କ୍ଷୀର ପାଉଡର ବ୍ୟବହାର କରିବା ଦ୍ୱାରା ଆପଣଙ୍କ କ୍ଷତି ଘଟାଇପାରେ କି?

କ୍ଷୀର ପାଉଡରର ନିରନ୍ତର ବ୍ୟବହାର ଶରୀରରେ କ୍ୟାଲସିୟମ ଅଭାବ ସୃଷ୍ଟି କରିପାରେ କାରଣ ପାଉଡର କ୍ଷୀରରେ କ୍ୟାଲସିୟମ ପରିମାଣ କ୍ଷୀର ତୁଳନାରେ କମ୍ ଅଟେ। ଅନ୍ୟ ପଟେ, ଯଦି ଆପଣ କ୍ଷୀର ପାଉଡରକୁ ସଠିକ୍ ଭାବରେ ସଂରକ୍ଷଣ କରନ୍ତି ନାହିଁ, ତେବେ ଏଥିରେ ଜୀବାଣୁ ବୃଦ୍ଧି ହେବାର ଆଶଙ୍କା ଅଧିକ।

କ୍ଷୀର ପାଉଡରର ବ୍ୟବହାର ଦ୍ବାରା ଉପୁଜିଥିବା ସମସ୍ୟା :

ଦୁଗ୍ଧଜାତ ଦ୍ରବ୍ୟରେ ଆଲର୍ଜି ଥିବା ବ୍ୟକ୍ତିମାନେ କ୍ଷୀର ପାଉଡର ଖାଇବା ଉଚିତ୍ ନୁହେଁ।

କ୍ଷୀର ପାଉଡର ଏବଂ ଜଳର ଅନୁପାତ ଠିକ ହେବା ଉଚିତ୍। ଏହାର ଅନୁପାତ ଭୁଲ୍ ହେଲେ କ୍ଷୀର ପାଉଡର ତରଳିବା କଷ୍ଟକର ହୋଇପାରେ।

କ୍ଷୀର ପାଉଡର ହଜମ କରିବାକୁ ସମୟ ନେଇଥାଏ, ତେଣୁ ଏହାକୁ ଖାଇବା ଦ୍ବାରା ଗ୍ୟାଷ୍ଟିକ ସମସ୍ୟା ହୋଇପାରେ।

ଅଧିକ କ୍ଷୀର ପାଉଡର ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢ଼ିଥାଏ।

Leave a Comment