରେ ଭରପୁର ଫଳ ଓ ପନିପରିବା ଅକ୍ସିଡେଟିଭ୍ ଷ୍ଟ୍ରେସ୍ ରୁ ଶରୀର କୋଷିକାକୁ ସୁରକ୍ଷିତ ରଖିଥାଏ ଓ ଫ୍ରି ରେଡିକାଲସ୍ ଡ୍ୟାମେଜ୍ କୁ ମଧ୍ୟ ରୋକିଥାଏ । ଏହି କାରଣରୁୁ ମାଇଗ୍ରେସନ ସମସ୍ୟା ଦୂର ହୋଇଥାଏ ।
ବିଭିନ୍ନ ପ୍ରକାର ଶାଗ :
ଯଦି ଆପଣ ନିଜ ଡାଏଟ୍ ରେ ଭରପୁର ମାତ୍ରାରେ ଶାଗ ସାମିଲ କରିବେ ତେବେ ଏହା ଶରୀରକୁ ଜଳୀୟ ଅଂଶ ଯୋଗାଇବ । ପାଳଙ୍ଗ ଶାଗ ସହିତ ଅନ୍ୟାନ୍ୟ ଶାଗ ମଧ୍ୟ ଶରୀର ଲାଗି ଖୁବ୍ ଭଲ । ଏହା ବ୍ୟତିତ ଗାଜର ମଧ୍ୟ ଶରୀର ଲାଗି ବହୁତ ଉପକାରୀ ।
ଅଦା, ହଳଦୀ, ରସୁଣ :
ଆପଣ ନିଜ ଡାଏଟ୍ ରେ ଅଦା, ହଳଦୀ, ରସୁଣ ନିଶ୍ଚୟ ସାମିଲ କରନ୍ତୁ । ଏସବୁ ଖାଦ୍ୟ ମୁଣ୍ଡବିନ୍ଧା ଲକ୍ଷଣକୁ ଖୁବ୍ ଶୀଘ୍ର କମ୍ କରିବାରେ ସହାୟକ ହୋଇଥାଏ । ଯଦି ଆପଣଙ୍କର ମୁଣ୍ଡବିନ୍ଧା ହେଉଛି ତେବେ ଅଦା ଓ ହଳଦୀର ଚା କିମ୍ବା କାଢା ପ୍ରସ୍ତୁତ କରି ପିଅନ୍ତୁ, ଆରାମ ମିଳିବ ।
କନ୍ଦମୂଳ,ବିଟ୍ ମଧ୍ୟ ଆରାମ ଦେବ :
କନ୍ଦମୂଳ, ବିଟ୍ ଆପଣଙ୍କ ସ୍ୱାସ୍ଥ୍ୟ ଲାଗି ବହୁତ ଭଲ ହୋଇଥାଏ । ଏହା ନିୟମିତ ଖାଇବା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତିତ ଆପଣ ବ୍ଲୁ ବେରୀ, ଷ୍ଟ୍ରବେରୀ ଇତ୍ୟାଦି ଖାଆନ୍ତୁ।