ଗର୍ଭାବସ୍ଥାରେ ଆମେ କାଙ୍କଡ଼ ପରିବା ଖାଇବା ଉଚିତ କି? ଏହାର ଲାଭ ଏବଂ ଜାଣନ୍ତୁ ଏହାର ସତର୍କତା ବିଷୟରେ…

ଗର୍ଭାବସ୍ଥାରେ, ସାଧାରଣତ ମହିଳାଙ୍କ ମନରେ ପ୍ରଶ୍ନ ଉଠିଥାଏ କି କାଙ୍କଡ଼ ଖାଇ ପାରିବେ କି ନାହିଁ। କାଙ୍କଡ଼ ଦେଖିବାକୁ କଲରା ଭଳି ଏବଂ ଏହା ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ। ଗର୍ଭାବସ୍ଥାରେ ଏହାର ବ୍ୟବହାର ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଠିକ ହୋଇପାରେ। କାଙ୍କଡ଼ ପ୍ରୋଟିନ୍ ଏବଂ ଆଇରନ ରେ ଭରପୂର ଏବଂ ଏଥିରେ କ୍ୟାଲୋରୀରେ ମଧ୍ୟ ବହୁତ କମ୍। ଏଥିସହ ଏଥିରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ମିଳିଥାଏ, ଯେଉଁ କାରଣରୁ ଗର୍ଭାବସ୍ଥାରେ ଏହା ଖାଇବା ଦ୍ଵାରା କୋଷ୍ଠକାଠିନ୍ୟ ଏବଂ ହଜମ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ। ଏହା ସହିତ ଚର୍ମ ଏବଂ ମଧୁମେହ ରୋଗୀଙ୍କ ପାଇଁ ଏହା ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ। ଏହା ଆପଣଙ୍କୁ ସଂକ୍ରମଣରୁ ମଧ୍ୟ ରକ୍ଷା କରିପାରିବ। ଅନେକ ସୁସ୍ବାଦୁ ଖାଦ୍ୟ ମଧ୍ୟ ଏଥିରୁ ପ୍ରସ୍ତୁତ କରିବା ଅତି ସହଜ। ଗର୍ଭାବସ୍ଥାରେ ଏହାର ଉପକାରିତା ଏବଂ ସତର୍କତା ବିଷୟରେ ଅଆନ୍ତୁ ଜାଣିବା।

ଗର୍ଭାବସ୍ଥାରେ କାଙ୍କଡ଼ ର ଉପକାର।

ଏହା ଫାଇଟୋନ୍ୟୁଟ୍ରିଏଣ୍ଟରେ ଭରପୂର, ଯାହା ମାନବ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ସହିତ, ଏହା ଆପଣଙ୍କୁ ଗର୍ଭାବସ୍ଥାରେ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏହାର ବ୍ୟବହାର ହେତୁ, ଆପଣ ଗର୍ଭାବସ୍ଥାରେ ଅଧିକ ଓଜନ ହାସଲ କରନ୍ତି ନାହିଁ। ଏଥିରେ କ୍ୟାଲୋରୀ ବହୁତ କମ୍ ପରିମାଣରେ ମିଳିଥାଏ। ଏହା ସହିତ ଏହା ଗ୍ରୀଷ୍ମ ଋତୁରେ ଆପଣଙ୍କୁ ହାଇଡ୍ରେଟ୍ ରଖେ କାରଣ ଏଥିରେ ବହୁତ ପରିମାଣରେ ଜଳ ମିଲିଥାଏ।

କାଙ୍କଡ଼ରେ ଆଣ୍ଟି-ଆଲର୍ଜେନ୍ ଏବଂ ଆନାଲେଜିକ୍ ଗୁଣ ରହିଛି, ଯାହା ଆପଣଙ୍କୁ କାଶ, ଥଣ୍ଡା ଏବଂ ଅନ୍ୟାନ୍ୟ ଆଲର୍ଜିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ଶିଶୁକୁ ସୁସ୍ଥ ରଖେ।

ଯଦି ଆପଣଙ୍କର ଗର୍ଭାବସ୍ଥାରେ ମଧୁମେହ ଅଛି କିମ୍ବା ପୂର୍ବରୁ ମଧୁମେହ ସମସ୍ୟା ଅଛି, ତେବେ ଆପଣ କାଙ୍କଡ଼ ବିନା ଭୟରେ ଖାଇପାରିବେ କାରଣ ଏହା ରକ୍ତରେ ଚିନି ପରିମାଣକୁ ନିୟନ୍ତ୍ରଣ କରିଥାଏ। ଆହୁରି ମଧ୍ୟ, ପାଣି ଏବଂ ଫାଇବରରେ ଭରପୂର ପନିପରିବା ମଧୁମେହ ରୋଗୀଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ ହୋଇପାରେ।

କାଙ୍କଡ଼ ରେ ଥିବା ଲ୍ୟୁଟିନ୍ ପରି କାରୋଟିନଏଡ୍ ବିଭିନ୍ନ ଚକ୍ଷୁ ରୋଗ, ହୃଦ ରୋଗ ଏବଂ ଅନ୍ୟାନ୍ୟ ସମସ୍ୟାରେ ମଧ୍ୟ ସହାୟକ ହୋଇପାରେ। ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀରକୁ ଫ୍ରି ରେଡିକାଲ୍ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ।

ଅନେକ ମହିଳା ଗର୍ଭାବସ୍ଥାରେ କିମ୍ବା ପରେ ବିଭିନ୍ନ ଚର୍ମର ସମସ୍ୟାର ସମ୍ମୁଖୀନ ହୁଅନ୍ତି, କିନ୍ତୁ କାଙ୍କଡ଼ ଖାଇବା ଦ୍ଵାରା ଆପଣଙ୍କ ତ୍ୱଚା ଦୃଢ଼ ହୋଇଯାଏ ଏବଂ ବିଟା କାରୋଟିନ୍, ଲ୍ୟୁଟିନ୍ ଏବଂ ଜିଆକ୍ସାଣ୍ଟିନ୍ ଭଳି ବିଭିନ୍ନ ଫ୍ଲାଭୋନାଏଡ୍ ରହିଥାଏ, ଯାହା ଶରୀରକୁ ରୋଗରୁ ରକ୍ଷା କରିଥାଏ। ଏହାର ଆଣ୍ଟି-ଏଜିଙ୍ଗ୍ ଗୁଣ ଅଛି, ଯାହା ବାର୍ଦ୍ଧକ୍ୟ ହ୍ରାସ କରିବାରେ ସହାୟକ ହୋଇପାରେ।

ଗର୍ଭାବସ୍ଥାରେ ଅନେକ ମହିଳାଙ୍କଠାରେ ହଠାତ୍ ରକ୍ତଚାପ ବୃଦ୍ଧି ହେବାର ଏକ ସମସ୍ୟା ହୋଇପାରେ, କିନ୍ତୁ ଆପଣ ଏହାକୁ କାଙ୍କଡ଼ ବ୍ୟବହାର କରି ନିୟନ୍ତ୍ରଣ କରିପାରିବେ।

ସତର୍କତା।

କାଙ୍କଡ଼ ଖାଇବା ଗର୍ଭବତୀ ମହିଳାମାନଙ୍କ ପାଇଁ ଅନେକ ଉପାୟରେ ଲାଭଦାୟକ, କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ହେତୁ ପେଟରେ ଅନେକ ସମସ୍ୟା ହୋଇପାରେ। ଯେପରିକି କୋଷ୍ଠକାଠିନ୍ୟ, ଅପଚ ଏବଂ ଗ୍ୟାସ୍ ସମସ୍ୟା ହୋଇପାରେ। ଏହା ବ୍ୟତୀତ, ଯଦି ଆପଣଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଅଛି, ତେବେ ଆପଣ ଏହାକୁ ଡାକ୍ତରଙ୍କ ପରାମର୍ଶ ବିନା ଖାଇବା ଉଚିତ୍ ନୁହେଁ।

Leave a Comment